ମାର୍ଚ୍ଚ ୨୭ରେ ବିଧାନସଭା ଘେରାଉ ପାଇଁ ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

blank
କେନ୍ଦ୍ରାପଡ଼ା, ୨୩ା୩: ଓଡିଶାରେ ନାରୀ ନିର୍ଯ୍ୟାତନା, ସ୍କୁଲ/କଲେଜର ଛାତ୍ରୀମାନଙ୍କୁ ଯୈାନ ଶୋଷଣ ଓ ନାରୀ ସୁରକ୍ଷା ଦିଗରେ ବିଜେପି ସରକାରଙ୍କ ଲଗାମହୀନ ଅବନ୍ନତି ବିରୋଧରେ ଠୋସ ପଦକ୍ଷେପ ଗ୍ରହଣ ଦାବିରେ ମାର୍ଚ୍ଚ ୨୭ତାରିଖରେ କଂଗ୍ରେସ ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାରୁ ଅନ୍ୟୁନ ଦୁଇ ହଜାର କଂଗ୍ରେସ କର୍ମୀ ଯୋଗଦେବେ। ଏଥି ନିମନ୍ତେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳର ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଯୋଗଦେଇ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ଶାସନ କରୁଥିବା ବେଳେ କିଭଳି ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଛି ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଆଗାମୀ ୨୭ତାରିଖରେ ଦଳ ପକ୍ଷରୁ ହେଉଥିବା ବିଦାନସଭା ଘେରାଉରେ ଜିଲ୍ଲାରୁ ଅଧିକରୁ ଅଧିକ କଂଗ୍ରେସ କର୍ମୀ ଯୋଗଦେବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ପିସିସି ସଭ୍ୟ ମନୋଜ ବିଶ୍ୱାଳ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ଅଶୋକ ପ୍ରତିହାରୀ, ପ୍ରଦୀପ କୁମାର ମହାନ୍ତି, ବିଭ୍ରାଂଶୁ ଲେଙ୍କା, ଭାଗିରଥୀ ଜେନା, ବାବୁରାମ ଜେନା, ରବିନାରାୟଣ ବେହେରା, ଯୁବ କଂଗ୍ରେସ ନେତା ସତ୍ୟପ୍ରିୟ ସାମଲ, ଫକିର ଚରଣ ଖଟୁଆ, ମଳୟ ଦାସ, ଚିନ୍ମୟ ପ୍ରସାଦ ବେହୁରା, ମହମ୍ମଦ ଆକବର ଅଲ୍ଲୀ, ବସନ୍ତ କୁମାର ସେଠୀ, ସିଖାଂଶୁ ଲେଙ୍କା, କବିନ୍ଦ୍ର ସାମଲ, ପୂର୍ବତନ ମାର୍ଶାଘାଇ ବ୍ଲକ କଂଗ୍ରେସ ସଭାପତି ଉପେନ୍ଦ୍ର ବେହେରା, ନଳିନୀ ମହାନ୍ତି, ରମାକାନ୍ତ ଦାଶ, ରାଜକିଶୋର ମିଶ୍ର, ନିରଞ୍ଜନ ରାଉତ, ସୁବାସ ସାମଲ, ଉମେଶ ତ୍ରିପାଠୀ, ଜ୍ୟୋତିରଞ୍ଜନ ପରିଡା, ରତିକାନ୍ତ ବେହୁରା, କ୍ଷୀରୋଦ ବେହୁରା, ଅରବିନ୍ଦ ମହାନ୍ତି, ରଜନୀକାନ୍ତ ସାହୁ, କୁମର ପାଣି, ସେଖ ମୁନିସ, ସୁରେଶ ଚନ୍ଦ୍ର ବେହେରା, ରମାକାନ୍ତ ସ୍ୱାଇଁ, ରାଜକିଶୋର ପ୍ରଧାନ, ବିଜୟ ପଣ୍ଡା, ଯୁବନେତା ରାଜେଶ ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉମେଶ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଦିବଗଂତ ନେତା ପୂର୍ବତନ ବିଧାୟକ ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ ଅକାଳ ବିୟୋଗରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୨ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କର କାର୍ଯ୍ୟଧାରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।

Next Post

ସମାଜର ଦୃଷ୍ଟିଶକ୍ତିି ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ହଜାର ହଜାର ଦୃଷ୍ଟିହୀନ ଫେରି ପାଇଛନ୍ତି ଦୃଷ୍ଟିଶକ୍ତି

Mon Mar 24 , 2025
କେନ୍ଦ୍ରାପଡ଼ା,୨୩ା୩ : ସମାଜର ଦୃଷ୍ଟିଶକ୍ତି ପାଲଟିଛି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରରେ ଥିବା ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର। ଏହି କେନ୍ଦ୍ରର ଉଦ୍ୟମ ଦ୍ୱାରା ହଜାର ହଜାର ଦୃଷ୍ଟିହୀନ ବ୍ୟକ୍ତି ଦୃଷ୍ଟିଶକ୍ତି ଫେରି ପାଇଛନ୍ତି। ଦୃଷ୍ଟିଶକ୍ତି ଫେରି ପାଇବା ପରେ ଦୁନିଆକୁ ସ୍ୱଚକ୍ଷୁରେ ଦେଖିବାର ଅଦ୍ୱିତୀୟ ସୁଯୋଗ ପାଇଛନ୍ତି ଅନେକ ଦୃଷ୍ଟିହୀନ। ଦୃଷ୍ଟିଶକ୍ତି ଫେରି ପାଇଥିବା ବ୍ୟକ୍ତିମାନେ ଅନୁଷ୍ଠାନର ମୁଖ୍ୟ ଡା. ସରୋଜ କୁମାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading