“ଯୁବ ସ୍ୱାଭିମାନ’ ପକ୍ଷରୁ ଗାନ୍ଧୀ ଜୟନ୍ତୀରେ ରକ୍ତଦାନ ଶିବିର ୧୦୮ ୟୁନିଟ୍ ରକ୍ତ ସଂଗୃହିତ

blank
କେନ୍ଦ୍ରାପଡା ୩/୧୦- କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଯୁବ ସ୍ୱାଭିମାନ” ପକ୍ଷରୁ ପବିତ୍ର ବିଜୟାଦଶମୀ ତଥା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବଗଡା ପଞ୍ଚାୟତ ଅନ୍ତର୍ଗତ ତୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ କେନ୍ଦ୍ର ସହଯୋଗୀତାରେ ଉକ୍ତ ଶିବିରରୁ ମୋଟ ୧୦୮ ୟୁନିଟ୍ ରକ୍ତ ସଂଗୃହୀତ ହେଇଛି। ଅନୁଷ୍ଠାନର ସଭାପତି ଇଂ ସ୍ମୃତିରଂଜନ ଜେନାଙ୍କ ନେତୃତ୍ୱରେ ପରିଚାଳିତ ଉକ୍ତ ଶିବିରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଶିକ୍ଷାବିତ୍ ଓ ସମାଜସେବୀ ଭୁବନମୋହନ ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଶ୍ୟାମସୁନ୍ଦର ଟୁଡୁ, ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ ନାୟକ, ସରପଞ୍ଚ ସୁବନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ସମିତି ସଭ୍ୟା ସୌଦାମିନୀ ଦାସ, ଯୁବନେତା ରାଜେଶ ଦାସ, ବରିଷ୍ଠ ସାମ୍ବାଦିକ ସୋମନାଥ ସାହୁ, ଜଗନ୍ନାଥ ଧଳ ପ୍ରମୁଖ ଅତିଥିଭାବେ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥଲେ। ଆରମ୍ଭରେ ଗାନ୍ଧୀ ଓ ଶା ସ୍ତ୍ରିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶିବିରର ଉଦ୍ଘାଟନ କରାଯାଇଥିଲା। ଅପରାହ୍ନ ୩ଟା ଯାଏ ରକ୍ତଦାନ କରିବା ନିମନ୍ତେ ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାକୃତ ରକ୍ତଦାତାମାନେ ପହଞ୍ଚି ଉତ୍ସାହର ସହ ରକ୍ତଦାନ କରିଥିଲେ। ଜିଲ୍ଲା ରକ୍ତକେନ୍ଦ୍ରର କାଉନସେଲର ରାକେଶ ମିଶ୍ରଙ୍କ ସହ ରଜନୀକାନ୍ତ ସେନାପତି, ବିଜୟଲକ୍ଷ୍ମୀ ବରାଳ, ନମିତା ବେହେରା, ସ୍ୱାତୀ ସୁମିତ୍ରା, ମନୋଜ ଦାସ, ରାଜୀବ ଲେଙ୍କା ପ୍ରମୁଖ ରକ୍ତ ସଂଗ୍ରହରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ। ଯୁବ ସ୍ୱାଭିମାନ ପକ୍ଷରୁ ଉପଦେଷ୍ଟା ଇଂ ଅକ୍ଷୟ କୁମାର ପାଣି, ଆଦିକନ୍ଦ ରାଉଳ ଓ ରମଣୀରଞ୍ଜନ ରାଉତରାୟଙ୍କ ସମେତ ସଦସ୍ୟ ମାନସ ପ୍ରଧାନ, ଅମରେନ୍ଦ୍ର ଦାସ, ମନୋଜ ଓଝା, ସୁରେଶ ପୃଷ୍ଟି, ବାପୁନି ବେହେରା, ରଂଜନ ଜେନା, ଦେବପ୍ରସାଦ ଖୁଣ୍ଟିଆ, ନଳିନୀକାନ୍ତ ପତି, ସନ୍ଦୀପ ବେହେରା, ସୁବାସ ବିଶ୍ୱାଳ, ମନୋଜ ସାହୁ, ପ୍ରକାଶ ଜେନା, ପ୍ରତ୍ୟୁଷ ରାଉଳ, ଶିବାନୀ ପ୍ରସାଦ ପାଣି, ଗୀତିରଞ୍ଜନ ସାହୁ, ସାଗର ଜେନା, ରମେଶ ଦାସ, ଦେବାଶିଷ ସ୍ୱାଇଁ, ଦିପ୍ତିରଞ୍ଜନ ଦାସ, ଲେଲିନ ସ୍ୱାଇଁ, ନିର୍ମଳ ସ୍ୱାଇଁ, କୀର୍ତ୍ତି ରଂଜନ ବେଉରା, ସନତ ନାୟକ, ଉତ୍କଳ ମହାପାତ୍ର, ଅଜୟ ଦାସ, ମନୋରଞ୍ଜନ ସାହୁ, ଜୟପ୍ରକାଶ ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Next Post

ବରିଷ୍ଠ ନାଗରିକମାନେ ସମାଜ ସଂସ୍କାରର ମଙ୍ଗୁଆଳ

Sat Oct 4 , 2025
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ପଟ୍ଟାମୁଣ୍ଡାଇ ତା ୪/୧୦- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ ଗୃହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ପୌରହିତ୍ୟ କରି ବରିଷ୍ଠ ନାଗରିକମାନେ ସମାଜର ଅଭିଜ୍ଞତାର ସମ୍ବଳ। ସମାଜ ପାଇଁ ସେମାନଙ୍କ ଅଭିଜ୍ଞତାର ଦିଗଦର୍ଶନର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading