ପୋଖରୀଆପଡା ସ୍କୁଲରେ ନିପୁଣ ମେଳା

blank
ପଟ୍ଟାମୁଣ୍ଡାଇ୧୮/୨ – ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆ ପଡା କ୍ଲଷ୍ଟର ପକ୍ଷରୁ ପୋଖରୀଆପଡା ନୋଡାଲ ସ୍କୁଲ ଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାଧନକେନ୍ଦ୍ର ସଂଯୋଜକ ମଳୟ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ନିପୁଣ ମେଳା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିପୁଣ ମେଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସହକାରୀ ଶିକ୍ଷକ ଅଜୟ ସ୍ୱାଇଁ ସ୍ୱାଗତଭାଷଣ ଓ ବୀର କିଶୋର ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ସଂଗୀତା ବେହେରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ୧୪ନଂ ୱାର୍ଡ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ମୁଖ୍ୟଅତିଥି, ସିଆରସିସି ରଞ୍ଜନ ସାହୁ ମୁଖ୍ୟବକ୍ତା, ଶିକ୍ଷକନେତା ବିଶ୍ୱ ରଞ୍ଜନ ଦାଶ ଓ ସି ଆର ସି ସି ଆଶିଷ ମହାପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ରଂଜିତ ସାହୁ ସ୍ୱାଗତଭାଷଣ ଓ ମନୋରଞ୍ଜନ ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ମଧୁସ୍ମିତା ପରିଡା ଧନ୍ୟବାଦ ଦେଇଥିଲେ ।ଏହି ନିପୁଣ ମେଳାରେ ପୋଖରୀଆପଡା କ୍ଳଷ୍ଟର ଅନ୍ତର୍ଗତ ୧୩ଟି ବିଦ୍ୟାଳୟରୁ ୧୩୦ ଜଣ ଛାତ୍ରୀଛାତ୍ର ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ସାକ୍ଷରତା, ସଂଖ୍ୟା ଜ୍ଞାନ, ମତାମତ ସୃଜନାତ୍ମକ, ଗଳ୍ପ କଥନ, ଚିତ୍ରାଙ୍କନ, ୱାର୍ଡଚେନ, ଶିକ୍ଷଣ ସାମଗ୍ରୀ ମେଳା ଆଦି ୧୩ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଦକ୍ଷ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲର ଶିକ୍ଷୟତ୍ରୀ,ଶିକ୍ଷକ ଅଭିଭାବକ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।

Next Post

ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

Tue Feb 18 , 2025
କେନ୍ଦ୍ରାପଡ଼ା,୧୮ା୨:ଆଇଡିଆଲ ପବ୍ଲିକ ସ୍କୁଲର ୩୪ତମ ବାର୍ଷିକ ଉତ୍ସବ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କର ଉତ୍ତମ ଚରିତ୍ର ଗଠନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ବକ୍ତା ରୂପେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦୁର୍ଯୋଧନ ପରିଡ଼ା ଯୋଗଦେଇ ଶିକ୍ଷାର୍ଥୀମାନେ କିପରି ଭବିଷ୍ୟତରେ ଭଲ ମଣିଷ ହେବେ ସେ ବିଷୟରେ ଆଲୋକପାତ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading