ତିନିମୁହାଣୀ- ନୂଆବସଷ୍ଟାଣ୍ଡ ରାସ୍ତା ଉପରେ ବାଲିଗଦା

ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ

blank
କେନ୍ଦ୍ରାପଡ଼ା,୧୧ା୪:ସରକାରଙ୍କ ନୀତି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ କେନ୍ଦ୍ରାପଡା ସହରର ମୁଖ୍ୟରାସ୍ତାରେ ବାଲିଗଦା କରାଯାଇଛି। ଅଭିଯୋଗ ଅନୁଯାୟି ତିନିମୁହାଣୀ- ନୂଆବସଷ୍ଟାଣ୍ଡ ମୁଖ୍ୟ ରାସ୍ତାର କଜଳାସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ଓ ଅର୍ବାନବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ରାସ୍ତା ଉପରେ ପ୍ରାୟ ତିନି ଟ୍ରକ ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସେହି ରାସ୍ତାଟି ସଙ୍କୀର୍ଣ୍ଣ ହୋଇଯିବାରୁ ସେହି ରାସ୍ତା ଦେଇ ଗାଡିମଟର ଓ ପଥଚାରୀମାନେ ଯିବା ଆସିବା କରିବାରେ ଗୁରୁତର ବାଧା ସୃଷ୍ଟି ହୋଇଛି। ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଏନେଇ କେନ୍ଦ୍ରାପଡା ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି। ଏସମ୍ପର୍କରେ କେନ୍ଦ୍ରାପଡା ତହସିଲଦାର କୁଇନି ଜେନାଙ୍କୁ ପଚାରିବାରୁ ସେ କହିଲେ ଏସମ୍ପର୍କରେ ସେ ଅଭିଯୋଗ ପାଇଛନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

Next Post

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୧ରେ ସାମୁହିକ ଗଣବିବାହ

Sat Apr 11 , 2026
କେନ୍ଦ୍ରାପଡ଼ା,୧୦ା୪:ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଆସନ୍ତା୨୧ ତାରିଖରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଖେଳ ପଡିଆରେ ସାମୁହିକ ଗଣ ବିବାହ ଆୟୋଜିତ ହେବ। ଏହି ଗଣ ବିବାହରେ ମୋଟ ୬୦ଟି ଦମ୍ପତି ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳତାର ସହ ଆୟୋଜନ କରିବା ପାଇଁ ସ୍ଥାନୀୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading