ଧାରଣାରୁ ଓହରିଲା କଂଗ୍ରେସ , ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

blank

ଭୁବନେଶ୍ୱର ୧୧ା୩- ଶାସକ ବିରୋଧୀ ହାତାହାତି ହେଲେ । ଓଡ଼ିଶା ବିଧାନସଭା ଦେଖିଲା ଏକ କଳଙ୍କିତ ଅଧ୍ୟାୟ । ତେବେ ବାଚସ୍ପତି କେବଳ ବିରୋଧୀ ଦଳ ସଦସ୍ୟଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ । ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ତାରାପ୍ରସାଦ ବାହିନୀପତି। ୭ ଦିନ ପାଇଁ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରିଛନ୍ତି। ତାରା ବାହିନୀପତିଙ୍କ ନିଲମ୍ବନ ବିରୋଧରେ ଗୃହରେ ପ୍ରତିବାଦ କରିଛି କଂଗ୍ରେସ ଓ ବିଜେଡି। ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଏକପାଖିଆ ବୋଲି କହିଛନ୍ତ ତାରା। ତାଙ୍କୁ କେଉଁ ନିୟମରେ ସସପେଣ୍ଡ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ତାରା। ତେବେ ନିଲମ୍ବନ ଦୁର୍ଭାଗ୍ୟଜନକ ବୋଲ କହିଛନ୍ତି ଭକ୍ତ। ବାଚସ୍ପତି ଯଦି ସର୍ବଦଳୀୟ ବୈଠକ ଡାକିଥାନ୍ତେ ତେବେ ଭଲ ହୋଇଥାନ୍ତା। ରାଜ୍ୟରେ ୪୪ ହଜାର ମହିଳା ନିଖୋଜ, ଛାତ୍ରୀ ଗର୍ଭବତୀ ହେଉଛନ୍ତି। ସରକାରରେ ବସିବା ଲୋକଙ୍କୁ ଲଜ୍ଜା ଲାଗିବା କଥା। ଗୃହ କମିଟି କରିଦେଇଥିଲେ ମହିଳା ହିଂସାରେ ସବୁ ସମାଧାନ ହୋଇପାରି ଥାନ୍ତା ବୋଲି କହିଛନ୍ତି ତାରା। ଅନ୍ୟପଟେ ପିସିସି ସଭାପତିଙ୍କ ଅନୁରୋଧ ପରେ ଅନଶନରୁ ଓହରିଛନ୍ତି କଂଗ୍ରେସ ବିଧାୟକ। ଅହୋରାତ୍ର ଆନ୍ଦୋଳନ କରିବେ ନାହିଁ। ତାରାଙ୍କୁ ନିଲମ୍ବନ ପ୍ରସଙ୍ଗରେ ଆସନ୍ତାକାଲି ଜରୁରୀ ବୈଠକ ଡାକିଛନ୍ତି ପିସିସି ସଭାପତି। ବୈଠକରେ ବରିଷ୍ଠ ନେତା ସାମିଲ ହେବା ସା ବଡ଼ ନିଷ୍ପତ୍ତି ନିଆଯାଇପାରେ। ପରବର୍ତ୍ତି କାର୍ଯ୍ୟପନ୍ଥା କଣ ନିଆଯିବ, ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ଆସନ୍ତାକାଲି ବିଧାନସଭାକୁ ଯିବେନି କଂଗ୍ରେସ ବିଧାୟକ।

Next Post

ବିଭିନ୍ନ ଚୋରା ବାଲିଘାଟ 'ବେଆଇନ ଇଟାଭାଟି ଉପରେ ଚଢାଉ

Tue Mar 11 , 2025
  କେନ୍ଦ୍ରାପଡା, ୧୧.୦୩.- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କେନ୍ଦ୍ରାପଡା, ଗରଦପୁର, ରାଜକନିକା ଏବଂ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୧୯ ଗୋଟି ଇଟା ଭାଟି ଉପରେ ଚଢାଉ କରାଯାଇ ୩ ଗୋଟି ଟ୍ରାକ୍ଟର ଗରଦପୁର ତହସିଲରୁ ଜବତ କରାଯାଇଛି । ଉପରୋକ୍ତ ଗାଡି ମଧ୍ୟରୁ ୧ ଗୋଟି ଟ୍ରାକ୍ଟରରୁ ମାଟି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading