ସହରର ବିଭିନ୍ନ ହୋଟେଲ ଉପରେ ଚଢାଉ

blank
କେନ୍ଦ୍ରାପଡ଼ା,୨୦ା୬:କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ଡାଇରିଆ ବ୍ୟାପୁଥିବା ବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହି ଅନୁଯାୟୀ କେନ୍ଦ୍ରାପଡା ସହର ଓ ଉପକଣ୍ଠରେ ଥିବା ବିଭିନ୍ନ ହୋଟେଲ ଗୁଡିକ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିବା ସହ ଖାଦ୍ୟପଦାର୍ଥକୁ ଯାଞ୍ଚ କରିଥିଲା। ଏଥିସହିତ ହୋଟେଲ ଗୁଡିକରେ ଥିବା ବାସୀଖାଦ୍ୟ ଗୁଡିକୁ ନଷ୍ଟ କରାଯାଇଛି। ଏହାସହ ଆବଶ୍ୟକ ସ୍ଥଳେ ଖାଦ୍ୟ ଓ ପିଇବା ପାଣିର ନମୂନାକୁ ରାଜ୍ୟ ପରୀକ୍ଷାଗାରକୁ ପରୀକ୍ଷା ନିମନ୍ତେ ପଠାଯାଇଥିବା ସୂଚନା ମିଳିଛିି। ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନୃପେନ ଶତପଥୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ ଏହି ଚଢାଉ କରିଥିଲା। ଏହି ସ୍ୱତନ୍ତ୍ର ଟିମ ସହରରେ ଥିବା ଡାଉନଟାଉନ ହୋଟେଲ, ଶ୍ୟାମସୁନ୍ଦରପୁରଗଡାରେ ଥିବା ଚଣ୍ଡିଆ ହୋଟେଲ ସମେତ ସହର ଓ ସହର ଆଖପାଖ ଅଞ୍ଚଳରେ ଥିବା ହୋଟେଲ ଓ ଢାବା ଗୁଡିକ ଉପରେ ଚଢାଉ କରି ବାସୀଖାଦ୍ୟ ଓ ପାନୀୟ ଜଳ ବୋତଲ ଗୁଡିକରୁ ନମୂନା ସଂଗ୍ରହ କରି ରାଜ୍ୟ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଯାଇଥିବା ଡା. ଶତପଥୀ କହିଛନ୍ତି। ଏଠାରେ ପରୀକ୍ଷା ରିପୋର୍ଟ ପହଞ୍ଚିବା ପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Next Post

ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ହରପାର୍ବତୀ ମନ୍ଦିରରେ ସମୂହ ଦୀପଦାନ

Sat Jun 21 , 2025
ପଟ୍ଟାମୁଣ୍ଡାଇ ୨୧/୬ – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ରବିବାର ସକାଳେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ନବୀନଙ୍କ ଅସୁସ୍ଥତା ନେଇ ଶନିବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ନଗର ବିଜେଡି ପକ୍ଷରୁ ସ୍ଥାନୀୟ ହରପାର୍ବତୀ ମନ୍ଦିରରେ  ତାଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ କରାଯାଇଛି  । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading