
ପଟ୍ଟାମୁଣ୍ଡାଇ ୨୬/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳଦେଇ ପ୍ରବାହୀତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବଡ ଧରଣର ବନ୍ୟା ଆସିବା ଫଳରେ ଧୋୟାଂଚଳରେ କ୍ଷୟକ୍ଷତି ସାଙ୍ଗକୁ ବ୍ୟାପକ ଫସଲହାନୀ ଘଟିଛି । ବନ୍ୟା ଯୋଗୁଁ ରାସ୍ତାଘାଟ କ୍ଷତିଗସ୍ତ ହୋଇଥିବା ବେଳେ ବହୁ ସ୍ଥାନରେ କଲଭଟ୍ଟ ଧସି ଯାତାୟତରେ ବାଧାପ୍ରାପ୍ତ କରୁଛି । କେନ୍ଦ୍ରାପଡା ନୂର୍ତନ ଜିଲାପାଳ ରଘୁରାମ ଆର. ଆୟାର ଶନିବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ଲକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସେଠାରେ ବନ୍ୟାଂଚଳରେ ଗୋ ଖାଦ୍ୟ ବଂଟନ, ପରିବେଶ ସ୍ୱଚ୍ଛତା . ବିଶୁଦ୍ଧ ପାନୀୟଜଳ ଯୋଗାଣ ,ଗମନାଗମନ ସୁବିଧା ପାଇଁ ରାସ୍ତାଘାଟ ଘାଇ ମରାମତି ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ପରେ ପଟ୍ଟାମୁଣ୍ଡାଇ ବ୍ଲକରେ ବିଭିନ୍ନ ସରକାରୀ ଯୋଜନା ଓ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି, ଆବାସ ଯୋଜନା, ଭତା ଓ ରାସନ କାର୍ଡ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା କରି ପ୍ରତ୍ୟେକ ସରକାରୀ ଯୋଜନା ସଫଳ ରୂପାୟନ କରିବାକୁ ଆଲୋଚନା କରିଥିଲେ ।

କେନ୍ଦ୍ରାପଡ଼ା ନବ ନିଯୁକ୍ତ ଜିଲ୍ଲାପାଳ ଆୟାର ବୁଧବାର ଦାୟିତ୍ୱ ଗ୍ରହଣ କରିବା ପରେ ଶନିବାର ପ୍ରଥମ ଥର ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଗସ୍ତରେ ଆସିଥିଲେ । ପୂର୍ବହ୍ନ ୧୦ଟାରେ ଜିଲ୍ଲାପାଳ ବ୍ଲକରେ ପହଁଚିବା ମାତ୍ରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଅଶୋକ ମହାନ୍ତି ବ୍ଲକ କର୍ମଚାରୀଙ୍କ ସହିତ ଜିଲ୍ଲାପାଳଙ୍କୁ ଫୁଲ ତୋଡ଼ା ଦେଇ ଅନୁଷ୍ଠାନିକ ଭାବେ ଭବ୍ୟ ସ୍ୱାଗତ କରିଥିଲେ । ଜିଲ୍ଲାପାଳ ବ୍ଲକର ବିଭିନ୍ନ ବିଭାଗ ବୁଲି ଦେଖିବା ପରେ ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଧୋୟାଂଚଳ ଗସ୍ତ କରିଥିଲେ । ।ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ସିଂହଗାଁ ପଂଚାୟତର କୃଷ୍ଣଦାସପୁର ଓ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ପରିଦର୍ଶନ କରି ବନ୍ୟା ସ୍ଥିତି ଓ ବନ୍ୟା ମୁକାବିଲା କ୍ଷେତ୍ରରେ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।ବନ୍ୟା ମୁକାବିଲା କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନର ସଠିକ ପଦକ୍ଷେପ ଓ କଟଅପ ନକାରାଇ ଦେଇଥିବାରୁ ଜଳ ସମ୍ପଦ ବିଭାଗ ଉଚିତ ପଦକ୍ଷେପ ନେଇଥିବା ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ ସମୟରେ ଜିଲ୍ଲାପାଳ ଜାଣିବାକୁ ପାଇଲା ପରେ ପ୍ରଶାସନକୁ ସାବାସୀ ଦେଇଥିଲେ । ଏହିଗସ୍ତ ସମୟରେ ବିଡ଼ିଓ ଅଶୋକ ମହାନ୍ତି, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ବ୍ଲକ ସହକାରୀ ଯନ୍ତ୍ରୀ ବିନୟ ମିଶ୍ର, ପ୍ରସନ୍ନ ରାଉତ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର,ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ, ବ୍ଲକ ଜିପିଡିଓ ରଂଜିତ ପରିଡାଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀମାନେ ସାମିଲ ହୋଇ ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳଙ୍କ ବନ୍ୟାଂଚଳ ଗସ୍ତ ଖବର ପାଇ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା, ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ, ସମିତିସଭ୍ୟ ଶଶାଙ୍କଶେଖର ବିଶ୍ୱାଳ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁଙ୍କ ସମେତ ଧୋୟାଂଚଳର ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟମାନେ ନୂତନ ଜିଲ୍ଲାପାଳଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହିତ ପଟ୍ଟାମୁଣ୍ଡାଇ ଧୋୟାଂଚଳ ଓ ବନ୍ୟାଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ସେଠାରୁ ଫେରି ବ୍ଲକରେ ଏକ ସମୀକ୍ଷା ବୈଠକ କରି ପଟ୍ଟାମୁଣ୍ଡାଇ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରି ନିର୍ଦ୍ଧିଷ୍ଟ ସମୟରେ ଶେଷ କରିବାକୁ ନିର୍ଦେଶ ଦେଇଥିଲୋଏହି ବୌଠକରେ ପଟ୍ଟାମୁଣ୍ଡାଇ ବିଡ଼ିଓ ମହାନ୍ତି, ଅତିରିକ୍ତ ତହସିଲଦାର ନାୟକ, ସବଡିଭିଜନ ହସ୍ପିଟାଲ ମେଡିକାଲ ଅଫିସର ଡ଼ା ନିରାକାର ପରିଡା, ବ୍ଲକ ସହନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ନୂତନ ଜିଲ୍ଲାପାଳ ପଟ୍ଟାମୁଣ୍ଡାଇ ବ୍ଲକ ସମେତ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ସନ୍ତୋଷ ପ୍ରକାଶ କରି ଉମତ ପ୍ରଶାସନିକ ବ୍ୟବସ୍ଥା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।
