ବନ୍ଧୁକ ଦେଖାଇ ଟଙ୍କା ସୁନା ଝାମ୍ପି ନେଲେ ୨ ଦୁର୍ବୁତ୍ତ

blank
କେନ୍ଦ୍ରାପଡ଼ା,୨୩ା୧୨: ଦିନ ଦିପହରେ ନିଛାଟିଆ ରାସ୍ତାର ସୁଯୋଗ ନେଇ ମହିଳପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ହାତରୁ ସୁନା ମୁଦି ଓ ୨ଟି ଦାମୀ ମୋବାଇଲ ସମେତ ଅନେକ ଜରୁରୀ କାଗଜ ପତ୍ର ପଶିଥିବା ବ୍ୟାଗ ଟିକୁ ଝାମ୍ପି ନେଲେ ୨ ଦୁର୍ବୁତ୍ତ। କେନ୍ଦ୍ରାପଡ଼ା ବ୍ଲକ ଅଧିନ ପଳସିଂହା ଗ୍ରାମ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଐଶର୍ଯ୍ୟ ନାଥଶର୍ମା ଆଜି ଅପରାହ୍ନରେ ଖାଇବା ପାଇଁ ବଜାରକୁ ଆସୁଥିବା ବେଳେ ଇନ୍ଦୁପୁର ଆଡୁ ଦୁଇ ଯୁବକ ଏକ କଳା ପଲ୍ସର ଆସି ଐଶର୍ଯ୍ୟ ନାଥ ଶର୍ମାଙ୍କୁ ଅଟକାଇବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ। ଏଥିସହ ସୁନା ମୁଦି ସମେତ ଦୁଇଟି ମୋବାଇଲ ଫୋନ ଏବଂ ଅଫିସ ଚାବି, କିଛି ଜରୁରୀ କାଗଜ ପତ୍ର ଥିବା ଭ୍ୟାନିଟିକୁ ମଧ୍ୟ ସେମାନେ ନେଇଯାଇଥିଲେ। ମହିଳା ଅଧିକାରୀ ଜଣକ ଏକୁଟିଆ ଥିବାରୁ ଜୀବନ ସୁରକ୍ଷା ନିମନ୍ତେ ଦୁର୍ବୁର୍ତ୍ତ ମାନଙ୍କୁ ସମସ୍ତ ଜିନିଷ ଦେଇଦେଇଥିଲେ। ଘଟଣା ଘଟିଥିବା ସ୍ଥାନରୁ ନିକିରେଇ ଥାନା ମାତ୍ର ଦୁଇ କିଲୋମିଟର ଦୂରତା ହୋଇଥିଲେ ମଧ୍ୟ ଦୁର୍ବୁତ୍ତ ମାନେ ଖୁଲମ ଖୁଲା ମହିଳା ଅଧିକାରୀଙ୍କ ଠାରୁ ଲୁଟ କରି ଫେରାର ହୋଇଯାଇଛନ୍ତି। ନା ସେମାନଙ୍କର ପୋଲିସ କୁ ଅଛି ଡର ନା ଲୋକଙ୍କୁ କାହାରିକୁ ଖାତିର ନକରି ଦିନ ଦିପହରେ ମୁଣ୍ଡରେ ବନ୍ଧୁକ ଲଗାଇ ଝାମ୍ପି ନେଉଛନ୍ତି ସୁନା ଆଉ ଟଙ୍କା। ସେହି ସମୟରେ ଉକ୍ତ ରାସ୍ତା ଦେଇ କିଛି ଯୁବକ ଆସୁଥିବାର ଦେଖି ଦୁର୍ବୁତ୍ତ ମାନେ ମହିଳାଙ୍କୁ ବିଲକୁ ଠେଲି ଦେଇ ଗାଡି ନେଇ ଫେରାର ହୋଇଯାଇଥିଲେ। ରାସ୍ତାରେ ଆସୁଥିବା ସେହି ଯୁବକମାନେ ମହିଳା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ମହିଳା ଜଣଙ୍କ ନିକିରାଇ ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି। ନିକିରାଇ ଥାନା ପକ୍ଷରୁ ଘଟଣାର ତଦନ୍ତ ଚାଲିଛି ବୋଲି ଥାନାଧିକାରିଣୀ କହିଛନ୍ତି।

Next Post

ଭଗବତୀ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଭେଟଘାଟ

Wed Dec 24 , 2025
ଡେରାବିଶ ୨୪/୧୨ଦେବର୍ତା ଅଜୟ ଦାସ -ଡେରାବିଶ ବ୍ଲକ ରଘୁଦେଇପୁର ପଂଚାୟତ ଅନ୍ତର୍ଗତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ବେଲାରପୁରର ୧୯୭୬ ମସିହା ବ୍ୟାଚ ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବନ୍ଧୁ ମିଳନ ରାଜନଗର ଗ୍ରାମର ରାମ୍ ବାଗ ମଠରେ ପୂଜାର୍ଚ୍ଚନା କରିବା ସହ ଏକ ଭୋଜିର ଆୟୋଜନ ହୋଇଥିଲା। ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ଅନାମ ଚରଣ ସାମଲଙ୍କ ନେତୃତ୍ୱରେ ଦିର୍ଘ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading