
ପଟ୍ଟାମୁଣ୍ଡାଇ ତା ୮/୩-ପଟ୍ଟାମୁଣ୍ଡାଇ ଅଂଚଳର କୃଷକମାନଙ୍କୁ ଉତ୍ତମ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ପଟ୍ଟାମୁଣ୍ଡାଇ ସହର ଉପକଣ୍ଠ ଆହାର କେନ୍ଦ୍ର ସମ୍ମୁଖରେ ୧୫/ଏ କେନାଲ କଂକ୍ରିଟ କରଣର ଆଜି ଶୁଭ ଶିଳାନ୍ୟାସ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ କେନାଲ କଂକ୍ରିଟ କରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କରି ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀମାନଙ୍କୁ ଉତ୍ତମ ଜଳସେଚନ ସୁବିଧା ଯୋଗାଇବା ସହିତ କୃଷି ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କ ମୁଁହରେ ହସ ଫୁଟାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିଥିଲେ । ଏହି କେନାଲ କଂକ୍ରିଟକରଣ କାର୍ଯ୍ୟ ପଟ୍ଟାମୁଣ୍ଡାଇ ଆହାର କେନ୍ଦ୍ର ବାଇପାସ ଠାରୁ ତାତନା ପର୍ଯ୍ୟନ୍ତ କରାଯିବ ବୋଲି ବିଧାୟକ ସୂଚନା ଦେବା ସହିତ ଏହାର ସଫଳ କାର୍ଯ୍ୟକାରୀତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଶିଳାନ୍ୟାସ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ନଗର ବିଜେଡି ସଭାପତି ବୁଢା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, କାଉନସିଲର ସୁବାଷ ମଲିକ ସନ୍ତୋଷ ଦାସ, ଲଷ୍ମୀପ୍ରିୟା ସାହୁ, ରୀନାରାଣୀ ମଲିକ, ପ୍ରଶାନ୍ତ ବାରିକ,ସାନିଆ ପରମିନ ସାହେବା,ଝରଣା ବେହେରା, ଯୁବ ନେତା ସଂଗ୍ରାମ ସ୍ୱାଇଁ, ବରିଷ୍ଠ ନେତା ସୁରେନ୍ଦ୍ର ଗିରି, ଏମ ଡି ପପୁ ଅସୀମ ମହାନ୍ତି, ସଞ୍ଜୟ ଦାସ, ଭରତ ନାୟକ ଦିଲ୍ଲୀପ ସାହୁ ସୌରେନ୍ଦ୍ର ବେହେରା, ମଳୟ ମଲିକ, ସ୍ୱରୂପାନନ୍ଦ ସାମଲ ଦେବାଶିଷ ନାୟକ, ଅନିଲ ପଣ୍ଡା,ପୁରୁଷୋତ୍ତମ ଗିରି, ତୁଷାରକାନ୍ତ ବେହୁରା, ବାପି ସାମଲ,ବିଶ୍ୱଦେବ ନାୟକ, ଗମନ ବେହେରା, ଦିଲ୍ଲୀପ ମହାନ୍ତି, ଶଶିକାନ୍ତ ପଣ୍ଡା ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତ୍ତା ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣ ଯୋଗ ଦେଇଥିଲେ । ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ଯୁବନେତା ଏମ ଡି ପପୁ ଦିଲ୍ଲୀପ ସାହୁ, ବାବନ ସାହୁ ଦେବାଶିଷ ନାୟକ ବାପି ସାମଲ ମଳୟ ମଲିକ ଙ୍କ ନେତୃତ୍ୱରେ ବିଜେଡି ନେତା ଓ କର୍ମୀମାନେ ବିଧାୟକ ଶ୍ରୀସାହୁଙ୍କୁ ବକ୍ତାରପୁର ଠାରୁ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ବାଇପାସ ଆହାରକେନ୍ଦ୍ର ଶିଳାନ୍ୟାସ ସ୍ଥଳ ପର୍ଯ୍ୟନ୍ତ ନେଇଥିଲେ ।
