
କେନ୍ଦ୍ରାପଡା ଜିଲା ବ୍ରାହ୍ମଣୀ ନଦୀର ଅମୃତମଣୋହୀ ଘାଟରୁ ବେଆଇନ ଭାବେ ବାଲି ଉତୋଳନ ସାଙ୍ଗକୁ ଚାଲାଣ ନେଇ ଗ୍ରାମବାସୀ ଜିଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ନଦୀ ଗର୍ଭରୁ ଜେସିବି ସହାୟତାରେ ବେଆଇନ ବାଲି ଉତୋଳନ ପାଇଁ ନଦୀ ପଠା କ୍ଷୟ ହୋଇ ସଂଳଗ୍ନ ଗ୍ରାମ ପ୍ରତି ବିପଦ ସୃଷ୍ଟି କରୁଛି। ସ୍ଥାନୀୟ ପ୍ରଶାସନ ଦେଇଥିବା ଟ୍ରାନ୍ଜିଟ ପାସର ଦୂରୁପଯୋଗରେ ବାଲି ଲିଜଧାରୀ ଗୋଷ୍ଠୀ ବିଭିନ୍ନ ସ୍ଥାନକୁ ବାଲି ଚାଲାଣ କରାଉଛନ୍ତି। ପ୍ରତିବାଦ କଲେ ସୁଫଳ ମିଳୁନାହିଁ । ବାଲି ମାଫିଆ ଓ ଖଣିବିଭାଗର ଭିତିରି ସମ୍ପର୍କ ରହିଥିବା ନେଇ ଅଭିଯୋଗରେ ଦର୍ଶାଯଇଥିବା ନେଇ ସେମାନେ କହିଛନ୍ତି। ଜେସିବି ସାହାଯ୍ୟରେ ବାଲି ଉତୋଳନ ପାଇଁ ଲଘୁ ଖଣିଜ ସମ୍ପଦ ବିଭାଗ ପକ୍ଷରୁ ନିୟମ ନଥିଲେ ସୁଦ୍ଧା ବେଆଇନ ଭାବେ ଏହି ନିୟମକୁ ଉଲଙ୍ଘନ କରାଯାଉଛି। ନଦୀ ଶଯ୍ୟାରୁ ବାଲି ଉତୋଳନ ପାଇଁ ଲିଜ୍ ସୂତ୍ରରେ ଖାଦାନକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ଏଥିପାଇଁ ରାଜସ୍ୱ ଦାଖଲ ମଧ୍ୟ ହୋଇଛି। ତେବେ ଲିଜଧାରୀମାନେ ଜେସିବି ସାହାଯ୍ୟରେ ବାଲି ଉତୋଳନ କରି ପ୍ରତ୍ୟେହ ଶହ ଶହ ଡମ୍ଫର ଓ ଟ୍ରକ ଯୋଗେ ବାଲି ଚାଲାଣ କରୁଛନ୍ତି। ଗ୍ରାମ୍ୟ ରାସ୍ତାରେ ଭାରୀଯାନ ଚାଲିବା ଦ୍ୱାରା ରାସ୍ତା ଖରାଫ ସାଙ୍ଗକୁ ଦୁର୍ଘଟଣା ବୃଦ୍ଧି ଘଟୁଛି। ସ୍କୁଲ ଯିବା ଆସିବା ପାଇଁ ପିଲା ହଇରାଣ ହରକତ ହେଉଛନ୍ତି । ଟ୍ରାକ୍ଟର ହାଇବାରେ ବାଲି ଖୋଲାମେଲାରେ ଚାଲାଣ ହେଉଥିବାରୁ ବାଲି ଉଡି ଘରଦ୍ୱାର ନଷ୍ଠ ହେଉଛି । ବାଲି ଗାଟି ଭାଇବେଶନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପିଣ୍ଡି ଫାଟି ଦୁଇଫାଲ ହୋଇଯାଇଛି । ଦିନରାତି ବାଲି ଚାଲାଣ ଯୋଗୁଁ ସ୍ଥାନୀୟ ଅଣ୍ଢରା ହାଟରୁ ବଜାର କରୁଥିବା ଲୋକେ ହଇରାଣ ହରକତ େଉଉଛନ୍ତି । ସେହିପରି ଅଳଭା ଓ ନିମପୁରପାଳରୁ ବେଆଇନ ବାଲି ଉତୋଳନ ନେଇ ଜିଲାପାଳଙ୍କୁ ଅଭିଯୋଗ ହୋଇଛି ।ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଲିଜଧାରୀଙ୍କ ସହକର୍ମୀମାନେ ନାଲି ଆଖି ଦେଖାଇ ଚୁପ କରୁଛନ୍ତି। ପୂର୍ବରୁ ବାଲି ଉତୋଳନକୁ ନେଇ ଗଣ୍ଡଗୋଳ ଘଟି କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହା ସତ୍ୱେ ବେଆଇନ ବାଲି ଉତେଳନ ସାଙ୍ଗକୁ ପରିବହନ ପୁନଶ୍ଚ ଉତେଜନା ପରିସ୍ଥିତିକୁ ଆମନ୍ତ୍ରଣ କରୁଛି ପୂର୍ବତନ ସରପଂଚ ଶେଶାଦ୍ରୀ ମଲିକ, କୁଳମଣୀ ମଲିକ ୧୫ ଜୋନ ଭାଜପା ମଣ୍ଡଳ ସଭାପତି ଆରୋଶିଷ ରାଉତଙ୍କ ସମେତ ୧୦୦ ଉର୍ଦ୍ଧ୍ୱ ଉଭୟ ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି ।
