କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ କେନ୍ଦ୍ରାପଡା ବ୍ଲକ କୋରୋ ପଞ୍ଚାୟତରେ ପବିତ୍ର ଅକ୍ଷୟ ତୃତୀୟା ପାଳିତ

blank
କେନ୍ଦ୍ରାପଡା, ୩୦ା୪: ଆଜି କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ କେନ୍ଦ୍ରାପଡା ବ୍ଲକ କୋରୋ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଧାୟକ ଗଣେଶ୍ୱର ବେହେରା ପୌରହିତ୍ୟ କରି ପବିତ୍ର କୃଷି ପର୍ବ ଅକ୍ଷୟ ତୃତୀୟାର ତାତ୍ପର୍ଯ୍ୟ ବିଷୟରେ କହିଲେ ଯେ ଏହି ଦିନ ତ୍ରେତୟା ଯୁଗ ଆରମ୍ଭ ହୋଇଥିଲା । ଏହିଦିନ ଦ୍ୱାରକାଧିପତି ଶ୍ରୀକୃଷ୍ଣ ଦରିଦ୍ର ସୁଦାମାଙ୍କୁ ଧନ ସମ୍ପତ୍ତି ଦାନ କରି ଦରିଦ୍ର ମୁକ୍ତ କରିଥିଲେ । ଏହିଦିନ ବେଦବ୍ୟାସ ମହାଭାରତ କାବ୍ୟର ଶ୍ରୁତିିଲିଖନ ଶ୍ରୀ ଗଣେଶଙ୍କୁ ଡାକି ଶୁଭାରମ୍ଭ କରିଥିଲେ । ସେ ସମସ୍ତ ରାଜ୍ୟ ତଥା କେନ୍ଦ୍ରାପଡାବାସୀ ବିଶେଷ କରି ଚାଷୀବୃନ୍ଦର ସୁଖ ସମୃଦ୍ଧି ଅକ୍ଷୟ ରଖିବାକୁ ମା’ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, କେନ୍ଦ୍ରାପଡା ବ୍ଲକ ସଭାପତି ଆଲୋକ ସାହୁ, ନଗର ସଭାପତି ଜଜାତି ମହାନ୍ତି, ସରପଞ୍ଚ ଦୀପାଞ୍ଜଳି ଜେନା, ରଞ୍ଜିତ ଜେନା, ଅକ୍ଷୟ ପାତ୍ର, ଅଶୋକ ବରାଳ, ଶରତ ସାମଲ, ଲକ୍ଷ୍ମୀଧର ପଲାଇ, ପ୍ରମୋଦ ଲେଙ୍କା, ମୋହନୀ ଚରଣ ଆଚାର୍ଯ୍ୟ, ତନ୍ମୟ ପରିଡା, ଅର୍ଜୁନ ପଲାଇ, ବସନ୍ତ ନାୟକ, ରମେଶ ମଳିକ, ଉଦୟ ମଳିକ, ପ୍ରଶାନ୍ତ ପ୍ରଧାନ, ଶରତ ଭଳ, ଅକ୍ଷୟ ପରିଡା, କଳାକାର ମଳିକ, ଉଦକର ମଳିକ, ସୁନାକର ବିଶ୍ୱାଳ, ପ୍ରସାଦ ଜେନା, ଭାବଗ୍ରାହୀ ବରାଳ, ପୁରସ୍ତମ ପରିଡା, ଅଭିମନ୍ୟୁ ପରିଡା, ନରୋତ୍ତମ ମଳିକ, ରାଜନ ଥାଟୋଇ, ପ୍ରକାଶ ଦାସ, ସମ୍ବିତ ଶ୍ରୀଚନ୍ଦନ, ପ୍ରଭାତ ଉଡାଣ ସିଂ, ଦେବାଶୀଷ ବରାଳ, ପ୍ରଶାନ୍ତ ବରାଳ, ଅନୁସୂୟା ନାୟକ, ଜଗନ୍ନାଥ ନାୟକ, ଦେବବ୍ରତ ବରାଳ, ହରିପଦ ବେହେରା, ବାବାଜୀ ମଳିକ, ଯଦୁନାଥ ରାଉତ, କୃଷ୍ଣ ମଲ୍ଲିକ, ହରି ସିଂ, ବସନ୍ତ ମଳିକ, ବସନ୍ତ ରାଉତ, ବାବୁଲି ମଳିକ, ରବି ସେଠୀ, ରୋହିତ ମଳିକ, ଦୈତାରୀ ସାହୁ, ହରି ସାହୁ, ଧନେଶ୍ୱର ପାତ୍ର, କୃତିବାସ ସ୍ୱାଇଁ, ସୌରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Next Post

ତୁଳସୀକ୍ଷେତ୍ରରେ ଅକ୍ଷୟତୃତୀୟା

Wed Apr 30 , 2025
କେନ୍ଦ୍ରାପଡ଼ା,୩୦ା୪: କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପବିତ୍ର ଅକ୍ଷୟତୃତୀୟା ପାଳିତ ହୋଇଯାଇଛି। ତୁଳସୀ କ୍ଷେତ୍ରରେ ଅକ୍ଷୟ ତୃତୀୟା ଅବସରରେ ୨୧ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଆରମ୍ଭ ହେବା ସହ ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥାଏ। ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ଥିବାରୁ ଇଛାପୁରସ୍ଥିତ ତୁଳସୀ କ୍ଷେତ୍ରରେ ପ୍ରବଳ ଭିଡ଼ ଲାଗି ରହିଥିଲା। ପବିତ୍ର ଦିନ ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆଜ୍ଞାମାଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading