
ପଟ୍ଟାମୁଣ୍ଡାଇ ତା ୬/୭- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଲତଳ ମାଉସୀ ମା ମନ୍ଦିର କମିଟି ପକ୍ଷରୁ ଏକ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମାଉସୀ ମା ମନ୍ଦିର ପରିଚାଳନା କମିଟି ସଭାପତି ସୁଧାଂଶୁ ଦାସଙ୍କ ପୌରହିତ୍ୟ ଓ ପ୍ରମୋଦ ସାହୁଙ୍କ ସଂଯୋଜନାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ମୁଖ୍ୟଅତିଥି, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ ମୁଖ୍ୟବକ୍ତା, ସମାଜସେବୀ ବିବେକ ପ୍ରଧାନ ସମ୍ମାନିତଅତିଥି ଭାବେ ଯୋଗ ଦେଇ ନୃତ୍ୟ, ହୁଳହୁଳି, ଶଙ୍ଖବଜେଇବା ଆଦି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ରଶ୍ମି ରଞ୍ଜନ ପାଢ଼ୀ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ନବ କିଶୋର ପଣ୍ଡା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରୋଜ କୁମାର ପାଢ଼ୀ, ମନୋଜ କୁମାର ପରିଡା, ଅଜୟ କୁମାର ବେହେରା,ଗୁରୁ ଚରଣ ବେହେରା, ପୁରୁଷୋତ୍ତମ ସାହୁ, ବିଭୁତି ଦାଶ ଓ ସନ୍ତୋଷ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ ।
