
ପଟ୍ଟାମୁଣ୍ଡାଇ ୨୬/୭- କେନ୍ଦ୍ରାପଡ଼ା ଜିଲ୍ଲାର ୨ୟ ବୃହତମ କଲେଜ ପଟ୍ଟାମୁଣ୍ଡାଇ କଲେଜକୁ ସବୁ କ୍ଷେତ୍ରରେ ଅଗ୍ରଣୀ କରିବାକୁ କଲେଜ ଆଇକ୍ୟୁଏସି ବୈଠକରେ ଶପଥ ନିଆଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦୁଃଶାସନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ସଂଯୋଜକ ଅଧ୍ୟାପକ ସୁଭାଶିଷ ମିଶ୍ର ଚଳିତ ଶିକ୍ଷା ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତାବ ଓ ବଜେଟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ରାଷ୍ଟୀୟ ଓ ରାଜ୍ୟସ୍ତରୀୟ ସଂପାନ, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ, ଲୈଙ୍ଗିକ ସମାନତା ପାଇଁ କାର୍ଯ୍ୟକ୍ରମ, ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ସହ ସହଯୋଗ ଚୁକ୍ତିପତ୍ର, ପାଠ୍ୟତିରିକ୍ତ ଶିକ୍ଷା କାର୍ଯ୍ୟକ୍ରମ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତି ଗ୍ରହଣ କରାଯିବା ସହିତ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କାର୍ଯ୍ୟକାରୀତା ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା । କଲେଜର ନାକ୍ କମିଟି ପରିଦର୍ଶନ ପ୍ରାୟ ୧ବର୍ଷ ପରେ ହେବାକୁ ଥିବାରୁ ଏହି କମିଟି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି କଲେଜକୁ ଅଗ୍ରଣୀ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ନୂତନ ଶିକ୍ଷା ନୀତି ଭିତିରେ ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ପଟ୍ଟାମୁଣ୍ଡାଇ କଲେଜ ଏଇଡିପି ଶିକ୍ଷା ଗ୍ରହଣ ପାଇଁ ମନୋନୀତ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା । ଏହି ବୈଠକରେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଓ ପ୍ରଫେସର ଦେବବ୍ରତ ପ୍ରଧାନ,ପଟ୍ଟାମୁଣ୍ଡାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ପୂର୍ବତନ ସଂଯୋଜକ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ, ସହ ସଂଯୋଜକ ଅଧ୍ୟାପକ ମାନସ ନାୟକ, ପ୍ରାଧ୍ୟାପକ ଡ଼ ରମେଶ ସାହୁ, ଡ଼ ଫକୀର ପ୍ରଧାନ, ଡ଼ ଅଞ୍ଜଳି ଦାଶ, କ୍ୟାପଟେନ ମନୋଜ ପରିଡା ପ୍ରମୋଦ ସ୍ୱାଇଁ,ଡ଼ ନିବେଦିତା ପ୍ରଧାନ, ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ, ପୃଥ୍ୱୀରାଜ ବିଶ୍ୱାଳ, ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ମୋନାଲିସା ଦାସ, ତପନ ଷଢଙ୍ଗୀ, ପର୍ଶୁରାମ ଦାସଙ୍କ ସମେତ ଛାତ୍ରଛାତ୍ରୀ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ ।
