ଶିବାନନ୍ଦ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳିତ

blank
କେନ୍ଦ୍ରାପଡ଼ା,୩୦ା୩ : ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆଶ୍ରମର ଭକ୍ତମାନଙ୍କ ଗହଣରେ ହିନ୍ଦୁ ନବବର୍ଷର ପ୍ରାରମ୍ଭ ଦିବସରେ ବିଶ୍ୱସ୍ରଷ୍ଟାଙ୍କୁ ବିଶ୍ୱ ତଥା ସମସ୍ତଙ୍କର ମଙ୍ଗଳ ଓ ଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଏହି ଦିବସର ବୈଶିଷ୍ଟ ସମ୍ପର୍କରେ ଶ୍ରୀମା ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିକ୍ରମାଦିତ୍ୟ ସମ୍ବତ୍ସର ଆରମ୍ଭ ଏବଂ ଧର୍ମରାଜ ଯୁଧିଷ୍ଟିରଙ୍କର ସିଂହାସନ ଆରୋହଣ, ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏଥିସହିତ ସୃଷ୍ଟିର ଆରମ୍ଭକାଳ ନିର୍ଦ୍ଧାରଣ ହୋଇଥିଲା ବୋଲି ଶ୍ରୀମା ଭକ୍ତମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ଶ୍ରୀଧର ରାଉତ, ବ୍ରହ୍ମଚାରୀ ନୃସିଂହନାଥ, ରୀତାଞ୍ଜଳି ନାଥ, ସାବିତ୍ରୀ ପରିଡା, ବିନତୀ ଖଟୁଆ, ଆଳିଜଙ୍ଗା ମାତୃଚେତନା ସଙ୍ଘର ସଦସ୍ୟାମାନେ ଉପସ୍ଥିତ ଥିଲେ। ଶେଷରେ ଅଭିମନ୍ୟୁ ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

Sun Mar 30 , 2025
କେନ୍ଦ୍ରାପଡା,୩୦ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଉତ୍ସବ ସକାଳ ୧୧ ଘଟିକାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading