
କେନ୍ଦ୍ରାପଡ଼ା,୨୪ା୩ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଟ୍ରଷ୍ଟ ପକ୍ଷରୁ ଗରୀବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଅରୁଣ ପ୍ରତାପ ଦାସ, ଶାରଦାକାନ୍ତ ଦାସ ଓ ଭୁବନମୋହନ ଦାସ ପ୍ରମୁଖ ଅନୁଗୁଳର ହାକିମପଡାସ୍ଥିତ ବାଜିରାଉତ ଛାତ୍ରାବାସରେ ପହଞ୍ଚି ଛାତ୍ରାବାସର ମୁଖ୍ୟ ପରାମର୍ଶଦାତା କ୍ରିଷ୍ଣା ମହାନ୍ତିଙ୍କୁ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ଛାତ୍ରାବାସରେ ରହୁଥିବା ଗରୀବ ଛାତ୍ରଛାତ୍ରୀମାନଙ୍କ ଖାଦ୍ୟ, ବସ୍ତ୍ର ଓ ଶିକ୍ଷାଦାନ ନିମନ୍ତେ ପ୍ରଦାନ କରାଯାଇଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏହି ଅର୍ଥ ପ୍ରଦାନ ବେଳେ ଟ୍ରଷ୍ଟର ସଦସ୍ୟ ନଗେନ୍ଦ୍ରନାଥ ଦାସ ମହାପାତ୍ର, ଡ. ଜ୍ଞାନଦେବ ମହାରଣା, ରାଜଲକ୍ଷ୍ମୀ ମହାନ୍ତି, ସବିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
