ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସେବା କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ସଭା

blank
ପଟ୍ଟାମୁଣ୍ଡାଇ ତା ୨/୧- ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପଟ୍ଟାମୁଣ୍ଡାଇ ସେବା କେଦ୍ରରେ ନବ ବର୍ଷ ଅବସରରେ ବ୍ରହ୍ମ ଯୋଗିନୀ ଡା କମଲେଶ ଦିଦିଙ୍କ ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।  କେନ୍ଦ୍ର ସଞ୍ଚଳିକା ଶଶୀରେଖା ଦିଦିଙ୍କ ସଂଯୋଜନାରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଜା ପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏକ ପ୍ରମୁଖ ସମାଜ ସଂସ୍କାର ସଂଗଠନ ।  ବିଭିନ୍ନ ସାମାଜିକ କୁସଂସ୍କାର ବିରୋଧରେ ସଚେତନତା ସୃଷ୍ଟି ଏହି ସଂଗଠନ ଭାତୃତ୍ୱ ଓ ସାମାଜିକ ଭାଇଚାରା ପ୍ରତିଷ୍ଠା କରିପାରିଛି । ତ୍ୟାଗ ଓ ତିତିକ୍ଷାର ପ୍ରତୀକ ଦିବଙ୍ଗତା ଡା କମଲେଶ ଦିଦି ଏହି ସଂଗଠନର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ମତ ପ୍ରକାଶ କରି ବିଧାୟକ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ,ସଂଗୀତ ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ଶିକ୍ଷାବିତ ସର୍ବେଶ୍ୱର ମହାନ୍ତି,ସଂଗୀତ ନିର୍ଦେଶକ ବ୍ରଜସୁନ୍ଦର ପାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟଧରା ସମ୍ପର୍କ ରେ ଆଲୋକପାତ କରିବା ସହିତ ଦିବଙ୍ଗତା ଡା କମଲେଶ ଦିଦିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ଶେଷରେ ଆଳି ସେବା କେନ୍ଦ୍ର ସଞ୍ଚାଳିକା ସଂଯୁକ୍ତା ଦିଦି ଧନ୍ୟବାଦ ଦେଇଥିଲେ ।  ଏଥିରେ ପଟ୍ଟାମୁଣ୍ଡାଇ ଆଳି ଓ ରାଜନଗରଅଂଚଳର ବହୁ ବ୍ରହ୍ମ କୁମାର ବ୍ରହ୍ମ କୁମାରୀ ଭାଇ ଭଉଣୀ ଯୋଗ ଦେଇଥିଲେ ।

Next Post

ନୃତତ୍ତ୍ୱ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରକାଶ ପରିଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Fri Jan 2 , 2026
କେନ୍ଦ୍ରାପଡ଼ା,୨ା୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର କଷୋଟି ଗ୍ରାମରେ ଅବସ୍ଥାନ କରୁଥିବା ମାର୍ଶାଘାଇ ବ୍ଲକ ଅଧିନ ଜମପଡା ଗ୍ରାମରେ ଜନ୍ମିତ ସୁଭଦ୍ରା ମହତାବ ମହାବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ. ପ୍ରକାଶ ଚନ୍ଦ୍ର ପରିଡାଙ୍କୁ ଶିକ୍ଷକ ଓ କର୍ମଚାରୀ ସଙ୍ଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁପ୍ରଭା ପରିଡାଙ୍କ ପୈାରହିତ୍ୟରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ଡ. […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading