ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡ଼ା,୩୧ା୩: ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ଊନବିଂଶତମ ବାର୍ଷିକ ବନ୍ଧୁମିଳନ ଓ ପ୍ରତିଭା ସମ୍ମାନ ଉତ୍ସବ ସ୍ଥାନୀୟ ଗୌରୀଶଙ୍କର ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ସଂଯୋଜନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ସଭ୍ୟ ହେମନ୍ତ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅତିରିକ୍ତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁସାହିତ୍ୟିକା ଡ. ପ୍ରୀତିପ୍ରତିଭା ଭୋଳ, ବିଶିଷ୍ଠ ଅତିଥି ପ୍ରାକ୍ତନ ପ୍ରାଥମିକ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ ବ୍ରଜେନ୍ଦ୍ର କୁମାର ପରିଡା, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଇଂରାଜୀ ବିଭାଗ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିଶାକର ମୁଦୁଲି, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ଜେନା ଓ ସଂଗଠନର ପ୍ରତିଷ୍ଠାତା ଆବାହକ ମନ୍ମଥ କୁମାର ରାୟ ଯୋଗଦେଇ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂଗଠନର ବାର୍ଷିକ ମୁଖପତ୍ର “ସାୟଂପ୍ରଭା”ର ଚତୁର୍ଥ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ପୂଜ୍ୟପୂଜାର ସମ୍ମାନ ସ୍ୱରୂପ ବରିଷ୍ଠ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ପରିଦର୍ଶକ ନିଶାକର ମୁଦୁଲି, ବରିଷ୍ଠ ସଭ୍ୟ ଗୌରାଙ୍ଗ ଚରଣ ଶତପଥୀ, ନରେନ୍ଦ୍ର କୁମାର ନାୟକ, ଗୋପୀନାଥ ଦାଶ, ବୃତ୍ତି ଶିକ୍ଷକ ପର୍ଶୁରାମ ପୃଷ୍ଟି, ନୀଳମାଧବ ରାଉତ, ସୁବାଷ ଚନ୍ଦ୍ର ରାଉତ ପ୍ରମୁଖଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱର ଚନ୍ଦ୍ର ମନ୍ତ୍ରୀ, ଉପସଭାପତି କୈଳାସ ଚନ୍ଦ୍ର ପଟ୍ଟନାୟକ, ଅନାମ ଚରଣ ସାହୁ, ଦୋଳଗୋବିନ୍ଦ ସାହୁ, କାମପାଳ ଜେନା, ଅକ୍ଷୟ କୁମାର ସ୍ୱାଇଁ, ଦାଶରଥୀ ନାୟକ, ନିରଞ୍ଜନ ପୋଥାଳ, ନିରଞ୍ଜନ ସାମଲ, ସନାତନ ତରାଇ, ନିରଞ୍ଜନ ନାୟକ, କୈଳାସ ଚନ୍ଦ୍ର ସ୍ୱାଇଁ, ସୋମନାଥ ପଢିହାରୀ, ସଞ୍ଜୟ କୁମାର ଆଚାର୍ଯ୍ୟ, ନରୋତ୍ତମ ବେହେରା, ନରହରି ପାତ୍ର, ତ୍ରୈଲୋକ୍ୟ ସ୍ୱାଇଁ, ଅଜୟ ପରିଡା, ମାଗୁଣି ବିଶ୍ୱାଳ, ନନ୍ଦକିଶୋର ସ୍ୱାଇଁ, ପାବନି କୁମାର ରାଉତ, ବାଉରୀବନ୍ଧୁ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଭାବଗ୍ରାହୀ କଳା ନିକେତନର କଳାକାରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପତ୍ରିକା ସମ୍ପାଦକ କାଶୀନାଥ ରାଉତରାୟ, ଦୋଳଗୋବିନ୍ଦ ସାହୁ, ଅନାମ ଚରଣ ସାହୁ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ବରିଷ୍ଠ ସଭ୍ୟ ବିଜୟ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Next Post

ନିମପୁରଶାସନ ହାଇସ୍କୁଲରେ ଆମ ସଂସ୍କୃତି ଆଲୋଚନାଚକ୍ର

Mon Mar 31 , 2025
ପଟ୍ଟାମୁଣ୍ଡାଇ : ୩୧/୩- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁରଶାସନ ନୋଡାଲ ହାଇସ୍କୁଲରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ମଦନପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ବାଇଁ, ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ଆଚାର୍ଯ୍ୟ, ସରପଂଚ ସଂଗ୍ରାମ ବାରିକ, ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ , ସ୍କୁଲ କମିଟି ସଭାପତି ବାସୁଦେବ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading