ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନର ଅନୁରୋଧ , ଆନ୍ଦୋଳନ ପ୍ରତ୍ୟାହୃତ

blank

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ପାଞ୍ଚ ଦିନ ଧରି ଚାଲିଥିବା ଆହୋରାତ୍ର ଗଣଧାରଣା ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଆଜି ପ୍ରତ୍ୟାହୃତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଦାବିପତ୍ର ଗ୍ରହଣ କରି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ପ୍ରକାଶ ଥାଉକି ଗତ ବିଧାନସଭା ଅଧିବେଶନରେ କେନ୍ଦ୍ରାପଡା ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ କହିଲେ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହା ଜିଲ୍ଲାବାସୀଙ୍କୁ ଭଣ୍ଡେଇବା ବ୍ୟତୀତ ଅନ୍ୟକିଛି ନୁହେଁ। ଜିଲ୍ଲାବାସୀ ଓ ଆନ୍ଦୋଳନକାରୀ ଏହାକୁ ପ୍ରତ୍ୟାଖାନ କରିଛନ୍ତି। ଆଜିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲେ ବି ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପ୍ରଶାସନ ଦେଇଥିବା କଥା ଉପରେ ଦୃଷ୍ଟି ରଖିଛି। ପରବର୍ତ୍ତୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କଣ ରହିବ ତାହା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ଉପରେ ନିର୍ଭର କରୁଛି। ଏହି ଆନ୍ଦୋଳନ ଜିଲ୍ଲାର ବିଭିନ୍ନ ବର୍ଗର ଜନଗଣ ସାମିଲ ହୋଇଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସଭାପତି ଅଧ୍ୟାପକ ଅଜୟ ସାମଲ, ଆବହକ ମଣ୍ଡଳୀ ସଭ୍ୟ ଗୟାଧର ଧଳ, ପ୍ରଫୁଲ ଦାସ, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ସୂର୍ଯ୍ୟକାନ୍ତ ପରିଡା, ଭାଗିରଥି ଜେନାଙ୍କ ନେତୃତ୍ୱରେ ଆହୁତ ଏହି ଗଣଧାରଣାରେ ପୂର୍ବତନ ବିଧାୟିକା ସିପ୍ରା ମଲିକ, ବିଜେଡି ନେତା ରବି ସାମଲ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ଧୀରେନ ସାହୁ, କଂଗ୍ରେସ ରାଜ୍ୟ ସମ୍ପାଦିକା ସସ୍ମିତା ପଣ୍ଡା, ଆପ ରାଜ୍ୟ ସମ୍ପାଦକ ସଂଦୀପ୍ତ ଦାସ, ବୈଷ୍ଣବ ସ୍ୱାଇଁ, ମହେନ୍ଦ୍ର ପଟ୍ଟନାୟକ, ସଞ୍ଜୟ ବସନ୍ତିଆ, ସୀତାକାନ୍ତ ନାୟକ, ସୁରେଶ ପଟ୍ଟନାୟକ, ଭାବଗ୍ରାହୀ ନାୟକ, ଅମରେନ୍ଦ୍ର ଦାସ, ବିଧୁଭୂଷଣ ମହାପାତ୍ର, ଫକୀର ଚରଣ ଖଟୁଆ, ସିପିଏମ ନେତା ଜଗତଜୀବନ ଦାସ, ମାଧବ ଦାସ, ବିକାଶ ବେଉରା, ଦାସରଥୀ ସାହୁ, କୁଳମଣି ରାଉତ ,ନରୋତ୍ତମ ପାର୍ଥସାରଥୀ, ବିଜୟ ପରିଡା, ପ୍ରକାଶ ମହାନ୍ତି, ରାଜକୁମାର ବିଶ୍ୱାଳ, କିଶୋର ସାହୁ, ବିଜୟ ନାୟକ, ଗୋଲକ ମହାଭୋଇ, ଗାନ୍ଧୀ ବାଦୀ ଅଭିମନ୍ୟୁ ରାଉତ, ସନ୍ତୋଷ ବେହେରା, ପ୍ରମୋଦ ବେହେରା, ଦିଲ୍ଲୀପ ମିଶ୍ର, ପ୍ରଭାକର ସାମଲ, ଧୀରେନ୍ଦ୍ର ବେହେରା ପ୍ରମୁଖ ବିଭିନ୍ନ ସମୟରେ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।

Next Post

ମହମ୍ମଦଙ୍କ ବାଣୀକୁ ଅସମ୍ମାନ କରି ଯୁବକ ଗିରଫ

Sat Sep 27 , 2025
କେନ୍ଦ୍ରାପଡ଼ା,୨୭ା୯:ମହମ୍ମଦଙ୍କ ବାଣୀକୁ ଅସମ୍ମାନ କରିବା ଓ ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ମହମ୍ମଦଙ୍କ ବାଣୀକୁ ନିଜ ଗୋଡ଼ ପାଖରେ ଲେଖା ଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିମାନେ ଥାନାରେ ଅଭିଯୋଗ କରିଥିଲେ। ସେମାନେ କହିଥିଲେ ସମଗ୍ର ଦେଶରେ ଏବେ ଆଇ ଲଭ ମହମ୍ମଦ ଟ୍ରେଣ୍ଡ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading