ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ଓ ସାଧାରଣ ଏଡିଏମ୍

blank

କେନ୍ଦ୍ରାପଡ଼ା ୨୨/୮-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବନ୍ୟା ପରିସ୍ଥିତିର ନିରନ୍ତର ନିରୀକ୍ଷଣ ଓ ପ୍ରଭାବିତ ଲୋକମାନଙ୍କୁ ତ୍ୱରିତ ରିଲିଫ୍ ସହାୟତା ପହଁଚାଇବା ଉଦ୍ଦେଶ୍ୟରେ ଏଡିଏମ୍ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ଏଡିଏମ୍ (ସାଧାରଣ)  ନବକ୍ରିଷ୍ଣ ଜେନା ଆଜି ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।

blank

ଏଡିଏମ୍ ଦ୍ୱୟ ଅଳପୁଆ, ତରଡିପାଳ ଓ ସିଂହଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି, ଜଳସ୍ତର ଏବଂ ଲୋକମାନଙ୍କ ଜୀବନଯାପନ ଉପରେ ପଡ଼ିଥିବା ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସେମାନେ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ତତ୍କାଳୀନ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।ରିଲିଫ୍ ବଂଟନ, ପାନୀୟ ଜଳ ଯୋଗାଣ, ଖାଦ୍ୟ, ସ୍ୱାସ୍ଥ୍ୟସେବା,ପରିମଳ ଏବଂ ଅନ୍ୟାନ୍ୟ ଆବଶ୍ୟକ ସେବାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଯେପରି ସମୟୋଚିତ ଭାବେ ଆବଶ୍ୟକ ସହାୟତା ପାଇପାରିବେ, ସେଥିପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା।ଏଥିସହ  ରାସ୍ତାଘାଟ, ଯୋଗାଯୋଗ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ଭିତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କ୍ଷତିଗ୍ରସ୍ତ ଅଂଚଳରେ ଆବଶ୍ୟକ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବନ୍ୟା ପରିସ୍ଥିତିରେ କୌଣସି ଅସୁବିଧା ସୃଷ୍ଟି ହେଲେ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା।ବିଶେଷକରି ଶିଶୁ, ବୃଦ୍ଧ, ମହିଳା ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ବର୍ଗଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ସମସ୍ତ ପ୍ରକାରର ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଏଡିଏମ୍ ଦ୍ୱୟ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ସ୍ଥିତି ଉପରେ ନିରନ୍ତର ନଜର ରଖିବା ଏବଂ ଆବଶ୍ୟକତା ଅନୁଯାୟୀ ତୁରନ୍ତ ରିଲିଫ୍ ଓ ଉଦ୍ଧାର ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଥିଲା।ଏହି ପରିଦର୍ଶନ ସମୟରେ ପଟ୍ଟାମୁଣ୍ଡାଇ ବିଡିଓ  ଶୀତଲ ଅଗ୍ରୱାଲ ଏବଂ ତହସିଲଦାର  ପଂଚାନନ ନାୟକଙ୍କ ସମେତ ସମ୍ପୃକ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବନ୍ୟା ସ୍ଥିତି ଓ ଚାଲୁଥିବା ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଏଡିଏମ୍ ଦ୍ୱୟଙ୍କୁ ଅବଗତ କରାଇଥିଲେ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading