ହସ୍ତତନ୍ତ ବୟନ ଓ ହସ୍ତଶୀଳ୍ପ ବିଭାଗର କାରିଗର ସଚେତନତା ଶିବିର

blank
କେନ୍ଦ୍ରାପଡ଼ା ୧୨/୩ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନହଲ ପରିସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗ ପକ୍ଷରୁ କାରିଗର ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ହସ୍ତଶୀଳ୍ପ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜିଲ୍ଲା ସଂଯୋଜକ ରାକେଶ କୁମାର ଦାଶ, ଓରମାସର ଡେପୁଟି ସିଈଓ ନିରୋଦ କୁମାର ଜେନା, ଓଏଲଏମର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ହସ୍ତଶିଳ୍ପୀ ପ୍ରିୟବ୍ରତ ଜେନା, କାଇଁଚ ହସ୍ତଶିଳ୍ପୀ ବିଜୟାଲକ୍ଷ୍ମୀ ସ୍ୱାଇଁ ଅତିଥି ଭାବେ ମଞ୍ଚାସୀନ ଥାଇ ହସ୍ତଶିଳ୍ପୀମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ହସ୍ତଶୀଳ୍ପ କ୍ଷେତ୍ରରେ ମୁଖ୍ୟତଃ କାଇଁଚ କାମ, ଟେରାକୋଟା, କତା କଣ୍ଢେଇ, ଚାନ୍ଦୁଆ କାମ, ପଟ୍ଟଚିତ୍ର, ବେତ ବାଉଁଶ, ପଥର ଖୋଦେଇ ଇତ୍ୟାଦି କ୍ରାଫ୍ଟରେ ହସ୍ତଶିଳ୍ପୀମାନେ କାମ କରୁଛନ୍ତି । ସରକାରଙ୍କ ଯୋଜନା ରୁ ଲାଭ ଉଠାଇ ହସ୍ତଶିଳ୍ପୀମାନେ ଉପକୃତ ହୋଇପାରିବେ ଏବଂ ସାମଗ୍ରୀ ଉତ୍ପାଦ ବୃଦ୍ଧି କରିପାରିବେ ସେ ନେଇ ସଚେତନ କରାଯାଇଥିଲା ।
ଅନ୍ୟତମ ହସ୍ତଶୀଳ୍ପ ବିକାଶ ଅଧିକାରୀ ଦିନେଶ ସାହୁ, ହସ୍ତଶୀଳ୍ପ ବିକାଶ ଅଧିକାରିଣୀ ଦିପ୍ତିମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଟେରାକୋଟା ନିପୁଣ ହସ୍ତଶିଳ୍ପୀ ନିରଞ୍ଜନ ବେହେରା, ଚାନ୍ଦୁଆ କାମ ନିପୁଣ ହସ୍ତଶିଳ୍ପୀ ରେସମା ବେଗମ, କାଇଁଚ ନିପୁଣ ହସ୍ତଶିଳ୍ପୀ ସ୍ୱର୍ଣ୍ଣପ୍ରଭା ସ୍ୱାଇଁ ପ୍ରମୁଖ ନିଜର ଅଭିଜ୍ଞତା ଆଳରେ ଉପସ୍ଥିତ ହସ୍ତଶିଳ୍ପୀ ମାନଙ୍କୁ ସଚେତନ କରାଇଥିଲେ । ହସ୍ତଶିଳ୍ପୀ ତପନ ବେହେରା, ସୁବଳ ମୁଦୁଲି, ତପସ୍ୱିନୀ ନାୟକ, ସ୍ୱପ୍ନାରାଣୀ ପୃଷ୍ଟି, ସୁଚିତ୍ରା ଜେନା, ଭାଗ୍ୟଧର ମହାରଣା, ପାର୍ବତୀ ସ୍ୱାଇଁ, ରୁକ୍ମଣୀ ନାୟକଙ୍କ ସମେତ ଶତାଧିକ ହସ୍ତଶିଳ୍ପୀ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ଜିଲ୍ଲା କୁମ୍ଭକାରସଙ୍ଘର ସମ୍ପାଦକ ତଥା ଆଇନଜୀବି ବିଚିତ୍ରାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ହସ୍ତଶୀଳ୍ପ ବିକାଶ ଅଧିକାରୀ ସତ୍ୟଜିତ ବେହେରା ସ୍ୱାଗତ ଭାଷଣ ଦେଇଥବା ବେଳେ ହସ୍ତଶୀଳ୍ପ ବିକାଶ ଅଧିକାରୀ ପ୍ରିୟଜିତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Next Post

କେନ୍ଦ୍ରାପଡା କଲେଜ ପକ୍ଷରୁ ଉପଭୋକ୍ତା ସଚେତନତା ଅଭିଯାନ

Thu Mar 13 , 2025
କେନ୍ଦ୍ରାପଡ଼ା,୧୩ା୩: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଉପଭୋକ୍ତା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଉପଭୋକ୍ତା ସୁରକ୍ଷା ଅଧିନିୟମ, ଉପଭୋକ୍ତା ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବା ଏହି ଅଭିଯାନର ମୂଳ ଉଦେଶ୍ୟ ଥିଲା। ଛାତ୍ରଛାତ୍ରୀମାନେ ଉପଭୋକ୍ତା ସଚେତନତାକୁ ନେଇ ଗ୍ରାମବାସୀଙ୍କ ସମ୍ମୁଖରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଗ୍ରାମବାସୀମାନେ ଏହି ଅଭିଯାନକୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଦ୍ୟମକୁ ପ୍ରସଂଶା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading