
ପଟ୍ଟାମୁଣ୍ଡାଇ ୨୨/୬ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଜିଲାପାଳ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିବା ବେଳେ ଶିବିରରେ ମୋଟ ୮୯ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୭୯ଟି ବ୍ୟକ୍ତିଗତ ଓ ୧୦ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଗ୍ରହଣ କରାଯାଇଥିବା ଅଭିଯୋଗମାନଙ୍କ ମଧ୍ୟରୁ ୧୮ଟି ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ ୪ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ôଥକ ସହାୟତା ମଞ୍ଜୁର କରାଯାଇଥିଲା। ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡିକର ସମୀକ୍ଷା କରିଥିଲେ । ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଜିଲାପାଳ ଆର ଆୟାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ସହ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ ନାୟକ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶିତଳ ଅଗରଓାଲ, ତହସିଲଦାର ପଂଚାନନ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲାସ୍ତରୀୟ ବ୍ଲକ ସ୍ତରୀୟ କ୍ଷେତ୍ରୀୟ ଅଧିକାର ମାନେ ଉପସ୍ଥିତ ଥିଲେ ।
ବେଆଇନ ଜବରଦଖଲ ଉଛେଦ ନେଇ ଜିଲାପାଳଙ୍କୁ ପଟ୍ଟାମୁଣ୍ଡାଇ ବିକାଶପରିଷଦ ଅଭିଯୋଗ

ପଟ୍ଟାମୁଣ୍ଡାଇ ତହସିଲ ଅଂଚଳରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ଘଟଣା ବଢ଼ିଚାଲିଛି। ବାଜାର ସଂଲଗ୍ନ ପୁରୁଣା ଗୋବରୀ ନଦୀ ପୋତି ହୋଇପଡ଼ିଥିବା ନଦୀ କିସମ ଜମିକୁ ଯିଏ ଯେଉଁଠି ପାଉଛି ଜବରଦଖଲ କରୁଛି। ବିଲଡର ଓ ଜମି ଦଲାଲମାନେ ମଧ୍ୟ ସରକାରୀ ଜମିକୁ ଅକ୍ତିଆର କରି ନିଜର ବ୍ୟବସାୟ ଚଳାଇଚଲିଛନ୍ତି । ଜଳାଶୟ କିସମ ଓ ଗୋଚର ଜମିରୁ କେତେକ ମାଫିଆ ବେଆଇନ ଭାବେ ପ୍ଲଟକରି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ରାସ୍ତା ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ଥିବା ସଫେଇନାଳ ଓ ନୟନଯୋରୀକୁ ଅନେକ ସ୍ଥାନରେ ପୋତାଯାଇ ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ(ପକ୍କାଘର) ନିର୍ମାଣ କରାଯାଇଥିବା ଯୋଗୁଁଁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ନେଇ ପଟ୍ଟାମୁଣ୍ଡାଇ ବିକାଶପରିଷଦ ପକ୍ଷରୁ ସଭାପତି ଗୋପିବହ୍ଲବ ନାୟକ ଓ ସମ୍ପାଦକ ଗୋପିନାଥ ତ୍ରୀପାଠୀ ନେତୃତ୍ୱରେ ସଭ୍ୟ ମାନେ ଜିଲାପାଳଙ୍କୁ ଅଭିଯୋଗ କରି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି ।
ଇ-ଟଏଲେଟ୍ ସ୍ଥାପନ ଦିନରୁ ବନ୍ଦ , କାର୍ଯ୍ୟକ୍ଷମ ପାଇଁ ଦାବୀ

ପଟ୍ଟାମୁଣ୍ଡାଇ ସହରରେ ସ୍ୱଚ୍ଛତା ପାଇଁ ୨୦୨୦ରେ ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରାଯାଇ ସହରର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଇ-ଟଏଲେଟ୍ ସ୍ଥାପନ କରାଯାଇଛି । ଯାହା ନିର୍ମାଣ ଦିନରୁ ବନ୍ଦ ଥିବା ବେଳେ ରକ୍ଷଣାବେକ୍ଷଣା ଅଭାବରୁ ଖରାପ ଅବସ୍ଥା ଏବଂ ବନ୍ଦ ପଡିବା ଯୋଗୁଁ ଲୋକେ ଏହାର ସଠିକ୍ ଲାଭ ଉଠାଇ ପାରୁନାହାଁନ୍ତି ଯାହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବାକୁ ବିକାଶପରିଷଦ ପକ୍ଷରୁ ପକ୍ଷରୁ ଦାବୀ ସହିତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳରେ ଯୋଗଦବନ କରିଥିବା ଯେଉଁ ଡାକ୍ତରଙ୍କୁ ଡେପୁଟେସନରେ ଅନେତ୍ର ପଠାଯାଇଛି ତାଙ୍କୁ ଏଠାରେ ଯୋଗଦାନ କରାଇବାକୁ ଅଭିଯୋଗ କରାଯାଇଥିଲା । ସେହିପରି ଅର୍ଥ ମଂଜୁର ହୋଇ ପଡିଥିବା ଅଙ୍ଗନବାଡି ଗୃଷ ତୁରନ୍ତ ନର୍ମାନ ପାଇଁ ବିକାଶ ପରିଷଦ ପକ୍ଷରୁ ଦାବୀ କରିଛନ୍ତି ।
ପେଟ୍ରୋଲ ଟାଙ୍କିରୁ ଖୋଲା ତେଲ ମିଳୁ ନଥିବାରୁ ଚାଷୀଙ୍କ ଦାବୀ

କୃଷକମାନେ ପାଣି ମୋଟର ଓ ପାୱାର ଟିଲର ଚଳାଇବା ପାଇଁ ଆବଶ୍ୟକ ତେଲ ଯୋଗାଣ ବନ୍ଦ ହୋଇଥିବାରୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚାଷ ଋତୁ ଚାଲିଥିବା ବେଳେ ପେଟ୍ରୋଲ ଟାଙ୍କିରୁ ଖୋଲା ତେଲ ମିଳୁ ନଥିବାରୁ ଜମି ଚାଷ, ପାଣି ସେଚନ ଏବଂ ଅନ୍ୟାନ୍ୟ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଯାହାକୁ ନେଇ କୃଷକମାନେ ଅଭିଯୋଗ ଶୁଣାଣି ସମୟରେ ପବାର ଟିଲର, ପାଣି ଉଠାପମ୍ପ ଧରି ବ୍ଲକ ପରିଶରରେ ପହଁଚି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କୃଷକ ନରେଶ ବିଶ୍ୱାଳ, ନରେଶ ଜେନା, କାଳନ୍ଦି ପ୍ରଧାନ, ପ୍ରଶନ୍ନ ପରିଡା ପ୍ରମୁଖ କହିବା ଅନୁସାରେ, ସମୟମତେ ପମ୍ପ ମାନଙ୍କରୁ ତେଲ ଯୋଗାଣ ସ୍ୱାଭାବିକ ନ ହେଲେ ଚାଷ କାର୍ଯ୍ୟ ଠପ୍ ହୋଇଯିବ ଏବଂ ସେମାନେ ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହେବେ। ଏଣୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ସେମାନେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।
ପାଟ ନାଳୀ ଅବରୋଧ ଜଳ ନିଷ୍କାସନରେ ସମସ୍ୟା ଚାଷକାର୍ଯ୍ୟ ବାଧା

ଚନ୍ଦନନଗର- ଓଉପଦା ପାଟ ନାଳୀ ଉପରେ ପୋଲ ନିର୍ମାଣ ପାଇଁ ଅସ୍ଥାୟୀ ଭାବେ ବନ୍ଧା ଯାଇଥିବା ବନ୍ଧକୁ କାର୍ଯ୍ୟ ସମାପ୍ତି ପରେ ମଧ୍ୟ ଠିକାଦାର ଖୋଳି ନଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଏହା ଫଳରେ ନାଳୀରେ ପାଣି ଜମି ରହୁଥିବା ସହ ଆଖପାଖ ଅଂଚଳରେ ଜଳାବଦ୍ଧତା ସମସ୍ୟା ଦେଖାଦେଇଛି। ସେହିପରି ଅନେକ ସ୍ଥାନରେ ନାଳୀ ଅବରୋଧ ହୋଇଥିବାରୁ ପାଣି ଜମିରେ ଅଟକି ରହୁଛି। ଫଳରେ ଚାଷ ଜମିରୁ ଜଳ ନିଷ୍କାସନ ହେଉନଥିବାରୁ ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଶୀଘ୍ର ନାଳୀ ସଫେଇ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରଶାସନଙ୍କ ହସ୍ତକ୍ଷେପ ପାଇଁ ଚନ୍ଦନ ନଗର ପଂଚାୟତର ବାସୀ ସମାଜିକକର୍ମି ଇଶ୍ୱର ମଲିକ, ରାଜେନ୍ଦ୍ର ମଲିକ ଗୋବିନ୍ଦ ମଲିକଙ୍କ ସମେତ ଚାଷୀମାନେ ଜନଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ କରି ବନ୍ଧ ଓ ଅବରୋଧ ହଟାଇବାକୁ ଅଂଚଳବାସୀ ଦାବି କରିଛନ୍ତି।ଅନ୍ୟପକ୍ଷରେ ଗ୍ରାମାଂଚଳ ଥାନି ନିକଟରେ ଏକ ନଳକୂପ ସ୍ଥାପନା ପାଇଁ ସେମାନେ ଦାବୀ କରିଛନ୍ତି ।
ବର୍ଷକରେ ଖରାପ ଆରଡି ରାସ୍ତା, ଯାତାୟାତରେ ବାଧା

ସ୍ଥାନୀୟ ବଳଭଦ୍ରପୁର ପଂଚାୟତ ବାଲିପଟଣା ଆର୍ଡି ରାସ୍ତା ନିର୍ମାଣ କାର୍ଯ୍ୟ ସରିବାର ମାତ୍ର ଏକ ବର୍ଷ ମଧ୍ୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ରାସ୍ତା ଖାଲଖମା ସୃଷ୍ଟି ହୋଇ ଯାତାୟାତରେ ଗୁରୁତର ବାଧା ଉପୁଜିଛି। ବର୍ଷା ଦିନରେ ଖାଲଖମାରେ ପାଣି ଜମି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଯାଇଛି। ଏଥିନେଇ ଆଜି ଆରଡି କାର୍ଯ୍ୟଳୟ ଆଗରେ ଧାରଣା ଦେବା ସହ ଅଭିଯୋଗ ପ୍ରକୋଷ୍ଠରେ ରାସ୍ତାର ଶୀଘ୍ର ମରାମତି ପାଇଁ ଜିଲାପାଳଙ୍କୁ ଗ୍ରାମର ସାମଜିକ କର୍ମୀ ଦେବାଶିଷ ରାଉତ, ଦିଲ୍ଲିପ ରାଉତଙ୍କ ସହ ୧୦ ଉଦ୍ୱର୍ ଗ୍ରାମବାସୀ ଦାବି କରିଛନ୍ତି। ସେମାନେ କୁହନ୍ତି ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବାରୁ ଅଳ୍ପ ସମୟ ମଧ୍ୟରେ ରାସ୍ତା ଖରାପ ହୋଇଯାଇଛି। ସମ୍ପୃକ୍ତ ବିଭାଗ ତୁରନ୍ତ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ସେହି ପରି ଗରିବ ଲୋକଙ୍କୁ ଆବାଶ ଗୃହ ବଂଟନନେଇ କଳାକାର ପ୍ରଧାନ ଅଭୋଯୋଗ କରିଥିବା ବେଳେ ୧୧ ଓାଡର ସେକ ମେହେରୁଲା ଜବରଦଖଲ ଉଛେଦ ପାଇଁ ଦାବୀ କରିଛନ୍ତି । ବଲୁରିଆ ପଂଚାୟତର ପୂର୍ବତନ ସରପଂଚ ରତିକାନ୍ତ ସାହାଣୀଙ୍କ ନେତୃତ୍ୱରେ ଗ୍ରମବାସୀ ମାନେ ନୂର୍ତନ ରିଟେଲର ନିଯୁକ୍ତି ପାଇଁ ଦାବୀ କରିଛନ୍ତି ।
