ଗାଁଦାଣ୍ଡରେ ମହିଳାଙ୍କୁ ମାଡ଼ ମାମଲା , ଆକ୍ରମଣର ଶିକାର ମହିଳା ବିରୋଧରେ ମାମଲା

blank
କେନ୍ଦ୍ରାପଡା,୪ା୩: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ମହିଳାଙ୍କୁ ଗାଁଦାଣ୍ଡରେ ଉଲଗ୍ନ କରି ମାଡ ମାରିବା ଘଟଣାରେ ସଦର ଥାନା ପୋଲିସ ଆକ୍ରମଣର ଶିକାର ମହିଳା ବିରୋଧରେ ମାମଲା ରୁଜୁ କରିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟଚକିତ କରିଛି। ସେହିପରି ମହିଳା ଜଣକ ପ୍ରଥମେ ଅଭିଯୋଗପତ୍ର ଦେଇଥିବା ବେଳେ ତାଙ୍କ ଅଭିଯୋଗପତ୍ରକୁ ପୋଲିସ ଗୌଣ କରିଦେଇଛି। ଅପରପକ୍ଷରେ ଯେଉଁମାନେ ମହିଳାଙ୍କୁ ଉଲ୍ଲଗ୍ନ କରି ମାଡମାରିଲେ ସେମାନଙ୍କ ଅଭିଯୋଗକୁ ପୋଲିସ ଗୁରୁତ୍ୱ ଦେଇଛି। ଫଳରେ ଆକ୍ରମଣକାରୀଙ୍କ ଅଭିଯୋଗକୁ ଭିତ୍ତିକରି ୧୧୨/୨୦୨୫ ରେ ସଂପୃକ୍ତ ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଅପରପକ୍ଷରେ ମହିଳାଙ୍କ ଅଭଯୋଗକୁ ଭିତ୍ତିକରି ପୋଲିସ ୧୧୩/୨୦୨୫ରେ ଅନ୍ୟ ଏକ ମାମଲା ରୁଜୁ କରିଛି। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ୱାର୍ଡସଭ୍ୟ ରଞ୍ଜନ ସ୍ୱାଇଁ ଓ ଅନ୍ୟ ଜଣେ ଅଭିଯୁକ୍ତ ନରହରି ସ୍ୱାଇଁ।
ପୋଲିସର ସୂଚନା ଅନୁଯାୟୀ ପୂର୍ବ ଶତୃତାକୁ କେନ୍ଦ୍ରକରି ସୋମବାର ଏହି ଗ୍ରାମର କେତେକ ଅଭିଯୁକ୍ତ ଜଣେ ମହିଳାଙ୍କୁ ତାଙ୍କ ଘର ସମ୍ମୁଖରେ ଉଲଗ୍ନ କରି ମାଡ଼ ମାରିଥିଲେ। ଏ ନେଇ ସଂପୃକ୍ତ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସଦର ଥାନା ଅଧିକାରୀ ବିମଳ ମଲ୍ଲି୍ଲିକ କହିଛନ୍ତି। ଆକ୍ରମଣର ଶିକାର ମହିଳାଙ୍କ ବିରୋଧରେ ପ୍ରଥମ ମାମଲା କାହିଁକି ରୁଜୁ କରାଗଲା ବୋଲି ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ବିଶ୍ୱଭୂଷଣ ସାହାଣୀଙ୍କୁ ପଚାରିବାରୁ ସେ କହିଲେ ମହିଳା ଜଣକ ଜଣେ ଅଭିଯୁକ୍ତକୁ କାମୁଡି ଦେଇଥିବାରୁ ପ୍ରଥମେ ତାଙ୍କ ବିରୋଧରେ ମାମଲା ରୁଜୁ ହେଲା।

Next Post

ଗବେଷକ ଓ ଶିକ୍ଷାବିତ୍ ଡକ୍ଟର ନରେଶ ରାଉତଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ

Tue Mar 4 , 2025
ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ପ୍ରଫେସର ଡକ୍ଟର ନରେଶ ରାଉତଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ, ବାଙ୍କୀ, କଟକର ଆନୁକୁଲ୍ୟରେ ଗୋବିନ୍ଦ ସଦନ ଭୁବନେଶ୍ୱର ଠାରେ ୧୯ ତମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଅୟୋଜିତ ହୋଇଥିଲା । ଏଥିରେ ରାଜ୍ୟର ବହୁ ପ୍ରତିଭାଧାରୀ ବ୍‌୍ୟକ୍ତିଙ୍କୁ ସମ୍ମାନୀତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading