
କେନ୍ଦ୍ରାପଡ଼ା, ୨୨ା୩: ପଞ୍ଚମ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ-୨୦୨୫ ଶନିବାର ଠାରୁ ଜିଲ୍ଲା ସଂସ୍କୃତି ଭବନରେ ଆରମ୍ଭ ହେଇଛି। କେନ୍ଦ୍ରାପଡ଼ା ଡେଭଲପମେଣ୍ଟଫାଉଣ୍ଡେସନ୍ ପକ୍ଷରୁ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ ସହଯୋଗରେ ଆୟୋଜିତ ଏହି ଉତ୍ସବ ଦୁଇ ଦିନ ଧରି ଚାଲିବ। ଉଦଘାଟନୀ ଉତ୍ସବରେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ଡ. ରାମଚନ୍ଦ୍ର ବେହେରା, ଅଧ୍ୟାପକ ବିଶ୍ୱରଞ୍ଜନ ଓ ଡ. ଜୟନ୍ତ କୁମାର ବିଶ୍ୱାଳ ଯୋଗ ଦେଇଥିଲେ। କେମର ସଭାପତି ଅକ୍ଷୟ ପାଣି ସଭାକୁ ସଂଯୋଜନା କରିଥିଲେ। କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନ ଟ୍ରଷ୍ଟି ପ୍ରଶାନ୍ତ ସାମନ୍ତରାୟ ମଞ୍ଚାସିନ ଥିଲେ। ଅଧ୍ୟାପକ ଶ୍ରୀଧର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଉଦଘାଟନୀ ଉତ୍ସବ ପରେ ‘ଶ୍ରୀରାଧାର କବି’ ଶୀର୍ଷକ ବିଷୟବସ୍ତୁ ଉପରେ ହୋଇଥିବା ଆଲୋଚନାରେ କବି ଅପର୍ଣ୍ଣା ମହାନ୍ତି ଓ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ ଯୋଗ ଦେଇଥିଲେ। ଅପରାହ୍ନରେ ‘ଦାମ୍ପତ୍ୟର ଗଣିତ ଓ ସୃଜନର ଗୁଣୁଗୁଣୁ’, ‘କବିର ଆଖିରେ କବିତାର ମୁହଁ’ ଶୀର୍ଷକକୁ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବିତା ଆସର ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବ ପୂର୍ବରୁ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ କୁଇଜ୍ ଅନୁଷ୍ଠିତ ହୋଇଥିଲା। ଏହାକୁ ଅଧ୍ୟାପକ ଡ. ରାଜେଶ ସେଠୀ, ସୁକାନ୍ତ କୁମାର ପ୍ରଧାନ, ଡ. ଆଶୁତୋଷ ରାଉତ, ଡ. ଗିରିଜାକାନ୍ତ ଦାସ, ଡ. ଅଜିତ କୁମାର ଦାସ ଓ ପ୍ରତିଭାମୟୀ ଦାସ ପ୍ରମୁଖ ପରିଚାଳନା କରିଥିଲେ। କେନ୍ଦ୍ରାପଡ଼ା ଇଭେଣ୍ଟ୍ ମ୍ୟାନେଜର୍ସର ଉପଦେଷ୍ଟା ତଥା ଜଣାଶୁଣା କଥାକାର ଡ. ବିରଜା ରାଉତରାୟ ଓ କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନର ଆବାହକ ଚୈାଧୁରୀ ଅମିତାଭ ଦାସ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟି ବିଶ୍ୱରଞ୍ଜନ ଦାଶ, କେମ୍ର ସମ୍ପାଦକ ମହମ୍ମଦ ଜାହିଦ ଖାନ, ସଦସ୍ୟ ପ୍ରତାପ ସ୍ୱାଇଁ ଉତ୍ସବକୁ ପରିଚାଳନା କରିଥିଲେ।
