ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳ ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୪ା୪: କେନ୍ଦ୍ରାପଡ଼ା ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ଗୁଲନଗର ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଉଦ୍ୟମରେ ଗୁଲନଗର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ସଭାପତି ବରିଷ୍ଠ ସାହିତ୍ୟିକ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ମଞ୍ଚାସୀନ ଅତିଥି ଭାବେ ସାହିତ୍ୟିକ ଡ. ବାସନ୍ତୀ ମହାନ୍ତି, ଡ଼ ବାସୁଦେବ ଦାସ ଓ ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ତରାଇ ପ୍ରମୁଖ ଯୋଗଦେଇ ଓଡିଶା ପ୍ରଦେଶ ସ୍ୱତନ୍ତ୍ର ମାନ୍ୟତା ପାଇବା ପାଇଁ ଯେଉଁ କାଳଜୟୀ ସାହିତ୍ୟ ସ୍ର୍ରଷ୍ଟାମାନେ ନିଜ ଜୀବନକୁ ଉତ୍ସଗ କରିଛନ୍ତି ତାଙ୍କୁ ମନେପକାଇଥିଲେ। ଦ୍ୱ୍ୱିତୀୟ ଅଧିବେଶନରେ ଆୟୋଜିତ କବିତା ପକ୍ଷଠୋତ୍ସବ ମୌସୁମୀର ସମ୍ପାଦକ ଡ଼ ଶ୍ରୀଧର ସାମଲଙ୍କ ସଭାପତିତ୍ୱ କରିଥିଲେ। କବି ଅଶୋକ କୁମାର ସାହୁ ଓ ନିରୁପମା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବରିଷ୍ଠ କବି ପ୍ରେମାନନ୍ଦ ଖଣ୍ଡୁଆଳ, ମନ୍ମଥ ନାଥ ବରାଳ, ଅପର୍ତ୍ତି ସେଠୀ, ରତ୍ନାକର ମଲ୍ଲିକ, ମଞ୍ଜୁଶ୍ରୀ ବରାଳ, ରଞ୍ଜନ ବାଇ, ଅଜୟ ପାତ୍ର, କୃଷଚନ୍ଦ୍ର ମହାପାତ୍ର, ପ୍ରଦୀପ ରାଉତରାୟ, ସହଦେବ ଜେନା, ଗଗନ ବିହାରୀ ଜେନା, ନୃସିଂହ ତ୍ରିପାଠୀ, ଗୋଲଖ ସେଠୀ, ନଳିନୀ ବେହେରା, ବିଷ୍ନୁପ୍ରିୟା ସାମଲ, ଆମର ପ୍ରସାଦ ରାଉତ ପ୍ରମୁଖ ସୁରଚିତ କବିତା ପାଠ କରିଥିଲେ। ରମଣୀରଞ୍ଜନ ରାଉତରାୟ, ମୋହନ ଚରଣ ଦାସ, ପ୍ରଦୀପ କୁମାର ଦାସ, ପ୍ରଦୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। କଣ୍ଠଶିଳ୍ପୀ ଗୋଲେଖ ସେଠୀ ଉଦଯାପନୀ ସଂଗୀତ ଗାନ କରିଥିଲା ବେଳେ ବିଶିଷ୍ଟ ସମାଜସେବୀ କୁଳମଣୀ ନାୟକ ଉତ୍ସବକୁ ପରିଚଳନା କରିଥିଲେ। ଶେଷରେ କବି ମଧୁସ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀଙ୍କ ବିୟୋଗରେ ସ୍ମୃତିସଭା

Fri Apr 4 , 2025
କେନ୍ଦ୍ରାପଡା ୪/୪: ସାମ୍ବାଦିକ ସ୍ୱର୍ଗତ ନାରାୟଣ ଚନ୍ଦ୍ର ସାହାଣୀ ସାମ୍ବାଦିକତା କ୍ଷେତ୍ରରେ ଏକ ଅମ୍ଳାନ ପ୍ରତିଭା । ସାମ୍ବାଦିକତା ସହିତ ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ସାଧାରଣ ଜନତାଙ୍କ ସ୍ୱର ପାଲଟି ଯାଇଥିବା ନାରାୟଣ ସାହାଣୀଙ୍କ ବୃତ୍ତିଗତ ଜୀବନ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଆଜି ହୋଟେଲ ଗୌରିଶଙ୍କର ଠାରେ ବିଶିଷ୍ଟ ସାମ୍ବାଦିକ ସ୍ୱର୍ଗତ ନାରାୟଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading