ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ରେସୱା ଶକ୍ତିସଦନ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ

blank
କେନ୍ଦ୍ରାପଡ଼ା,୧୬ା୧୧:ସର୍ବ ଜନପ୍ରିୟ ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ନାମରେ ନାମିତ ଟ୍ରଷ୍ଟ ପକ୍ଷରୁ ଅସହାୟମାନଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରାଯାଇଛି। ଗରାପୁରସ୍ଥିତ ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଶକ୍ତିସଦନର ଅନ୍ତେବାସୀମାନଙ୍କୁ ରବିବାର ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଏହି କମ୍ବଳ ପ୍ରଦାନ କରାଯାଇଛି। ସ୍ୱର୍ଗତ ମହାନ୍ତିଙ୍କ ସୁପୁତ୍ର ତଥା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ସୁଜିତ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ତେବାସୀମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଗୈାତ୍ତମ ପଟ୍ଟନାୟକ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ରେସୱା ନିର୍ଦ୍ଦେଶକ ସେକ ଲିଆକତ ହୋସେନ, ଶକ୍ତିସଦନ ଅଧ୍ୟକ୍ଷା ମିନତୀ ମହାରଣା, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Next Post

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ

Sun Nov 16 , 2025
କେନ୍ଦ୍ରାପଡ଼ା,୧୬ା୧୧:ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭା ଗୃହରେ କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଭାବେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଜିଲ୍ଲା ପ୍ରଶାସନ ସହିତ ଗଣମାଧ୍ୟମର ସୁସମ୍ପର୍କ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହଯୋଗ କରି ଆସିଛି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading