ଅଗ୍ନିବିପନ୍ନ ପରିବାରକୁ କଂଗ୍ରେସର ସହାୟତା

blank
ପଟ୍ଟାମୁଣ୍ଡାଇ ତା ୪/୮-ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ସୁଜୁନପୁର ଗ୍ରାମର ସୁଦର୍ଶନ ମଲ୍ଲିକ, ସୁମନ୍ତ କୁମାର ମଲ୍ଲିକଙ୍କ ଘର ନିକଟରେ ଆକସ୍ମିକ ଅଗ୍ନିକାଣ୍ଡ ଯୋଗୁଁ ସମ୍ପୁର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ଯୁବ ନେତା ପ୍ରଶାନ୍ତ କୁମାର ରାଉତ ବିପନ୍ନ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।କଂଗ୍ରେସ ନେତା ଶ୍ରୀରାଉତ ବିପନ୍ନ ପରିବାରକୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ଧନେଶ୍ଵର ଦାସ ବରିଷ୍ଠ ନେତା ଅଭୟ ସେଠୀ, ଯୁବ ନେତା ସୌମ୍ୟରଞ୍ଜନ ମହାପାତ୍ର ରାମେଶ୍ଵର ଶତପଥୀ ସୁଶୀଲ କୁମାର ପ୍ରଧାନ, ନରେଶ ଦାସ ପ୍ରକାଶ ମହାନ୍ତି,ତ୍ରିଲୋଚନ ମଲ୍ଲିକ ସୁରେନ୍ଦ୍ର ଖଟୁଆ ଗୋଲେଖ ବିଶ୍ଵାଳ ନିରଞ୍ଜନ ବିଶ୍ୱାଳ,ଅରୁଣ ଖଟୁଆ ଲକ୍ଷ୍ମୀକାନ୍ତ ଜେନା,ପ୍ରକାଶ ଖଟୁଆ, ଭୀମ ଖଟୁଆ ଅଶୋକ ମଲିକ,ସଞ୍ଜୟ ଖଟୁଆ,ଶୈଳେଶ ସ୍ୱାଇଁ ପ୍ରମୁଖ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ସରକାରୀ ସହାୟତା ପାଇଁ ସରକାରଙ୍କ ଠାରେ ଦାବୀ କରିଥିଲେ ।

Next Post

ଶିବ ପ୍ରସାଦ ଭଳ ବିଜେଡି ଜିଲ୍ଲା ସଭାପତି

Mon Aug 4 , 2025
କେନ୍ଦ୍ରାପଡ଼ା,୪ା୮:ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଶିବ ପ୍ରସାଦ ଭଳଙ୍କ ନାମ କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି । ଶ୍ରୀ ଭଳ ଜଣେ ଦକ୍ଷ ସଂଗଠକ ଭାବେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଛନ୍ତି। ୨୦୨୦ମସିହାରେ ବିଜୁ ଜନତା ଦଳ ସମର୍ଥନରେ ଉପନିର୍ବାଚନରେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ସମିତିର ବହୁବିଧ ବିକାଶ କରିଥିଲେ। ୨୦୧୨ମସିହାରେ ଶ୍ରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading