ପଟ୍ଟାମୁଣ୍ଡାଇ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା, ୫/୧-ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଜିଲାପାଳ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିବା ବେଳେ ଶିବିରରେ ମୋଟ ୧୦୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୯୩ଟି ବ୍ୟକ୍ତିଗତ ଓ ୧୫ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଜଣଙ୍କୁ ୧୫ ହଜାରଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ୧୪ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା । ପରେ ଜିଲ୍ଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡିକର ସମୀକ୍ଷା କରିଥିଲେ ।ଅଭିଯୋଗ ଗୁଡିକ ମଧ୍ୟରେ ସାମାଜିକ ସୁରକ୍ଷା ବିଭାଗ, ସାମାଜିକ କଲ୍ୟାଣ, ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, ଅବକାରୀ, ଯୋଗାଣ ବିଭାଗ, କ୍ରୀଡା, ସ୍ୱାସ୍ଥ୍ୟ,ଖଣିଜସମ୍ପଦ ଆଦି ବିଭାଗର ଅଭିଯୋଗ ରହିଥିଲା। ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଜିଲାପାଳ ଆୟାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ,ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ ନାୟକଙ୍କ ସମେତ ପଟ୍ଟାମୁଣ୍ଡାଇ ବିଡ଼ିଓ ଶିତଳ ଅଗରଓାଲ, ତହସିଲଦାର ପଂଚାନନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବ୍ଲକ ସ୍ତରୀୟ କ୍ଷେତ୍ରୀୟ ଅଧିକାର ମାନେ ଉପସ୍ଥିତ ଥିଲେ ।

Next Post

ବେଆଇନ ବାଲି ଉତୋଳନକୁ ନେଇ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ

Mon Jan 5 , 2026
କେନ୍ଦ୍ରାପଡା ଜିଲା ବ୍ରାହ୍ମଣୀ ନଦୀର ଅମୃତମଣୋହୀ ଘାଟରୁ ବେଆଇନ ଭାବେ ବାଲି ଉତୋଳନ ସାଙ୍ଗକୁ ଚାଲାଣ ନେଇ ଗ୍ରାମବାସୀ ଜିଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ନଦୀ ଗର୍ଭରୁ ଜେସିବି ସହାୟତାରେ ବେଆଇନ ବାଲି ଉତୋଳନ ପାଇଁ ନଦୀ ପଠା କ୍ଷୟ ହୋଇ ସଂଳଗ୍ନ ଗ୍ରାମ ପ୍ରତି ବିପଦ ସୃଷ୍ଟି କରୁଛି। ସ୍ଥାନୀୟ ପ୍ରଶାସନ ଦେଇଥିବା ଟ୍ରାନ୍‌ଜିଟ ପାସର ଦୂରୁପଯୋଗରେ ବାଲି ଲିଜଧାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading