ରାଷ୍ଟ୍ରୀୟ ଫସଲ ବୀମା ପଞ୍ଜିକରଣ ପୋର୍ଟାଲ ଖୋଲୁନାହିଁ . ଚାଷୀ ହତାସ

ବୀମା ଦାଖଲ ସମୟ ସୀମା ବୃଦ୍ଧି ପାଇଁ ଦାବି

blank
                            ads

ପଟ୍ଟାମୁଣ୍ଡାଇ ୨୫/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଆସନ୍ତା ୩୧ ତାରିଖ ଗୁରୁବାର ଏହି ଫସଲ ପଞ୍ଜୀକରଣ ଅବଧି ସରିଯିବ। ଅନ୍ୟପକ୍ଷରେ ଫସଲ ବିମା ୱେବ ପୋର୍ଟାଲ ବହୁ ସମୟଧରି ଖୋଲୁନାହିଁ । ଫଳରେ ଚାଷୀ ପଞ୍ଜୀକରଣ କରିପାରି ନ ପାରି ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଏହି ଅବଧି ବୃଦ୍ଧି କରିବା ପାଇଁ ପଟ୍ଟାମୁଣ୍ଡାଇ ଉତିକଣ ଚାଷୀ ମୁଲିଆ ସଂଗ୍ରାମ ପରିଷଦ ପକ୍ଷରୁ ଦାବି ହୋଇଛି।

ପରିବର୍ତିତ ପାଣିପାଗ ସ୍ଥିତିରେ ଚାଷୀଙ୍କ ଫସଲରେ କ୍ଷତି ପହୁଚଛି। କ୍ଷତିଗ୍ରସ୍ତ ଅନ୍ନଦାତା ଆତ୍ମହତ୍ୟା କରିବା ସହ ସେମାନଙ୍କ ପରିବାରର ଆର୍ôଥକ ମେରୁଦଣ୍ଡ ଦୋହଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଧାନ, ଡାଲି ଓ ତୈଳବୀଜ ଜାତୀୟ ଫସଲକୁ ବୀମା ପରିସରଭୁକ୍ତ କରାଯିବା ପାଇଁ ୍‌ରକ୍ରୀୟା ଚାଲିଛି। ପ୍ରତ୍ୟେକ ପ୍ଲଟ ପିଛା ମାତ୍ର ୧ ଟଙ୍କା ଦେୟଦେଇ ଚାଷୀ ବୀମା ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ଏଥିନେଇ ଚଳିତ ବର୍ଷ ୧୯ ତାରିଖରୁ ଫସଲ ବିମା ରେଜିଷ୍ଟ୍ରେସନ ପ୍ରକ୍ରୀୟା ଅନଲାଇନ ମାଧ୍ୟମରେ କରାଯାଉଛି। ଜନସେବା କେନ୍ଦ୍ର ସେବା ସମବାୟ ସମିତି କାର୍ଯ୍ୟାଳୟ ମାଧ୍ୟମରେ ଏହି ରାଷ୍ଟ୍ରୀୟ ଫସଲ ବୀମା ପଞ୍ଜିକରଣ କରାଯିବା କଥା । ମାତ୍ରା ଏଠାରେ ସମବାୟ ସମିତିରେ ତାହା ତାହା କରାଯାଉନଥିବାରୁ ଜନସେବା କେନ୍ଦ୍ରରେ ଗହଳି ଲାଗୁଛି । ଅଧିକାଂଶ ସମୟରେ ଫସଲ ବିମା ୱେବ ପୋର୍ଟାଲ ଖୋଲୁ ନ ଥିବାରୁ ପଞ୍ଜୀକରଣ କରିବାରୁ ଚାହୀ ବଂଚିତ ହେଉଛନ୍ତୁିା ଚଳିତ ବର୍ଷ ଭଲ ବର୍ଷାକୁ ନେଇ ଚାଷୀ ମନରେ ଖୁସି ଦେଖିବାକୁ ମିଳିଥବା ବେଳେ ଫସଲ ବୀମାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି । ତେଣୁ କୃଷି ବୀମା ରାଶି ପୈଠ କରିବା ସମୟ ସୀମା ଜୁଲାଇ ୩୧ କୁ ଘୁଂଚାଇ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରି ୱେବ ପୋର୍ଟାଲକୁ ସକ୍ଷମଭାବେ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଠାରେ ଉତିକଣ ଚାଷୀ ମୁଲିଆ ସଂଗ୍ରାମ ପରିଷଦ ଆବାହକ ଭାସ୍କର ରାଉତରାୟ ଦାବି କରିଛନ୍ତି ।

Next Post

ବସ ଧକ୍କାରେ ଶଳା ଭିଣୋଇଙ୍କ ମୃତ୍ୟୁ , ପ୍ରତିବାଦରେ ଉତ୍ୟକ୍ତ ଲୋକଙ୍କ ଟାୟାର ଜାଳି ରାସ୍ତାରୋକ

Sat Jul 26 , 2025
ପଟ୍ଟାମୁଣ୍ଡାଇ ୨୬/୭ –ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ମଦନପୁର ଛକ ଠାରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଧକ୍କାରେ ଦୁଇ ସ୍କୁଟି ଆରୋହୀ ଶଳା ଭିଣୋଇଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ବଳଭଦ୍ରପୁର ଗ୍ରାମର ସମାଜୀକକର୍ମୀ ସରୋଜ ଧଳ (୫୭) ଓ ତାଙ୍କ ଶଳା ରାଜନଗର ବ୍ଲକ ନଗଡ ଗ୍ରାମର ଲମ୍ବୋଧର ପ୍ରଧାନ (୪୫) ବୋଲି ଜଣା ପଡିଛି । ପ୍ରତିବାଦରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading