ପ୍ରସିଦ୍ଧ ଭରତପୁର ମକ୍କଦ୍ଦମ ଦୋଳମେଲଣ ଉଦଯାପିତ

blank
କେନ୍ଦ୍ରାପଡ଼ା,୧୭ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଉଦଯାପିିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ରବିବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଦୋଳ ମେଲଣରେ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ ପଡିଆରେ ପହଞ୍ଚି ଥିଲେ। ଗତ ୨ଶହ ୫୭ବର୍ଷ ଧରି ଏହି ପରମ୍ପରା ଚାଲିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁଯାଇ ବିମାନ ମାନଙ୍କରେ ଥିବା ଠାକୁରମାନଙ୍କୁ ପୂଜାର୍ଚ୍ଚନା ପରେ ଭୋଗଲାଗି କରାଯାଇଥିଲା । ବିମାନ ପୂଜା କାର୍ଯ୍ୟକ୍ରମରେ ଅଧିକାରୀ ରାଜେନ୍ଦ୍ର ଚନ୍ଦ୍ର ଦାଶ, ଅଧିକାରୀ ରସାନନ୍ଦ ଦାଶ ଓ ସରୋଜ କାନ୍ତ ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ମେଲଣରେ ରାମଲୀଳା ପରିବେଷଣ କରିଥିଲେ ଜଗତସିଂହପୁର ଜିଲ୍ଲାର ଫତେପୁରର ମା’ ନିମସୁନ୍ଦରୀ ଓ ମା’ବଜ୍ରବୁଢୀ ରାମାୟଣ ଗୀତିନାଟ୍ୟର ସତ୍ତ୍ୱାଧିକାରୀ ତପନ କୁମାର ରଣା ଓ ସାଥିମାନେ ଏବଂ ପାରମ୍ପାରିକ ଲୋକକଳା ଘୋଡାନାଚ ପରିବେଷଣ କରିଥିଲେ ଆରିପଦାର ମା’ଦୁର୍ଗେ ସାହାରା ସୁନ୍ଦରୀ ଘୋଡାନାଚ ଦଳର ବିମ୍ବାଧର ବେହେରା ଓ ସାଥିମାନେ। ୨୫୭ବର୍ଷ ଦୋଳ ମେଲଣ ମହୋତ୍ସବ ଅବସରରେ ତପନ କୁମାର ମହାରଣାଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ବିଜୟ କିଶୋର ଦାସ, ଚିତ୍ତରଞ୍ଜନ ଦାସ, ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ସ୍ୱପ୍ନାଂଶୁ କୁମାର ଦାସ, ଅରବିନ୍ଦ ମହାନ୍ତି, ଶ୍ରୀଚରଣ ବେହେରା, ଆକୁଳାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Next Post

ଆଠ ମାସରେ ଦୁଇ ହଜାର କୋଟି ଋଣ

Mon Mar 17 , 2025
ଭୁବନେଶ୍ବର ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା ବଜାରରୁ ୨ ହଜାର କୋଟି ଟଙ୍କା ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading