
କେନ୍ଦ୍ରାପଡ଼ା୭/୯-କେନ୍ଦ୍ରାପଡ଼ା ସଦର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ୍ ମଦ କାରବାର ବିରୋଧରେ ପୋଲିସ ପକ୍ଷରୁ ଚାଲିଥିବା କଡ଼ା ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅଂଚଳରେ ଦୀର୍ଘଦିନ ହେବ ବେଆଇନ୍ ଭାବେ ମଦ ଚୋରା ଚାଲାଣ ଓ ବିକ୍ରି ହେଉଥିବା ନେଇ ପୋଲିସ ନିକଟରେ ଗୁପ୍ତ ସୂଚନା ପହଞ୍ଚିଥିଲା। ଏହି ସୂଚନା ଆଧାରରେ ସଦର ଥାନା ଅଧିକାରିଣୀ ପ୍ରଦ୍ମାଳୟା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି।ଘଟଣାସ୍ଥଳରୁ ମୁଖ୍ୟ ବେପାରୀଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ଅବକାରୀ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଏହି ବେଆଇନ୍ କାରବାର ପଛରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ବେଆଇନ୍ ମଦ କାରବାର ଯୋଗୁଁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିଲା। ପୋଲିସର ଏହି ପଦକ୍ଷେପକୁ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହିପରି ଚୋରା ମଦ ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
