ଶିବାନନ୍ଦ ଆଶ୍ରମରେ ଶାରଦୀୟ ନବରାତ୍ରରେ କୁମାରୀ ପୂଜା

blank
କେନ୍ଦ୍ରାପଡା,୪ା୧୦:ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ନବଦିନ ବ୍ୟାପୀ ଚଣ୍ଡି ପଠନ, ହବନ, ଜପ ଓ ପାରାୟଣ ପ୍ରଭୃତି କରାଯାଇଛି। ଏଥିସହିତ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମା ଅନ୍ନ ତ୍ୟାଗ କରି ବ୍ରତ କରିବା ସହ ନିଜର ଜୀବନକୁ ସମାଜର ମଙ୍ଗଳ ପାଇଁ ଉତ୍ସର୍ଗ କରିଛନ୍ତି। ଏହାବ୍ୟତିତ ନବକନ୍ୟା ପୂଜନ ବା କୁମାରୀ ପୂଜା ମଧ୍ୟ ମହାସମାରୋହରେ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ରୀତାଞ୍ଜଳି ନାଥ, ଦୈା୍ରପଦୀ ରାଉତ, ପୁନମ ନାୟକ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ଉପାଧ୍ୟକ୍ଷ ଡକ୍ଟର କାଳି ପ୍ରସନ୍ନ ଶତପଥୀ ପ୍ରମୁଖ ଯୋଗଦେଇଥିଲେ। ବିଶ୍ୱ କଲ୍ୟାଣ ପାଇଁ ଏବଂ ସଂସାରର ଦୁଃଖ ଦୁର୍ଦ୍ଦଶା ଦୂର ପାଇଁ ଶ୍ରୀମା’ କୁମାରୀ କନ୍ୟାମାନଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମଚାରୀ ନୃସିଂହ ନାଥ ପରିଚାଳନା କରିଥିଲେ।

Next Post

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷାର ଅବନତି,

Tue Oct 7 , 2025
  ଗଢି ଉଠୁଛି ଘରୋଇ ବିଦ୍ୟାଳୟ ବ୍ୟବସାୟୀଙ୍କ ନିୟନ୍ତ୍ରଣ ଶିକ୍ଷା ବ୍ୟବସ୍ଥା ବାଦ ପଡିବେ ଗରିବ ଛାତ୍ରୀଛାତ୍ର ଖାଦ୍ୟ ବସ୍ତ୍ର ବାସଗୃହ ଭଳି ଶିକ୍ଷା ମନୁଷ୍ୟର ଚତୁର୍ଥ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ଯୁଗେ ଯୁଗେ ଶିକ୍ଷାର ମାନ ହିଁ ବ୍ୟକ୍ତି, ସମାଜ, ଦେଶ ଓ ସଭ୍ୟତାର ଦ୍ୟୋତକ ଭାବେ ପରିଗଣିତ ହୋଇଆସୁଛି। ଯେକୌଣସି ସଭ୍ୟତାର ସଫଳତା, ବିକାଶଶୀଳତା, ସମୃଦ୍ଧତା, ପରିପକ୍ୱତା, ଦୂରଦର୍ଶିତା, ନୈତିକତା ତଥା ପ୍ରାସଙ୍ଗିକତା କେବଳ ସେହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading