
ପଟ୍ଟାମୁଣ୍ଡାଇ ୨/୧୦-ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ଓକିଲ ସଂଘ ପକ୍ଷରୁ ଶୁକ୍ରବାର ସଂଘକାର୍ଯ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୂର୍ ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଓକିଲ ସଂଘର ଉପ ସଭାପତି ଆଇନଜୀବି ଗୋପୀନାଥ ତ୍ରୀପାଠୀ, ସମ୍ପାଦକ ରବିନ୍ଦ୍ର କୁମାର ଦାଶ, ଯୁଗ୍ମ ସଂପାଦକ କୁମାର ସତ୍ୟନାରାୟଣ ନାୟକ, କୋଷାଧ୍ୟକ୍ଷ ଗୀତାଞ୍ଜଳୀ ପୃଷ୍ଟି, ବରିଷ୍ଠ ତଥା ସରକାରୀ ଆଇନଜୀବୀ ଭାବନି ଶଙ୍କର ପଣ୍ଡା, ଅଇନଜିବୀ ଶରତ ମଲ୍ଲିକ, ରମେଶ ଚନ୍ଦ୍ର ଦାଶ ଓ ପ୍ରବୀର ପାତ୍ର ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମଲ୍ୟ ଅର୍ପଣ ସହିତ ଏହି ମହାନ ବ୍ୟକ୍ତିଦୋୟଙ୍କର ଦେଶ ପାଇଁ ଅବଦାନ ସମ୍ପର୍କରେ ଆଲୋକ ପାତ କରିଥିଲେ।
