କେନ୍ଦ୍ରାପଡା ବ୍ଲକ ମାଟ୍ରିକ୍ ଟପରଙ୍କୁ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡା,୧୪ା୫- ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଲୟ ଓ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା କେନ୍ଦ୍ରାପଡା ବ୍ଲକ୍ ତରଫରୁ ମାଟ୍ରିକ୍ ପରୀକ୍ଷାରେ ଏ୧ ଗ୍ରେଡ୍‌ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧତ କରାଯାଇଅଛି । ସ୍ଥାନୀୟ ଭାରତୀ ବିଦ୍ୟାମନ୍ଦିର କଜଳା ପରିସରରେ ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରାପଡା ବ୍ଲକ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସଭାପତି ତପନ କୁମାର ଦାଶ ସଭାପତିତ୍ୱ କରିଥିଲେ । ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ମୁଖ୍ୟ ଅତିଥି ଓ ପୀତବାସ ପଣ୍ଡା ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ କେନ୍ଦ୍ରାପଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ନିଜର ନିଷ୍ଠା, ଅଧ୍ୟବସାୟ, ଶୃଙ୍ଖଳା ଓ ମାନବିକତା ପ୍ରଭୃତି ସଦଗୁଣ ଦ୍ୱାରା ସେମାନେ ଯେପରି ଦେଶର ସୁନାମ ରଖିବା ପାଇଁ ସୁପରାମର୍ଶ ଦେଇଥିଲେ । ଉକ୍ତ ସଭାରେ ଓଷ୍ଟା ବ୍ଲକ ସଂପାଦକ ନାରାୟଣ ପଣ୍ଡା, ରାଜ୍ୟ ସଂପାଦକ ପ୍ରଣବ କୁମାର ଜେନା, ସହମଣ୍ଡଳ ଶିକ୍ଷା ଅଧିକାରୀ ରଞ୍ଜନ କୁମାର ରାଉତରାୟ, ପ୍ରଧାନ ଆଚାର୍ଯ୍ୟା ବିଜୟନୀ ଦାସ, ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ତରାଇ, ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ପଣ୍ଡା, ସଂପାଦକ କୁଞ୍ଜ କିଶୋର ବିହାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆର୍ଶିବାଦ ପ୍ରଦାନ କରିଥିଲେ । ବ୍ଲକର ୧୦ଜଣ ପ୍ରତିଭା ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭାରତୀ ବିଦ୍ୟାମନ୍ଦିର କଜଳାର ୫ଜଣ, ଲାଲ୍‌ବାହାଦୁର ସରକାରୀ ଉଚ୍ଚ ଶିକ୍ଷାଶ୍ରମ, ମେହେନ୍ଦିପୁରର ଦୁଇଜଣ, ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଓ ମହାବୀର ବାଳିକା ଉଚ୍ଚ ବିଦ୍ୟାଳୟରୁ ଜଣେ ଏ୧ ଗ୍ରେଡରେ ଉର୍ତ୍ତିଣ୍ଣ ହୋଇଛନ୍ତି । ଭାରତୀ ବିଦ୍ୟାମନ୍ଦିରର ଗୁରୁଜୀ, ଗୁରୁମା ଓ ଶିକ୍ଷାକ୍ରର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁରେନ୍ଦ୍ର କୁମାର ପତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ଜରିଆ ବଳଦେବ ହାଇସ୍କୁଲ ୧୯୮୧ବ୍ୟାଚ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ

Thu May 14 , 2026
ପଟ୍ଟାମୁଣ୍ଡାଇ ତା ୧୪/୫ – ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ହାଇସ୍କୁଲ ୧୯୮୧ ମସିହା ମେଟ୍ରିକ ବ୍ୟାଚର ବନ୍ଧୁମାନେ ଏକତ୍ରିତ ହୋଇଥିଲେ ।   ବୁଧବାର ସ୍ଥାନୀୟ ମା ଛୂଆଳିଆ ପୀଠରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ  ଅନୁଷ୍ଠିତ କରିଥିଲେ । ସେବେକର ସାଙ୍ଗମାନେ ଏକାଠୀ ହୋଇ ପୁରୁଣା ସ୍ମୃତିକୁ ସତେଜ କରିବା ଏବଂ ସୁଖ-ଦୁଃଖ ବାଂଟିବା ପାଇଁ ଏହି ଭାବପୂର୍ଣ୍ଣ ମୂହୃର୍ତ ଆୟୋଜନ କରାଇଥିଲେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading