
ପଟ୍ଟାମୁଣ୍ଡାଇ ୫/୬ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀପଡା ପତିତପାବନ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠଳ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପୌରଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ, ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ, ମାଉସୀ ମା ମନ୍ଦିର ପରିଚାଳନା କମିଟି ସଭାପତି ଅର୍ଜୁନ ନାୟକ ପ୍ରମୁଖ ଯୋଗ ଦେଇ ଆସନ୍ତା ଜୁନ ୨୭ ତାରିଖରେ ହେବାକୁ ଥିବା ଗୁଣ୍ଡିଚା ଯାତ୍ରା କାର୍ଯ୍ୟକ୍ରମକୁ ସଫଳତାର ସହିତ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତିି ନିଆଯାଇଥିଲା । ବିଧାୟକ ସାହୁ ଚଳିତବର୍ଷ ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ଉତ୍ସବ ଭକ୍ତଙ୍କ ଗହଣରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଓ ଶୃଖଳିତ ଆୟୋଜନ ପାଇଁ ଆବଶ୍ୟକ ରାସ୍ତା ନିର୍ମାଣ । ମରାମତି,ଆଇନଶୃଙ୍ଖଳା, ପାନୀୟଜଳ, ପରିମଳ, ଟ୍ରାଫିକ ନିୟତ୍ରଣ, ବିଦ୍ୟୁତ ସୁରକ୍ଷା, ଅଗ୍ନିଶମ ସେବା ଆଦି ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ପୂର୍ତ ବିଭାଗ ସହନିର୍ବାହିଯନ୍ତ୍ରୀ କୃପାସିନ୍ଧୁ ଧଳ, କନିଷ୍ଠଯନ୍ତ୍ରୀ ଜ୍ୟୋତି ରଞ୍ଜନ ବେହେରା,ବିଦ୍ୟୁତ ବିଭାଗ ସହକାରୀଯନ୍ତ୍ରୀ ସ୍ମୃତି ରଞ୍ଜନ ରଥ ଜନସ୍ୱାସ୍ଥ୍ୟ ସହସହକାରୀ ଯନ୍ତ୍ରୀ ସୁଦାମ ସାହୁ, ସ୍ୱାସ୍ଥ୍ୟ ବିଭାଗ ପିଏଚଓ ନୃସିଂହ ଦାଶ,ଅଗ୍ନିଶମ ସେବା ଅଧିକାରୀ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର,ଇଂ ତ୍ରିଲୋଚନ ସୂତାର,ବ୍ରଜସୁନ୍ଦର ସାହୁ,ଶୁକଦେବ ସ୍ୱାଇଁ,ଇଶ୍ୱର ଲେଙ୍କା, ଦେବ ପ୍ରସାଦ ମହାନ୍ତି, ଟୁଟୁ ମିଶ୍ର, ଅଞ୍ଜନ ରାଉତ, ନଗର ଭାଜପା ସଭାପତି ଅଶୋକ ସାହୁ, ସଞ୍ଜୟ ଦାସ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।ଶେଷରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ନରହରି ଲେଙ୍କା ଧନ୍ୟବାଦ ଦେଇଥିଲେ ।
