କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ

blank
କେନ୍ଦ୍ରାପଡ଼ା,୧୬ା୧୧:ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭା ଗୃହରେ କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଭାବେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଜିଲ୍ଲା ପ୍ରଶାସନ ସହିତ ଗଣମାଧ୍ୟମର ସୁସମ୍ପର୍କ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହଯୋଗ କରି ଆସିଛି ବୋଲି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ମତବ୍ୟକ୍ତ କରିଥିଲେ। ଖବର ପ୍ରସାରଣ ପୂର୍ବରୁ ତାହାର ତର୍ଜମା କରି ଖବର ପରିବେଷଣ ଏବଂ ଖବରକୁ ବିଭିନ୍ନ ରୂପ ନ ଦେଇ ଖବର ପ୍ରକାଶନ ଉପରେ ଗୁରୁତ୍ୱ ପ୍ରଦାନ ଆଦି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସେବା ମନବୃତ୍ତି ନେଇ କାର୍ଯ୍ୟ କରିବା ସହିତ ସର୍ବଦା ସଠିକ ଓ ବିଶ୍ୱାସପୂର୍ଣ୍ଣ ଖବର ପରିବେଷଣ ଉପରେ ଗୁରୁତ୍ୱଦେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ତପନ କୁମାର ପତି ଯୋଗଦେଇ ଅତୀତରୁ ଏଯାବତ ସାମ୍ବାଦିକମାନଙ୍କ ଖବର ପ୍ରସାରଣର ଶୈଳୀ, ଭ୍ରମାତ୍ମକ ସମ୍ବାଦ ପ୍ରସାରଣ, ସମାଜ ଉପରେ ତାହାର ପ୍ରଭାବ ଓ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ। ସାମ୍ବାଦିକଙ୍କ ସୁରକ୍ଷା, ଜିଲ୍ଲାରେ ସାମ୍ବାଦିକଙ୍କ ନିମନ୍ତେ ସାମ୍ବାଦିକ ଭବନ ଯୋଗେଇଦେବା, ଅଣ ସାମ୍ବାଦିକଙ୍କୁ ଚିହ୍ନଟକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାମ୍ବାଦିକଙ୍କୁ ପ୍ରଶାସନ ସର୍ବଦା ସହଯୋଗ କରିବାକୁ ସାମ୍ବାଦିକମାନେ ପ୍ରଶାସନକୁ ଅନୁରୋଧ କରିଥିଲେ। ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଆଶିଷ ସେନାପତି, ରବିନାରାୟଣ ପତି, ଅମରବର ବିଶ୍ୱାଳ, ସରୋଜ ପରିଡା, ନିହାରରଞ୍ଜନ ସାହୁ, ହିମାଂଶୁ ନାୟକ, ରାଧାକାନ୍ତ ମହାନ୍ତି ଓ ଅଲେଖ ନାୟକ ପ୍ରମୁଖ ଜାତୀୟ ପ୍ରେସ ଦିବସ ଅବସରରେ ନିଜ ନିଜର ଅଭିଭାଷଣ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡିଏସପି (ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶୁଭମ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। କାର୍ଯ୍ୟାଳୟର କର୍ମଚାରୀ ଦିବ୍ୟରଞ୍ଜନ ବେହେରା, ମୋଦନ ହାଁସଦା, ରଞ୍ଜନ ସାହୁ, ଶେଖ ନୁର ଇସଲାମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Next Post

ଡକାୟତି ଯୋଜନା ସମୟରେ ଧରାପଡିଲେ ୭ ଅଭିଯୁକ୍ତ

Mon Nov 17 , 2025
କେନ୍ଦ୍ରାପଡା ୧୭ା୧୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବଡ ଧରଣର ଡକାୟତି ଯୋଜନାକୁ ରବିବାର ବିଳମ୍ବିତ ରାତିରେ ପଣ୍ଡ କରିଛି । ଏହି ଯୋଜନାରେ ସଂପୃକ୍ତ ଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ପୋଲିସ ଗିରଫ କରିଛି । ଜିଲା କାର୍ଯ୍ୟାଳୟରେ ଏସପି ସିଦ୍ଧାର୍ଥ କାଟାରିଆ ଏସମ୍ପର୍କରେ ସୋମବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି । ଏସପି କାଟାରିଆ କହିଛନ୍ତିଯେ ଡକାୟତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading