ମଉଳି ଯାଉଛି ଶିକ୍ଷକ ଛାତ୍ରର ସମ୍ପର୍କ : ସେତେବେଳେ ଶିକ୍ଷକଙ୍କୁ ଦେଖିଲେ ମନରେ ଶଙ୍କା କରୁଥିଲା ଛାତ୍ର , ଏବେ ଛାତ୍ରକୁ ଦେଖି ଶିକ୍ଷକ ଭୟଭିତ ।

1

ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ହରେକୃଷ୍ଣ ହାଇସ୍କୁଲର୧୯୭୭ ବ୍ୟାଚର ବନ୍ଧୂ ମିଳନ ,

 

blank
ଦୁରେଇ ଦୁରେଇ ଯାଉଛି ଗୁରୁ ଶିଷ୍ୟର ସମ୍ପର୍କ । ସେଦିନ ପରି ଗୁରୁଙ୍କୁ ଭକ୍ତି କରୁନି ଛାତ୍ର ଆଉ ଛାତ୍ର ମଧ୍ୟ ଗୁରୁଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହେବାରେ ଲାଗିଛି । କିନ୍ତୁ ଆପଣ ଜାଣି ବିଶ୍ମିତ ହେବେ କି ୪୮ ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ମାନେ ଏବେ ସେମାନଙ୍କ ଚିରବନ୍ଦନୀୟ ଗୁରୁଙ୍କ ପାଦପୁଜା କରିଛନ୍ତି । ଏପରି ଏକ ଅଭୁଲା ମୁହୁର୍ତ୍ତ ଭାବାବେଗ ସୃଷ୍ଟି କରିଥିଲା ପଟ୍ଟାମୁଣ୍ଡାଇ ବ୍ଲକ ହରେକୃଷ୍ଣ ହାଇସ୍କୁଲର ଗୁରୁଶିଷ୍ୟଙ୍କ ମଧ୍ୟରେ ।

blank

ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ହରେକୃଷ୍ଣ ହାଇସ୍କୁଲର 1977  ମସିହାର ମେଟ୍ରିକ ବ୍ୟାଚ ସେବେକର ଛାତ୍ର ଏବେ କିଏକିଏ ସରକାରୀ ଚାକିରୀ ବାକିରୀରୁ ଅବସର ନେଲେଣି  । କିଏ ଡାକ୍ତର ତ କିଏ ଇଞ୍ଜିନିୟର ଆଉ କିଏ ସରକାରଙ୍କର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ମୁଣ୍ଡ ଓ ନିସରେ ପାଚିଲା ଚୁଟିକୁ ଦେଖିଲେ ବାରି ହେଉଛି ବୟସର ଅପରାହ୍ନ ଛୁଇଁବାକୁ ଯାଉଛି ଏମାନଙ୍କୁ । ସମସ୍ତେ ନାତି ନାତୁଣୀ ହେଖି ସାରିଲେଣି । କେହି କେହି ବାର୍ଦ୍ଧକ୍ୟ ହେତୁ ରୋଗଗ୍ରସ୍ତ ବି ହେଲେଣି । ତଥାପି ଏମାନେ ଛାତ୍ର । ୪୮ ବର୍ଷ ତଳେ ଯେଉଁ ସ୍କୁଲର ଡେକ୍ସ ଓ ବେଞ୍ଚରେ ବସି ଗୁରୁଙ୍କ ସମ୍ମୁଖରେ ପାଠ ପଢୁଥିଲେ ଆଜି ସେହି ବେଞ୍ଚରେ ବସିଛନ୍ତି ଏମାନେ । ସମ୍ମୁଖରେ ଗୁରୁ ଯେମିତି ଶ୍ରେଣୀରେ ପାଠ ପଢାଉଛନ୍ତି । ୧୯୭୭ ମସିହାରେ ମାଟ୍ରିକ ପାସ୍ କରିଥିବା ସେଦିନର ଛାତ୍ରୀ ଛାତ୍ର ମାନେ ଆଜି ଗୁରୁଶିଷ୍ୟ ସମ୍ପର୍କର ରୋମନ୍ଥନ କରିଛନ୍ତି । ଅନେକ ଗୁରୁ ଓ ଛାତ୍ର ବି ମରିହଜି ଗଲେଣି । ତଥାପି ଏମାନଙ୍କ ନିକଟରେ ଅତୁଟ ରହିଛି ଗରୁଭକ୍ତିର ନମୁନା । ଥରଥର ପାଦରେ ଚାଲିପାରୁନଥିବା ଗୁରୁଙ୍କୁ କାନ୍ଧରେ ଆଶ୍ରା ଦେଇ ଛାତ୍ରଟି ବାଟ ଚଲାଇଚଳାଇ ନେଉଥିବାର ପରି ବିରଳ ଦୃଶ୍ୟ ଆଜିର ଗୁରୁଶିଷ୍ୟ ସମ୍ପର୍କକୁ ଉପହାସ କରୁଛି । ସେଦିନ ବିଦ୍ୟାଳୟରେ ସମସ୍ତେ ମିସି ଯେମିତି ପ୍ରାର୍ଥନା ସଭାରେ ପ୍ରାର୍ଥନା କରୁଥିଲେ , ଯୋଡ ହସ୍ତରେ ଗୁରୁଙ୍କ ସମ୍ମୁଖରେ ଠିଆ ହେଉଥିଲେ , ଗୁରୁଙ୍କ ପାଦଛୁଇଁ ପ୍ରଣିପାତ ହେଉଥିଲେ । ଗୁରୁଙ୍କ ବେତ ପାହର କିପରି ସେମାନଙ୍କୁ ସମାଜରେ ଏକ ଭଲ ମଣିଷ ତିଆରି କରିବାରେ ସହାୟକ ହୋଇଥିଲା ସେଗୁଡିକ ଯେମିତି କାଲିପରି ଲାଗୁଛି ଏମାନଙ୍କୁ । ବୟସର ଅପରାହ୍ନରେ ପହଞ୍ଚିବାକୁ ଯାଉଥିବା ଏହି ଛାତ୍ରମାନେ ଏବେ ବି ସେମାନଙ୍କ ଗୁରୁଙ୍କୁ ଦେଖି ଶଙ୍କି ଯାଉଥିଲେ । ଭୟ ଓ ଭକ୍ତିରେ ମଥା ନୁଆଇଁ ଦେଇଥିଲେ ।

blank
ସେସମୟର ସଂସ୍କୃତ ପଣ୍ଡିତେ କରୁଣାକର ଷଡଙ୍ଗୀଙ୍କ ବେତ ପାହାର ଭୁଲି ନାହାନ୍ତି ଏମାନେ ବୋଲି କହନ୍ତି । ସେବେକାର ଜଣେ ଛାତ୍ର ରବିନ୍ଦ୍ର କୁମାର ପରିଡାଙ୍କ କହିବା ଅନୁସାରେ କରୁଣାକର ଷଡଙ୍ଗୀଙ୍କୁ ଦେଖିଲେ ଯେଉଁ ଛାତ୍ର ପ୍ୟାଣ୍ଟରେ ଝାଡା ପରିସ୍ରା କରିଦେଉଥିଲେ ସେମାନେ ଆଜି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି ।ହେଲେ ଆଜିର ଯୁଗରେ ସେମିତି ଗୁରୁ ମିଳୁନାହାନ୍ତି କି ଏମିତି ଛାତ୍ର ମିଳୁନାହାନ୍ତି । ସେଦିନ ଗୁରୁଙ୍କୁ ଦେଖି ଭୟକରୁଥିଲା ଛାତ୍ର ଆଉ ଭୟରୁ ସୃଷ୍ଟି ହେଉଥିଲା ଭକ୍ତି । ହେଲେ ଆଜି ତାହା ଓଲଟି ଯାଇଛି । ବିଦ୍ୟାଳୟ ଏବେ ଦଣ୍ଡମୁକ୍ତ ହୋଇଛି । ଛାତ୍ରଛାତ୍ରୀଙ୍କୁ ଭୟକରୁଛି ବିଚାରା ଗୁରୁ । ଆଉ କେତେବେଳେ ମଧ୍ୟ ଛାତ୍ରଛାତ୍ରୀଙ୍କ ମିଛ ମାମଲାରେ ଥାନା ହାଜତରେ ପଶୁଛି ଗୁରୁ । ଛାତ୍ରଛାତ୍ରୀଙ୍କ ପ୍ରତି ଗୁରୁଙ୍କର ସ୍ନେହ ମମତା କମିକମି ଯାଉଛି । ଫଳରେ ଗୁରୁ ଶିଷ୍ୟ ପରମ୍ପରା କଳଙ୍କିତ ହେଉଛି ।

blank
ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ହରେକୃଷ୍ଣ ହାଇସ୍କୁଲର ସେଦିନର ଛାତ୍ର ରବି ସାରେଙ୍କ ପୌରହିତରେ ଗତ ରବିବାର ଅନୁଷ୍ଠିତ ଗୁରୁପୁଜନ ଓ ୧୯୭୭ ମେଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବରେ ସେଦିନର ଶିକ୍ଷକ ନାରାୟଣ ଚନ୍ଦ୍ର ବେହେରା, ପର୍ଶୁରାମ ପରିଡା, କରୁଣାକର ଷଡ଼ଙ୍ଗୀ, ରଘୁନାଥ ରାଉଳଙ୍କ ପାଦପୂଜା କରି ପାଦତଳେ ଲୋଟି ଯାଇଥିଲେ ସେମାନଙ୍କର ପ୍ରିୟ ଛାତ୍ର ମାନେ ।ଏମାନଙ୍କ ମଧ୍ୟରେ ବାରି ହେଉଥିଲା ସେଦିନର ୧୫ ବର୍ଷିୟ ଚପଳତା । ଛାତ୍ରବତ୍ସଳ ଗୁରୁମାନେ ଆଶିର୍ବାଦରେ ପୋତି ପକାଉଥିଲେ ସେମାନଙ୍କର ପ୍ରିୟ ଛାତ୍ରମାନଙ୍କୁ । ଆଉ ଆଗାମୀ ଜୀବନ ପାଇଁ ଉପଦେଶ ମଧ୍ୟ ପ୍ରଦାନ କରିଥିଲେ । ଗୁରୁ ଶିଷ୍ୟ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଏକ ଭାବ ବିହ୍ୱଳ ପରିବେଶ । ଗୁରୁଶିଷ୍ୟଙ୍କ ମଧ୍ୟରେ ଏକ ଆବେଗମୟ ସମ୍ପର୍କ କିଛି ସମୟ ପାଇଁ ବାନ୍ଧି ରଖିଥିଲା ପରଷ୍ପରଙ୍କୁ । ଉହି ଗୁରୁପୁଜନ ଓ ବନ୍ଧୁମିଳନ ଉତ୍ସବର ପ୍ରାରମ୍ଭରେ ସେବେକାର ଛାତ୍ର ବୀରେନ କୁମାର ରାଉତ ବକ୍ତବ୍ୟ ରଖିଥିବା ବେଳେ ଅନ୍ୟ ଛାତ୍ର ମାନେ ସ୍ମୁତୀ ଚାରଣ କରି ଅନିର୍ବଚନୀୟ ଆନନ୍ଦ ଅନୁଭବ କରିଥିଲେ । ସେବେକାର ଛାତ୍ର ମାନଙ୍କ ମଧ୍ୟରେ ସର୍ବେଶ୍ୱର ସେଠୀ, ଅଭୟ ରାଉତ, କେଶବ ଚନ୍ଦ୍ର ସାହୁ, ମନ୍ମଥ ମାହୁନ୍ତ, ଅଜୟ ରାଉଳ, କିଶୋର ରାୟ, ବିଷ୍ଣୁଚରଣ ସ୍ୱାଇଁ, ତ୍ରୀଲୋଚନ ସେଠୀ, ଶରତ ପରିଡା ପ୍ରମୁଖ ସଭା ପରିଚାଳନା କରିଥିବା ବେଳେ ଗୋବିନ୍ଦ ବାରିକ, ରବିନ୍ଦ୍ର ଆଚାର୍ଯ୍ୟ, ତ୍ରିଲୋଚନ ରାଉତ, ନାରାୟଣ ଆଚାର୍ଯ୍ୟ, ନିରଞନ ପ୍ରଧାନ, ବଟକୃଷ୍ଣ ମଲିକ, ହୁଷ୍‌ିକେଶ ରାଉଳ, ଗଣେଶ ଦାଶ, ବିଷ୍ଣୁ ସାହୁ, ଦିବାକର ଭୁଁୟା, ବଟକୃଷ୍ଣ ମାଝି ଶୁକଦେବ ବେହେରା ପ୍ରମୁଖ ସହାୟତା କରିଥିଲେ । ବିଦ୍ୟାଳୟରେ ପାଳିତ ହେବାକୁ ଥିବା ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ସମସ୍ତେ ସବୁ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯଅଇଥିଲା । ଶେଷରେ ପୁରାତନ ଛାତ୍ର ବୈଷ୍ଣବ ଚରଣ କର ଧନ୍ୟବାଦ ଦେଇଥିଲେ ।

One thought on “ମଉଳି ଯାଉଛି ଶିକ୍ଷକ ଛାତ୍ରର ସମ୍ପର୍କ : ସେତେବେଳେ ଶିକ୍ଷକଙ୍କୁ ଦେଖିଲେ ମନରେ ଶଙ୍କା କରୁଥିଲା ଛାତ୍ର , ଏବେ ଛାତ୍ରକୁ ଦେଖି ଶିକ୍ଷକ ଭୟଭିତ ।

Comments are closed.

Next Post

ଭରତପୁରରେ ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ

Tue Nov 18 , 2025
କେନ୍ଦ୍ରାପଡ଼ା,୧୮ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ବଟପଡିଆରେ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ୬ନମ୍ବର ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦାଘାଟନୀ ଉତ୍ସବରେ ସାଂସଦ ଖେଳ ମହୋତ୍ସବର ଜିଲ୍ଲା ସହ ସଂଯୋଜକ ଅମିତାଭ ସୁଆର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading