ଭାରତ ଓ ନ୍ୟୁଜିଲାଣ୍ଡ୍ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ବିଜୟୀ

blank

ଦୁବାଇ୨ା୩- ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖାଯାଇଥିଲା । ତେବେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେନ ୱିଲିୟମସନ ୮୧ ରନକରିଥିବାବେଳେ ମିଚେଲ ସାଣ୍ଟନର ୨୮ରନ ଓ ୱିଲ ୟଙ୍ଗ ୨୨ ରନ କରିଥିଲେ।ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ଓକୂଳଦୀପ ଯାଦବ ୨ଟି ୱିକେଟ ନେଇଥିଲେ । ଏହି ବିଜୟ ସହ ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁଭୋଟିବ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ନିଜର ତାରକା ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିଲା । ରୋହିତ ଶର୍ମା ୧୫, ଶୁଭମନ ଗିଲ୍ ୨ ଓ ବିରାଟ କୋହଲି ୧୧ ରନ କରି ଆଉଟ ହେବା ପରେ ଭାରତରସ୍କୋର ୩୦/୩ ହୋଇଯାଇଥିଲା । ତେବେ ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖାଯାଇଥିଲା । ଆୟର ୭୯ ରନ ଓ ଅକ୍ଷର ୪୨ ରନ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ସେହିପରି କେଏଲ ରାହୁଲ ୨୩ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୯ ରନ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ଘାତକ ବୋଲିଂର ପ୍ରଦର୍ଶନ କରିବା ସହ ୫ଟି ୱିକେଟ ନେଇଥିଲେ । ସେହିପରି ରାଚିନ ରବୀନ୍ଦ୍ର, ୱିଲିୟମ ଓ ରୁରକି, ମିଚେଲ ସାଣ୍ଟନର, କାଇଲ୍ ଜେମସନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Next Post

ଓଡ଼ିଶାକୁ ପ୍ରତିଶ୍ରୁତି ଦେଇ ଅନ୍ୟ ରାଜ୍ୟମୁହାଁ ନିବେଶକ; ଅନିୟନ୍ତ୍ରିତ ଆଇନଶୃଙ୍ଖଳା ଓ ପ୍ରଶାସନିକ ଅସମନ୍ୱୟ କାରଣ !

Sun Mar 2 , 2025
ଭୁବନେଶ୍ୱର: କିଛି ମାସ ପୂର୍ବରୁ ଦେଶ ବିଦେଶର ନିବେଶକମାନଙ୍କ ପାଇଁ ଓଡ଼ିଶା ଥିଲା ପ୍ରଥମ ପସନ୍ଦ। ମାତ୍ର ଓଡ଼ିଶା କ୍ରମଶଃ ନିବେଶକଙ୍କ ଆସ୍ଥା ହରାଉଥିବା ଦେଖିବାକୁ ମିଳୁଛି। ଓଡ଼ିଶାରେ ବିପୁଳ ନିବେଶ ନିମନ୍ତେ ଆଦାନୀ କମ୍ପାନୀ ‘ଉତ୍କର୍ଷ ଓଡ଼ିଶା’ ସମାବେଶରେ ଆଗ୍ରହ ପ୍ରକାଶ କରିଥିବା ସତ୍ୱେ ବର୍ତମାନ ଆସାମ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ମୁହାଁ ହେବା ରାଜ୍ୟର ଶିଳ୍ପ ଭବିଷ୍ୟତକୁ ଅନିଶ୍ଚିତ କରିଛି। ଅନୁରୂପ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading