
ପଟ୍ଟାମୁଣ୍ଡାଇ ୨/୫ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ନୂତନ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ସିନିୟର୍ ସିଭିଲ୍ ଜଜ୍ ତଥା ତାଲୁକ୍ ଆଇନ ସେବା ସମିତି ଅଧ୍ୟକ୍ଷା ସୁଶ୍ରୀସଙ୍ଗୀତା ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ଜେଏମଏଫସି ବିଦ୍ୟୁତଲତା ପ୍ରଧାନ, ଜେଏମଏଫସି ଡ଼ି.କେ. ବାଲକ୍ରିଷନ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିବା ସହିତ ଶ୍ରମିକ ଦିବସର ମହତ୍ୱ ସମ୍ପର୍କରେ ବୁଝାଇଥିଲେ । ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପସଭାପତି ଆଇନଜୀବୀ ସୁରେଶ ନରେନ୍ଦ୍ର ସ୍ୱାଗତ ଭାଷଣ ଓ ସମ୍ପାଦକ ଆଇନଜୀବୀ ରବୀନ୍ଦ୍ର ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ଆଇନଜୀବୀ ପ୍ରଫୁଲ୍ଲ ଦାଶ ଗୀତାଞ୍ଜଳି ପୃଷ୍ଟି, ପଟ୍ଟାମୁଣ୍ଡାଇ ଲିଗାଲ ଏଡ଼ର ସମସ୍ତ କର୍ମକର୍ତା ପିଏଲଭି ସଭ୍ୟାସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ ।
