ପୁନର୍ବାସ ପକ୍ଷରୁ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ


କେନ୍ଦ୍ରାପଡା ୭/୧୦: ପ୍ରତିବର୍ଷ ଅକ୍ଟୋବର ୬ ତାରିଖକୁ ସେରିବ୍ରାଲ୍ ପାଲ୍ସି ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ। ଏହା ଏକ ସ୍ନାୟୁ-ବିକାଶଜନିତ ଭିନ୍ନକ୍ଷମତା, ଯାହାଦ୍ୱାରା ଅନେକ ନବଜାତ ଶିଶୁ କିମ୍ବା ପ୍ରାରମ୍ଭିକ ପର୍ଯ୍ୟାୟର ଶିଶୁଙ୍କ ଚଳନଶକ୍ତିକୁ ପ୍ରଭାଭିତ କରିଥାଏ। ସଚେତନତା କେବଳ ଏହି ଅବସ୍ଥାର ପ୍ରାରମ୍ଭିକ ପ୍ରଭାବକୁ ରୋକିବାରେ ସହାୟକ ହୁଏ ନାହିଁ ବରଂ ସେରିବ୍ରାଲ୍ ପାଲ୍ସି ଥିବା ଶିଶୁମାନଙ୍କର ଅଭିଭାବକଙ୍କୁ ସଶକ୍ତ ଓ ସଚେତନ ମଧ୍ୟ କରିଥାଏ। ସେରିବ୍ରାଲ୍ ପାଲ୍ସି ଥିବା ଶିଶୁମାନଙ୍କର ଅଭିଭାବକ ଏବଂ ଏହି କ୍ଷେତ୍ର ସହ ସମ୍ପୃକ୍ତ ବିଶେଷଜ୍ଞମାନଙ୍କ ମଧ୍ୟରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ପୁନର୍ବାସ ପକ୍ଷରୁ ମାଧପୁରସ୍ଥିତ ଶିଶୁ ଥେରାପି କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଚିକିତ୍ସାଳୟର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର ଏବଂ ବରିଷ୍ଠ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ସୋମାପୁଷ୍ପା ମିଶ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଅଭିଭାବକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ମସ୍ତିଷ୍କ ପକ୍ଷାଘାତ ଶିଶୁମାନଙ୍କ ମୁଖଗହ୍ୱର ସ୍ୱାସ୍ଥ୍ୟ, ଖାଦ୍ୟ ଓ ପୋଷଣ, ଧ୍ୟାନ ଓ ଶ୍ରବଣ ସମ୍ପର୍କିତ ଉପାୟ ଏବଂ ସର୍ବୋପରି, ନିଜ ସ୍ୱତନ୍ତ୍ର ଶିଶୁର ଲାଳନପାଳନରେ ଜଣେ ମା’ର ଧୈର୍ଯ୍ୟ ଓ ଗ୍ରହଣଶୀଳତା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସେମାନେ ପ୍ରଶ୍ନୋତ୍ତର ମାଧ୍ୟମରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଫିଜିଓ କୀର୍ତ୍ତି ଦାଶ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକଙ୍କ ସଭାପତିତ୍ୱରେ ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ମୁଖ୍ୟ ସିବିଆର୍ ଅଭିଷେକ ଜେନା ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ଏଥିରେ ପାଖାପାଖି ୩୫ରୁ ଉର୍ଦ୍ଧ୍ୱ ଦିବ୍ୟଙ୍ଗଶିଶୁଙ୍କ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ। କେଦାର ବାରିକ, ଧରଣୀଧର ସେଠୀ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ପରିଶେଷରେ ସହସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Next Post

୮ରେ ଇଣ୍ଡିଆମେଣ୍ଟର କେନ୍ଦ୍ରାପଡ଼ା ବନ୍ଦ ଡାକରା , ନଗର କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

Wed Oct 7 , 2026
କେନ୍ଦ୍ରାପଡ଼ା,୭ା୧୦:ଇଣ୍ଡିଆ ବ୍ଲକର ଆହ୍ୱାନ କ୍ରମେ ଆସନ୍ତା ୮ ତାରିଖରେ କେନ୍ଦ୍ରାପଡ଼ାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମିଳିତ ରାଜନୈତିକ ଦଳ ପକ୍ଷରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରେ ନଗର କଂଗ୍ରେସ ସଭାପତି ଦିଲ୍ଲିପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦୁହୁରିଆ ଠାରୁ ଇଛାପୁର ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ପିସିସି ସାଧାରଣ ସମ୍ପାଦକ ହଳଧର ସେଠୀ, ପ୍ରଫୁଲ୍ଲ ଦାସ, ମହମ୍ମଦ ଆକବର ଅଲ୍ଲୀ, […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading