କେନ୍ଦ୍ରାପଡାର ୮ ଅନୁଷ୍ଠାନକୁ ପ୍ରକୃତି ମିତ୍ର ସମ୍ମାନ

blank
କେନ୍ଦ୍ରାପଡା, ୫ା୬ – ଓଡିଶା ରାଜ୍ୟ ସରକାରର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଚଳିତ ବର୍ଷର ପ୍ରକୃତି ମିତ୍ର ସମ୍ମାନ ସମାରୋହ ଭୂବନେଶ୍ୱରସ୍ଥ ଓୟୁଏଟି ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କେନ୍ଦ୍ରାପଡା ଜିଲାର ୮ଟି ଅନୁଷ୍ଠାନକୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ସେଗୁଡିକ ହେଲେ କେନ୍ଦ୍ରାପଡା ବ୍ଲକ କୋରୋ ପଂଚାୟତ ନୋଡାଲ ସ୍କୁଲ, ଡେରାବିଷ ବ୍ଲକ ଅଳାବାଙ୍କର ଇନଷ୍ଟୁଚୁସନ ଅଫ ଟୋଟାଲ ଫିଟନେସ, ଆଣ୍ଡ ଷ୍ଟ୍ରେସ ମ୍ୟାନେଜମେଂଟ, ଗରଦପୁର ବ୍ଲକ ରାଇସରର ଏଭର ଗ୍ରୀନ ଫୋରମ, ମାର୍ଶାଘାଇ ବ୍ଲକ ଶିଳିପୁରର ମଣି ନାଗେଶ୍ୱର ହାଇସ୍କୁଲ, ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣାର ହର ଭାରତ ଓ ମହାକାଳପଡା ବ୍ଲକ ବାବରର ଗହିରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନଗ୍ରୋଭ କଞ୍ଜରଭେସନ ସୋସାଇଟି । ବିଭାଗୀୟ ମନ୍ତ୍ରୀ ଗଣେଷ ରାମ ସିଂ ଖୁଂଟିଆ ଏହି ଅନୁଷ୍ଠାନଗୁଡିକୁ ସମାରୋହରେ ସମ୍ମାନୀତ କରିଥିଲେ ।

Next Post

ହରା ଭାରତ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର

Thu Jun 5 , 2025
ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ୫ ଜୁନ ୨୦୨୫ ଦିନ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଉତ୍ସବରେ ପଟ୍ଟାମୁଣ୍ଡାଇ ବାଲିପାଟଣା ହରା ଭାରତ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ପ୍‌ରଦାନ କାରାଯାଇଛି । ପରିବେଶ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ଜନ ପ୍ରେରଣା ସୃଷ୍ଠି କରୁଥିବା ହରା ଭାରତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading