
ପଟ୍ଟାମୁଣ୍ଡାଇ ୩୧/୩ – ପୂରା ଦେଶରେ ସୋମବାର ପବିତ୍ର ଇଦ୍-ଉଜ-ଜୁହା ପାଳନ କରାଯାଇଛି। ଏହି ଅବସରରେ ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତିରେ ପବିତ୍ର ଇଦ ପାଳନ ହୋଇଛି । ଏନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଭାଇଚାରାର ପର୍ବ ବେଶ ଧୁମ ଧାମରେ ପାଳନ କରୁଥିବା ବେଳେ ସମୂହ ନମାଜ ପାଠ କରିଛନ୍ତି। ନମାଜ ପରେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇ ଇଦ ଉତ୍ସବ ପାଳନ କରିଛନ୍ତି। ମାସ ସାରା ରୋଜା ବା ଉପାସ ରହି ଆଜି ଦିନରେ ରୋଜା ଭାଙ୍ଗି ଦାନ ଧର୍ମ କରୁଥିବା ସଂଖ୍ୟାଲଘୁ ଭାଇମାନଙ୍କୁ ପଟ୍ଟାମୁଣ୍ଡାଇ-ରାଜନଗରର ଭାଜପା କର୍ମକର୍ତା ପଂଚାନନ ବିଶ୍ୱାଳ, ଶଶୀକାନ୍ତ ସ୍ୱାଇଁ, ନଳୀନି ବିଶ୍ୱାନ,ଗୋପିନାଥ ପଣ୍ଡା, ଦୀପକ ପଣ୍ଡା, ପ୍ରମୋଦ ଦାଶ, ନିଳକଣ୍ଠ ମିଶ୍ର, ଶୁଧାଶୁଂ ଯେନା ପ୍ରମୁଖ ଭେଟି ଶୁଭେଛ ଜଣାଇଥିଲେ ।
