ତୁଳସୀ ମେଧା ସମ୍ମାନ ୨୦୨୫

ପଟ୍ଟାମୁଣ୍ଡାଇ ତା ୧୬/୬- ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବିଶିଷ୍ଟ ସମାଜସେବିକା ଦିବଂଗତା ତୁଳସୀ ବିଶ୍ଵାଳଙ୍କ ସ୍ମୃତିରେ ଆଜି ତରଡିପାଳ ହାଇସ୍କୁଲ୍ ପଡିଆରେ ତୁଳସୀ ମେଧା ସମ୍ମାନ-୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ମାଟ୍ରିକ ଏବଂ +୨ ପରୀକ୍ଷା ରେ ସ୍କୁଲ୍ ଟପ୍ପର କିମ୍ବା ୭୫% ଅଧିକା ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟ ଓ ଯୁବସମାଜ ସେବୀ ଅଧ୍ୟାପକ ଫିରୋଜ୍ କୁମାର ବିଶ୍ଵାଳଙ୍କ ସଂଯୋଜନାରେ ଆୟୋଜିତ ତୁଳସୀ ମେଧା ସମ୍ମାନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ତୁଳସୀ ମେଧା ସମ୍ମାନ ରେ ସମ୍ମାନିତ କରାଯିବା ଦ୍ୱାରା ସେମାନେ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ପାଇବେ ଓ ଏକ ସୁନ୍ଦର ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ପ୍ରାକ୍ତନ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା ମୁଖ୍ୟବକ୍ତା ଅଳପୁଆ ହାଇସ୍କୁଲ ଶିକ୍ଷୟତ୍ରୀ ସୁକାନ୍ତି ଶର୍ମା, ପ୍ରାକ୍ତନ ଶିକ୍ଷକ ସୁଶୀଲ ବିଶ୍ଵାଳ, ସମାଜସେବୀ ହିମାଂଶୁ ଶେଖର ବିଶ୍ଵାଳ, ବଳଭଦ୍ର ପୁର ପଂଚାୟତ ସରପଞ୍ଚ ପ୍ରିୟବ୍ରତ ଓଝା, ଶାସନ ପଞ୍ଚାୟତ ସରପଞ୍ଚ ସଂଗ୍ରାମ କେଶରୀ ବାରିକ୍ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଟପ୍ପର ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲର ସୂର୍ଯ୍ୟବଂଶୀ ଦାସଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ଅଳପୁଆ ହାଇସ୍କୁଲର ଅଭିନାଶ ପଳେଇ, ତରଡ଼ିପାଳ ମାଳତୀ ଦେବୀ ବାଳିକା ହାଇସ୍କୁଲର ଶୁଭଶ୍ରୀ ପଣ୍ଡା,ତରଡିପାଳ ହାଇସ୍କୁଲର ପୁନମ ନାୟକ, ଦାଣ୍ଡିସାହି ଜୟହିନ୍ଦ୍ ହାଇସ୍କୁଲର ସ୍ୱାଗତିକା ପାଢ଼ୀ ରାଜଶ୍ରୀ ମଲ୍ଲିକ, ଗାୟତ୍ରୀ ସେଠୀ , ସ୍ୱେତା ମଲ୍ଲିକ, ଅମୃତମଣୋହି ବାଳିକା ହାଇସ୍କୁଲର ଜିନା ସେଠୀ ,ଅଣ୍ଢରା ବନ୍ଦେ ମାତରମ୍ ହାଇସ୍କୁଲର କ୍ରିତିକା ମଲ୍ଲିକ,ସିଂହଗାଁ ଧାନଖାଇ ହାଇସ୍କୁଲର ଚନ୍ଦନ ଜେନା, ସିଦ୍ଧବାଲି ଏସ୍ କେ ହାଇସ୍କୁଲର ପ୍ରତ୍ୟୁସ୍ କୁମାର ଦାସ, ଅଭୀଲିପ୍ସା ସାହୁ, ଅଭିଜିତ ଧଳ ସ୍ମୃତିରେଖା ବାରିକ୍, ଶିବାଙ୍ଗି ଶୁଭଦର୍ଶୀନୀ ତରାଇ,ବଳୁରିଆ ହାଇସ୍କୁଲର ଶୁଭମ୍ ରାଉତ ଦାଣ୍ଡିସାହି ବ୍ରାହ୍ମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅମ୍ରିତା ସେଠୀ ସୁବାଶିଷ ସାମଲ ,ଲିପ୍ସା ଜେନା ଅମ୍ରିତା ଅନନ୍ୟା ଦାସ୍ ଓ ତରଡ଼ିପାଳର ଗୋରଖ ପ୍ରସାଦ ଶର୍ମା ଙ୍କୁ ସମ୍ବର୍ଦ୍ଧିତ ସମ୍ମାନିତ ଓ ପୁରସ୍କୃତ କରିଥିଲେ । ଶେଷରେ ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ଵାଳ ଧନ୍ୟବାଦ ଦେଇଥିଲେ ।
