
ପଟ୍ଟାମୁଣ୍ଡାଇ ୭/୪ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଧୋୟାଞ୍ଚଳର ଅଣ୍ଢରା ଓ ଅମୃତମଣୋହି ସମେତ ଆଖ ପାଖ ଅଂଚଳର ହଜାର ହଜାର ଚାଷୀମାନେ ଗୁଡ଼ିଆ ଜୋର ସେତୁ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବୀ କରିଆସୁଥିଲେ । ଗୁଡ଼ିଆ ଜୋର ସେତୁ ନିର୍ମାଣ ହେଲେ ଧୋୟାଂଚଳର ଶହ ଶହ ଏକର ଜମିରେ ଚାଷ କାର୍ଯ୍ୟ ହେବା ସହିତ ଅଣ୍ଢରା, ଅମୃତମଣୋହି ପଂଚାୟତର ହଜାର ହଜାର ଚାଷୀ ଉପକୃତ ହେବେ । ଏନେଇ କେନ୍ଦ୍ରାପଡ଼ା ବିଧାୟକ ଭାବେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ନିର୍ବାଚିତ ହେବା ପରେ ଧୋୟାଂଚଳ ଚାଷୀଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ଗୁଡ଼ିଆଜୋର ସେତୁ ନିର୍ମାଣ ପାଇଁ ରାଜ୍ୟ ବିଧାନସଭାରେ ପ୍ରଶ୍ନ ଉତଥାପନ କରିବା ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଗ୍ରାମ୍ୟଉନ୍ନୟନମନ୍ତ୍ରୀଙ୍କୁ ଭେଟି ଦାବୀ କରିଥିଲେ । ରାଜ୍ୟ ସରକାର ଚାଷୀମାନଙ୍କ ସୁବିଧା ପାଇଁ ଅଣ୍ଢରା, ଅମୃତମଣୋହି ଠାରେ ଗୁଡ଼ିଆଜୋର ସେତୁ ନିର୍ମାଣ କରିବା ପାଇଁ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଚିଠି ନଂ ୨୮୫୪୧୫୦୦୦୪୨୦୨୪ ରେ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏଥି ପାଇଁ ସାଧାରଣରେ ଖୁସିର ଲହରୀ ଖେଳି ଯାଇଛି ।
ଏଥି ନେଇ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲ,ଅଣ୍ଢରା ସରପଞ୍ଚ କଳ୍ପନା ଜେନା, ଅମୃତମଣୋହି ସରପଞ୍ଚ ନିରୁପମା ଦାସ, ସମିତିସଭ୍ୟା ଅନ୍ନପୂର୍ଣ୍ଣା ମଲ୍ଲିକ, ସମବାୟବିତ ଚିତ୍ତରଞ୍ଜନ ମଲ୍ଲିକ, ପୂର୍ବତନ ସରପଞ୍ଚ ବସନ୍ତ ସ୍ୱାଇଁ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ଶିକ୍ଷାବିତ ନିରଞ୍ଜନ ସୁନ୍ଦରରାୟ, ଯୁବନେତା ପ୍ରଶାନ୍ତ ସ୍ୱାଇଁ,କୃଷକ ନେତା ଉଲ୍ଲାସ ମଲ୍ଲିକ, ପୂର୍ବତନ ସରପଞ୍ଚ ସଂଜୀବ ମଲ୍ଲିକ ଉପେନ୍ଦ୍ର ମଲ୍ଲିକ, ଅମ୍ବିକା ମଲ୍ଲିକ ରଂଜିତ ରଞ୍ଜନ ମଲ୍ଲିକ, ଅଶୋକ ମଲ୍ଲିକ, ନାରାୟଣ ମଲ୍ଲିକ, ପୂର୍ବତନ ସରପଞ୍ଚ କୂଳମଣି ମଲିକ, ବିପିନ ସେଠୀ, ବ୍ରଜ କିଶୋର ସେଠୀ ପ୍ରମୁଖ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗ୍ରାମ୍ୟ ଉନ୍ନୟନମନ୍ତୀ ରବି ନାରାୟଣ ନାୟକ ଓ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
