ୟୁ.ୱାଇ ସି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

blank
ପଟ୍ଟାମୁଣ୍ଡାଇ ୨/୧- ପଟ୍ଟାମୁଣ୍ଡାଇ ବ୍ଲିକ ଅନ୍ତର୍ଗତ ବଡ଼ମୂଳବସନ୍ତ ୟୁନାଟେଡ଼ ୟୁଥ କ୍ଲବ( ୟୁ ୱା ଇ ସି) ଆନୁକୂଲ୍ୟରେ ଆୟୋଜିତ ୧୧ତମ ୟୁ ୱା ସି ଚମ୍ପିୟାନ ଟ୍ରଫି ଉଦଘାଟିତ ହୋଇଯାଇଛି ।  ନିତାଇ ଚୈତନ୍ୟ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟୁର୍ନାମେଣ୍ଟ ଉଦଘାଟନ କରିବା ସହିତ ଉତ୍ତମ କ୍ରୀଡା ପ୍ରଦର୍ଶନ ଶାରୀରିକ ସୁସ୍ଥତା ଓ ବିକାଶ ସହିତ ସାମାଜିକ ପରିଚୟ ଓ ପ୍ରତିଷ୍ଠା ଦେଇଥିବାରୁ ଏ ଅଂଚଳ ର କ୍ରୀଡା ପ୍ରତିଭାମାନେ ଉତ୍ତମ ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ କରି ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ।  ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ଚୌଦକୁଲାଟ ଫାଣ୍ଡି ଅଫିସର ନୃସିଂହ ମହାନ୍ତି, ଜିଲ୍ଲା ସାମ୍ବାଦିକ ୟୁନିଅନ ଉପସଭାପତି ଅକ୍ଷୟ ସାହୁ,ସମିତି ସଭ୍ୟା ସ୍ମୃତିମୟୀ ମଲିକ ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର, ବଡ଼ମୂଳବସନ୍ତ ସମବାୟ ସମତି ସଭାପତି ସଞ୍ଜୟ ଲେଙ୍କା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ ।  ୟୁ ୱାଇ ସି ସଭାପତି ଯୁବସମାଜ ସେବୀ ସଂଗ୍ରାମ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ ଗଗନ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି ଟୁର୍ନାମେଣ୍ଟରେ ସାମ୍ବାଦିକ ଏକାଦଶ, ନପଙ୍ଗ, ନୀଳକଣ୍ଠପୁର, ବନ୍ଧସାହି ଅଳପୁଆ, ପଟ୍ଟାମୁଣ୍ଡାଇ, ସୋବଳା, ଗାଙ୍ଗପଡା ୮ଟି ଦଳ ଭାଗ ନେଇଛନ୍ତି ।  ଆସନ୍ତା ୪ତାରିଖ ରବିବାର ୟୁ ୱା ସି ଚମ୍ପିୟାନ ଟ୍ରଫିର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Next Post

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସେବା କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ସଭା

Fri Jan 2 , 2026
ପଟ୍ଟାମୁଣ୍ଡାଇ ତା ୨/୧- ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପଟ୍ଟାମୁଣ୍ଡାଇ ସେବା କେଦ୍ରରେ ନବ ବର୍ଷ ଅବସରରେ ବ୍ରହ୍ମ ଯୋଗିନୀ ଡା କମଲେଶ ଦିଦିଙ୍କ ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।  କେନ୍ଦ୍ର ସଞ୍ଚଳିକା ଶଶୀରେଖା ଦିଦିଙ୍କ ସଂଯୋଜନାରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଜା ପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏକ ପ୍ରମୁଖ ସମାଜ ସଂସ୍କାର ସଂଗଠନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading