ମା ଛୁଆଳିଆଙ୍କ ପୀଠରୁ ଚୋରୀ : ମା ଧାରଣ କରିଥିବା ସୁନାଗହଣା ଲୁଟିନେଲେ ଦୁର୍ବୁତ

blank
ପଟ୍ଟାମୁଣ୍ଡାଇ ୨୮/୧୨ -ଦିନକୁ ଦିନ ପଟ୍ଟାମୁଣ୍ଡାଇ ଅଂଚଳରେ ଚୋରୀ ଡକାୟତି, ରାହାଜାନୀ ଆଦି କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲାର ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଲୋକନ୍ନାଥପୁର ଗ୍ରାମର ମାଁ ଛୁଆଳିଆଙ୍କ ପୀଠରୁ ଚୋରୀ ହୋଇଛି। କିଛି ଦୁର୍ବୁତ ମନ୍ଦିରକୁ ଆସି ମା ଛୁଆଳିଆଙ୍କ ପୂଜା ସାମଗ୍ରୀ ଚୋରୀ କରିନେଇଛନ୍ତି। ପୀଠ ହୁଣ୍ଡୀ ଭାଙ୍ଗି ଦାନ ଅର୍ଥ ଲୁଟି ନେବା ସହ ମାଙ୍କ ମୂର୍ତିରେ ଲାଗିଥିବା ଲକ୍ଷାଧିକ ଟଙ୍କାର ସୁନା ରୁପା ଗହଣାକୁ ମଧ୍ୟ ତାଡି ନେଇଯାଇଛନ୍ତି । ରବିବାର ସକାଳୁ ସ୍ଥାନୀୟ ଲୋକେ ଜାଣି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚିବା ପୂର୍ବରୁ ସନ୍ଦେହରେ ସ୍ଥାନୀୟ ଲୋକେ ଜଣକୁ ଅଟକ ରଖି ଉତମ ମଧ୍ୟମ ଦେଇ ପୋଲିସର ଜିମା ଦେଇଛନ୍ତି । ପୋଲିସ ଉକ୍ତ ଯୁବକଜଣଙ୍କୁ ଅଟକରଖି ପଚରାଉଚରା କରିବାରୁ ଆଉ ଦୁଇଜଣ ସାମିଲଥିବା ଯୁବକ ଜଣଙ୍କ ମାନିନେଇଥିବା ଗ୍ରାମବାସୀମାନେ କହିଛନ୍ତି । ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ କେସ ନଂ- ୫୩୪/୨୦୨୫ରେ ଏକ ମାମଲା ରୁଜୁ କରିଥିବା ବେଳେ ଏସଡିପିଓ କ୍ଷମାସାଗର ପଣ୍ଡା ଘଟଣା ସ୍ଥଳରେ ଉପସ୍ଥିତ ରହି ଦତଦନ୍ତ ଜାରି ରଖିଛନ୍ତି ।

Next Post

ସ୍କାଉଟ୍ସ ଗାଇଡ୍ସ ଜାମ୍ବୋରୀରେ କେନ୍ଦ୍ରାପଡା ଚମ୍ପିୟାନ

Mon Dec 29 , 2025
କେନ୍ଦ୍ରାପଡ଼ା,୨୯ା୧୨: ରାଜ୍ୟସ୍ତରୀୟ ସ୍କାଉଟ୍ସ ଗାଇଡ୍ସ ଜାମ୍ବୋରୀ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଭିଯାତ୍ରୀ ଦଳ ଚମ୍ପିୟାନ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଠାରେ ଚଳିତ ମାସ ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବିଂଶତମ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ୨୫ଶହରୁ ଉର୍ଦ୍ଧ୍ୱ ବଛା ବଛା ସ୍କାଉଟ୍ସ ଗାଇଡ଼୍ସଙ୍କୁ ନେଇ ଆୟୋଜିତ ଏହି ଜାମ୍ବୋରୀରେ ଜିଲ୍ଲା ଜିଲ୍ଲା ମଧ୍ୟରେ ଅନେକ ପ୍ରତିଯୋଗିତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading