
କେନ୍ଦ୍ରାପଡା,୨୨ା୫: କେନ୍ଦ୍ରାପଡା ଠାକୁରହାଟର ଶ୍ରୀ ଶ୍ରୀ ଲଙ୍କେଶ୍ୱର ରାମାୟଣ କମିଟି ତା’ର ଦ୍ୱିତୀୟ ବର୍ଷରେ ପଦାର୍ପଣ କରି ଚାରିରାତ୍ରି ରାମାୟଣ ଠାକୁରହାଟ ପଡିଆରେ ପରିବେଷଣ କରିଥିଲା । ଏଥିରେ ରାମ ବନବାସ, ସୀତାଚୋରୀ, ରାବଣ ବଧ, ଲବକୁଶଜନ୍ମ ଓ ବୈକୁଣ୍ଠ ଦର୍ଶନ ପ୍ରଭୃତି ନାଟକ ମଞ୍ଚସ୍ଥ କରାଯାଇଥିଲା । ନାଟ୍ୟ ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହଙ୍କ ନିର୍ଦ୍ଦେଶନାରେ କଳାକାରମାନେ ନିଖୁଣ ଅଭିନୟ କରିଥିଲେ । ଏହିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଦର୍ଶକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସଭାପତି ରମେଶ ବେହେରା, ଉପସଭାପତି ଧନେଶ୍ୱର ଓଝା, ସମ୍ପାଦକ ଗୌରାଙ୍ଗ ନାୟକ, ନୃସିଂହ ଚରଣ ସେଠୀ, ଖଗେଶ୍ୱର ସେଠୀଙ୍କ ସମେତ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତିମାନେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ମଲ୍ଲିକ, ନରହରି ସେଠୀ, ସନାତନ ମଲ୍ଲିକ, ଚନ୍ଦ୍ରମଣୀ ସାହୁ, ହିରାମଣୀ ନାଥ, ବସନ୍ତ ବେହେରା, ବାବାଜୀ ଗେରୁ, ସୁରେନ୍ଦ୍ର ସେଠୀ, ବିନୋରୀ ପ୍ରଧାନ, ରାଜକିଶୋର ବେହେରା, କାର୍ତ୍ତିକ ଗେରୁ, ଦୟାନିଧି ପାତ୍ର, ରାଜକିଶୋର ନାୟକ, ବଟକୃଷ୍ଣ ସେଠୀ, ରମେଶ ଚନ୍ଦ୍ର ସେଠୀ, ଜନାର୍ଦ୍ଦନ ବେହେରା, କାଳନ୍ଦୀ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
