ନୃତ୍ୟନାଟିକା ନିମାଇଁ ସନ୍ୟାସ ନୃତ୍ୟାଭିନୟ ବେଶ୍ ଉପଭୋଗ୍ୟ ଥିଲା

ରଙ୍ଗାରଙ୍ଗ ଗଡମେକର୍ ଶିଶିର ଉତ୍ସବ-୨୦୨୬

blank
ପଟ୍ଟାମୁଣ୍ଡାଇ ୧/୧ -ଇଂରାଜୀ ନୂଆବର୍ଷ ମନୋରମ ଶୀତୁଆ ସକାଳ ବର୍ଣ୍ଣ୍ୟଢ ପରିବେଶ ମଧ୍ୟରେ ଓଡିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନ (ଗଡ଼ମେକର)ର ଶାସ୍ତ୍ରୀୟ ତଥା ପାରମ୍ପରିକ ଓଡ଼ିଶୀ ପଂଚକଳା ଆସର ପକ୍ଷରୁ ୧୯ତମ ଶିଶିର ଉତ୍ସବ ସହିତ ୩୯ତମ ବାର୍ଷିକୋତ୍ସବ ଆୟୋଜିତ ହୋଇଯାଇଛିା ଶ୍ରୀରାମ ମନ୍ଦିର ସମ୍ମୁଖ ସୁସଜ୍ଜିତ ମଂଚରେ ଗଡ଼ମେକର ପ୍ରତିଷ୍ଠାତା ନିର୍ଦେଶକ ଗୀତି କବି ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଗୀତ-ବାଦ୍ୟ, ନୃତ୍ୟ,-ନାଟ୍ୟ, ଚିତ୍ରାଦି ପଂଚକଳାକୁ ନେଇ ଗଡ଼ମେକରର ଆକାଶବାଣୀ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଚିତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରି ଥିଲେ। ଯାହା ଉପସ୍ଥିତ ଦର୍ଶକଙ୍କ ସହ ଦେଖହାରୀଙ୍କ ମନମୁଗ୍ଧ କରିଥିବା ବେଳେ ସହରର ରାସ୍ତାରେ ଯାଉଥିବା ଯାତ୍ରୀ ସ୍ତମ୍ବିଭୁତ ହୋଇଯାଇଥିଲେ ।

blank

ପ୍ରାରମ୍ଭରେ ଗଡମେକର୍ ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୀତିକବି ପାଣିଙ୍କ ସୁମଧୁର ସଂଯୋଜନାରେ ଉଭୟ ବନ୍ଦେ ମାତରମ୍ ସଙ୍ଗୀତ ଓ ଗଣକବି ଗୋପାଳ ଦାଶଙ୍କ ୧୫୦ତମ ଜୟନ୍ତୀ ପାଳନର ପବିତ୍ର ସନ୍ତକ ବହନ କରିଥିଲା । ବନ୍ଦେ ମାତରମ୍ ବୃନ୍ଦଗାନରୁ ଆରମ୍ଭ ଶିଶିର ଉତ୍ସବରେ ଗୋପାଳ ସଙ୍ଗୀତ, ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ଦେଶାତ୍ମବୋଧକ-ପଲ୍ଲୀ-ଶିଶୁ ସଙ୍ଗୀତ ସହିତ ସୁଗମ ଓ ଚଳଚ୍ଚିତ୍ର ସଙ୍ଗୀତ ଆଦି କଣ୍ଠଶିଳ୍ପୀ ସର୍ବଶ୍ରୀ ସଞ୍ଜିବ ତରାଇ, ସୁଦୀପ୍ତ ନାୟକ, ଅମୃତମୟ ସାମଲ, ସୁପ୍ରିୟା ଦାଶ, ପ୍ରିୟଙ୍କା ବେହେରା, ତାନି ତମନ୍ନା ପ୍ରଧାନ, ସାଇ ସମୀକ୍ଷା ସାହୁ, ସୁଶ୍ରୀ ସମନ୍ୱିତା ଦାଶ, ସୌମ୍ୟରଞ୍ଜନ ସୂତାର ପ୍ରମୁଖଙ୍କ କଣ୍ଠ ସୌମ୍ୟକାନ୍ତ ମଲ୍ଲିକଙ୍କ ମର୍ଦ୍ଦଳ ବାଦନ ଓ ସାଇ ସ୍ୱରାଜ ଶତପଥୀଙ୍କ ଉପସ୍ଥାପନାରେ ନିନାଦିତ ହୋଇଥିଲା। ଓଡ଼ିଶାର ୧୭ଟି ଜିଲ୍ଲା ସମେତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବ, ଭୁବନେଶ୍ୱର ଦୂରଦର୍ଶନ ଆଦିରେ ଗଡମେକର୍ କଳା ପ୍ରଦର୍ଶନର ଝଲକ ଏହି ଶିଶିର ଉତ୍ସବରେ ଦେଖିବାକୁ ମିଳିଥିଲା। ବାବା ବୈକୁଣ୍ଠନାଥଙ୍କ ସୁପ୍ରସିଦ୍ଧ ନୃତ୍ୟନାଟିକା ନିମାଇଁ ସନ୍ୟାସ ମଂଚାୟନ ସହିତ ଶାସ୍ତ୍ରୀୟ ଓଡ଼ିଶୀ ମଙ୍ଗଳାଚରଣ ନମାମି, ବଟୁନୃତ୍ୟ, ରାଗେଶ୍ରୀ ପଲ୍ଲବୀ, ଅଭିନୟରେ ଯମୁନା ଓ ସଜ କଞ୍ଜ ନୟନା, ମୋକ୍ଷନୃତ୍ୟ ଆଦି ଗୁରୁ ବିଜୟ କୁମାର ଦାଶଙ୍କ ନିର୍ଦ୍ଦେଶନାରେ ପ୍ରଦର୍ଶନ କରାଯାଇଥିଲା । ନୃତ୍ୟଶିଳ୍ପୀଙ୍କ ଅଭିନୀତ ସୁପ୍ରସିଦ୍ଧ ନୃତ୍ୟନାଟିକା ନିମାଇଁ ସନ୍ୟାସ ନୃତ୍ୟାଭିନୟ ସଜ କଞ୍ଜ ନୟନା ବେଶ୍ ଉପଭୋଗ୍ୟ ହୋଇଥିଲା। ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନ ଗଡ଼ମେକରର ଆକାଶବାଣୀ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାରମାନେ ନୃତ୍ୟାଭିନୟ ପରିବେଷଣ କରିଥିଲେ । ଗୁରୁ ରମେଶ ଦେଙ୍କ ନିର୍ଦେଶନାରେ ଚିତ୍ରକଳା ପ୍ରଦର୍ଶୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଞ୍ଜଳି ପାଣି , ନଳିନୀ ପ୍ରଣୀଗ୍ରାହୀ ସମେତ ଅନ୍ୟାମାନେ ପରିଚାଳନା କରିଥିଲେ ।

Next Post

ଗାୟତ୍ରୀ ପରିବାର ପକ୍ଷରୁ ନିଶା ନିବାରଣ ଶୋଭାଯାତ୍ରା

Fri Jan 2 , 2026
ପଟ୍ଟାମୁଣ୍ଡାଇ ୨/୧ -ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ସଂସ୍ଥାପିକା ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଜନ୍ମ ଶତବାର୍ଷିକୀ ଓ ଅଖଣ୍ଡ ଦୀପ ପ୍ରାକଟ୍ୟ ବର୍ଷ ପାଳନ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ ହରିଦ୍ୱାର ଠାରୁ ଆରମ୍ଭ କରି ଦେଶ ବିଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବେଲତଳ ଗୁଲନଗର ଗାୟତ୍ରୀ ପ୍ରଜ୍ଞା ପୀଠ ପକ୍ଷରୁ ନୂଆ ବର୍ଷ ଅବସରରେ ଏକ ସାମାଜିକ ଚେତନାଧର୍ମୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading