ବରିଷ୍ଠ ନାଗରିକ ମଞ୍ଚ ପ୍ରସ୍ତୁତି ବୈଠକ

blank
କେନ୍ଦ୍ରାପଡ଼ା,୨୮ା୧୨:କେନ୍ଦ୍ରାପଡା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକର୍ତ୍ତା ମଣ୍ଡଳୀଙ୍କ ମାସିକ ସାଂଗଠନିକ ଓ ଆଗାମୀ ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଗଠନର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ସାଂଗଠନିକ ଅଭିବୃଦ୍ଧି ଓ ଆଗାମୀ ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଏହାର ସଫଳତା କାମନା କରିଥିଲେ। ସଭାପତି ଶ୍ରୀ ମହାନ୍ତି, କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ବରିଷ୍ଠ ଉପଦେଷ୍ଟା ଡ. ଶରତ ଚନ୍ଦ୍ର ସ୍ୱାଇଁ, ନିତ୍ୟାନନ୍ଦ ସୁଆର ପ୍ରମୁଖ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାୟ ପ୍ରତି ଦିନ ଘଟି ଚାଲିଥିବା ବିଭିନ୍ନ ଅସାମାଜିକ କଳଙ୍କିତ କାର୍ଯ୍ୟକଳାପ ଯଥା ନାରୀ ନିର୍ଯ୍ୟାତନା, ନାରୀ ହତ୍ୟା, ଧର୍ଷଣ, ଆତ୍ମହତ୍ୟା ସହ ବିଭିନ୍ନ ସ୍ତରରେ ଦୁର୍ନୀତି, ଭ୍ରଷ୍ଟାଚାର ଆଦି ଓଡିଆ ଅସ୍ମିତା ଓ ସ୍ୱାଭିମାନ ପ୍ରତି ଘୋର କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି। ଏ ସମସ୍ତ ଅପସଂସ୍କୃତି ଓ ନୀନ୍ଦନୀୟ ଘଟଣା ପ୍ରତି ଯଥେଷ୍ଟ ସଚେତନତା ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରହଲ୍ଲାଦ ମଲ୍ଲ, ଯୁଗ୍ମସମ୍ପାଦକ ଅକ୍ଷୟ କୁମାର ନାୟକ, ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ, ବରିଷ୍ଠ ସଭ୍ୟ ଅଦୈତ କୁମାର ଦାସ, ଡ. ଉପେନ୍ଦ୍ର କୁମାର ପ୍ରଧାନ, କିଶୋର ଚନ୍ଦ୍ର ପରିଡା, ବୈଷ୍ଣବ ଚରଣ ପ୍ରଧାନ, ଶୈଳେନ୍ଦ୍ର କୁମାର ମହାନ୍ତି, ଜଗମୋହନ ହୋତା, ନିରଞ୍ଜନ ପରିଡା, ପ୍ରସନ୍ନ କୁମାର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଫେବୃଆରୀରେ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାପୂର୍ବରୁ ସଂଗଠନର ସମସ୍ତ କର୍ମକର୍ତ୍ତା, ଉପଦେଷ୍ଟାମଣ୍ଡଳୀ ଓ ସଦସ୍ୟମାନେ ସେମାନଙ୍କ ବାର୍ଷିକ ଦେୟ କାର୍ଯ୍ୟାଳୟରେ ପୈଠ କରିବାକୁ ପରାମର୍ଶ ଦିଆଯାଇଥିଲା। ଆସନ୍ତା ଜାନୁଆରୀମାସ ୨୬ତାରିଖରେ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନରେ ଯୋଗଦେବା ପାଇଁ ଅନୁରୋଧ କରାଗଲା। ବରିଷ୍ଠ ସଭ୍ୟ ବସନ୍ତ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ମା ଛୁଆଳିଆଙ୍କ ପୀଠରୁ ଚୋରୀ : ମା ଧାରଣ କରିଥିବା ସୁନାଗହଣା ଲୁଟିନେଲେ ଦୁର୍ବୁତ

Sun Dec 28 , 2025
ପଟ୍ଟାମୁଣ୍ଡାଇ ୨୮/୧୨ -ଦିନକୁ ଦିନ ପଟ୍ଟାମୁଣ୍ଡାଇ ଅଂଚଳରେ ଚୋରୀ ଡକାୟତି, ରାହାଜାନୀ ଆଦି କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲାର ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଲୋକନ୍ନାଥପୁର ଗ୍ରାମର ମାଁ ଛୁଆଳିଆଙ୍କ ପୀଠରୁ ଚୋରୀ ହୋଇଛି। କିଛି ଦୁର୍ବୁତ ମନ୍ଦିରକୁ ଆସି ମା ଛୁଆଳିଆଙ୍କ ପୂଜା ସାମଗ୍ରୀ ଚୋରୀ କରିନେଇଛନ୍ତି। ପୀଠ ହୁଣ୍ଡୀ ଭାଙ୍ଗି ଦାନ ଅର୍ଥ ଲୁଟି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading