ଗାଳ୍ପିକା ପଦ୍ମାଳୟା ସାମଲଙ୍କ ଭଲଲୋକ ଲୋକାର୍ପିତ

blank
କେନ୍ଦ୍ରାପଡା ୨୩/୧୨: ଗାଳ୍ପିକା ପଦ୍ମାଳୟା ସାମଲଙ୍କର ଦ୍ୱିତୀୟ ଗଳ୍ପ ସଂକଳନ “ଭଲଲୋକ”ଲୋକାର୍ପିତ ହୋଇଯାଇଅଛି । ପ୍ରଗତିବାଦୀ ପରିସରରେ ଅନୁଷ୍ଠିତ ପଲ୍ଲିକବି ନନ୍ଦକିଶୋର ବଳଙ୍କର ୧୫୦ତମ ଜୟନ୍ତୀ ଉତ୍ସବ ଅବସରରେ ଅନୁଷ୍ଠିତ ସମାବେଶରେ ବିଶିଷ୍ଟ କବି ଫନୀ ମହାନ୍ତି, ଡ଼ ମଣୀନ୍ଦ୍ର କୁମାର ମେହେର, ଡ଼ ଭାଗବତ ଶୁକ୍ଳ ଏବଂ ଡ଼ ବିଜୟାନନ୍ଦ ସିଂହ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ‘ପଶ୍ଚିମା ପବ୍ଲିକେସନ୍ସ’ ଦ୍ୱାରା ପ୍ରକାଶିତ ‘ଭଲଲୋକ’ ସଂକଳନରେ ସନ୍ନିବେଶିତ ଗଳ୍ପଗୁଡିକର ବିଭିନ୍ନ ଦିଗ ପ୍ରତି ଆଲୋଚକମାନେ ଆଲୋକପାତ କରି ଗଳ୍ପ ସଂକଳନଟି ପାଠକମାନଙ୍କ ଦ୍ୱାରା ବେଶ୍ ଆଦୃତ ହେବ । ଭଲ ବହି ସଂଗ୍ରହ କରି ପଢ଼ିବାର ଇଚ୍ଛା ଓ ନିଶା ବ୍ୟକ୍ତିକୁ ଜୀବନରେ ଜଣେ ଭଲ ମଣିଷ ଭାବରେ ପ୍ରତିଷ୍ଠିତ କରାଇଥାଏ। ଏପରି କି ଜୀବନରେ ଆସୁଥିବା ବାଧାବିଘ୍ନର ସମାଧାନ ସୂତ୍ର ଭଲ ବହି ଦ୍ୱାରା ହୋଇପାରେ ତାହା ନୁହେଁ, ଜୀବନର ସମସ୍ତ ସଂଘର୍ଷ ଓ ସଂଘାତକୁ ପ୍ରତିରୋଧ କରି ନୂତନ ଆଶା ସଂଚାର କରେ ବୋଲି ମତ ପ୍ରକାଶ କରିଥିଲେ । ଗଳ୍ପ ସଂକଳନର ମୁଖବନ୍ଧ ଲେଖିଥିବା ସୁସମାଲୋଚକ ପ୍ରଫେସର ଡ଼ ରଞ୍ଜିତ କୁମାର ପରିଡା ଉପସ୍ଥିତ ରହି ଗାଳ୍ପିକାଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ,ଶ୍ରୀମତୀ ସାମଲ ଡ଼େରାବିଶ ବ୍ଲକ୍ ମଲ୍ଲିକେଶ୍ୱରପୁର ର ବିଶିଷ୍ଟ ସାହିତ୍ୟିକ ଯଶୋବନ୍ତ ସାମଲଙ୍କର ସହଧର୍ମିଣୀ । ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ତାଙ୍କର ଲେଖା ମଧ୍ୟ ବେଶ୍ ପାଠକୀୟ ସ୍ୱୀକୃତି ଲାଭ କରିଛି ।

Next Post

ବନ୍ଧୁକ ଦେଖାଇ ଟଙ୍କା ସୁନା ଝାମ୍ପି ନେଲେ ୨ ଦୁର୍ବୁତ୍ତ

Tue Dec 23 , 2025
କେନ୍ଦ୍ରାପଡ଼ା,୨୩ା୧୨: ଦିନ ଦିପହରେ ନିଛାଟିଆ ରାସ୍ତାର ସୁଯୋଗ ନେଇ ମହିଳପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ହାତରୁ ସୁନା ମୁଦି ଓ ୨ଟି ଦାମୀ ମୋବାଇଲ ସମେତ ଅନେକ ଜରୁରୀ କାଗଜ ପତ୍ର ପଶିଥିବା ବ୍ୟାଗ ଟିକୁ ଝାମ୍ପି ନେଲେ ୨ ଦୁର୍ବୁତ୍ତ। କେନ୍ଦ୍ରାପଡ଼ା ବ୍ଲକ ଅଧିନ ପଳସିଂହା ଗ୍ରାମ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଐଶର୍ଯ୍ୟ ନାଥଶର୍ମା ଆଜି ଅପରାହ୍ନରେ ଖାଇବା ପାଇଁ ବଜାରକୁ ଆସୁଥିବା ବେଳେ ଇନ୍ଦୁପୁର ଆଡୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading