ପୁନର୍ବାସ ପକ୍ଷରୁ ସ୍ୱତନ୍ତ୍ର ଶିଶୁଙ୍କ “ବିଚିତ୍ରା” କାର୍ଯ୍ୟକ୍ରମ


କେନ୍ଦ୍ରାପଡା ୫/୯: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ଥେରାପି ଚିକିତ୍ସା,ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ଓ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ “ବିଚିତ୍ରା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଧପୁରସ୍ଥିତ ପୁନର୍ବାସ ଶିଶୁ ଥେରାପି କେନ୍ଦ୍ରରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଶିଶୁମାନେ କୌତୁକ ପୋଷାକ ପରିଧାନ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ସ୍ୱକୀୟ ପ୍ରତିଭା ପ୍ରଦର୍ଶନ କରିଥିଲେ । ସହସମ୍ପାଦକ ବଂଶୀଧର ମହାନ୍ତିଙ୍କଦ୍ୱାରା ସଞ୍ଚାଳିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ଼ କଳ୍ପନା ମଲ୍ଲିକ, ଉଦ୍ୟୋଗବିତ୍ ରଜତ କୁମାର ଦାସ, ୧୦ନଂ ପୌରସଭ୍ୟା ରଶ୍ମିତା ସିଂହ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଭିନ୍ନକ୍ଷମତା ସତ୍ୱେ ଈଶ୍ୱରଙ୍କ ସୃଷ୍ଟିରେ ପ୍ରତ୍ୟେକ ଶିଶୁ କିଛି ନା କିଛି ସ୍ୱତନ୍ତ୍ର ଅନ୍ତର୍ନିହିତ ପ୍ରତିଭାର ଅଧିକାରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଶିଶୁ ଥେରାପି କେନ୍ଦ୍ରର ଥେରାପିଷ୍ଟ କୀର୍ତ୍ତି ଦାଶ,ତପସ୍ୱିନୀ ରଥ,ନିତୁରାଣୀ ବାରିକ,ମନୀଷା ବାରିକ,ସାଇଶ୍ରିତା ମେକାପ୍‌,ସେକ ମୁବାସୀର୍ ଓ ପ୍ରୋଜେକ୍ଟ ସୁପରଭାଇଜର ଅତନୁ କୁମାର ନାୟକ ପ୍ରଭୃତିଙ୍କ ତତ୍ତ୍ୱାବଧାନରେ ଦିବ୍ୟାଙ୍ଗ ଶିଶୁମାନେ ଉଭୟ ଏକକ ଓ ଦଳଗତ ମାଧ୍ୟମରେ କୌତୁକ ପୋଷାକ ପ୍ରଦର୍ଶନୀ ଓ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଚିଶରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଶିଶୁ ଓ ସେମାନଙ୍କ ଅବିଭାବକଙ୍କ ସହିତ ଅନୁଷ୍ଠାନର କୋଷାଧକ୍ଷ ଶିବଚରଣ ସାମଲ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଅତିଥିମାନେ ସ୍ୱତନ୍ତ୍ରଶିଶୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଗୁଡିକୁ ଷ୍ଟାପ୍ କେଦାରନାଥ ବାରିକ,ଅଭିଷେକ ଜେନା,ପ୍ରଭାତ ସାମଲ,ପର୍ଶୁରାମ ତ୍ରିପାଠୀ,ରଞ୍ଜନ ସ୍ୱାଇଁ,ଦୀପକ ସାହୁ ଓ ଅମିଷା ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

Next Post

ମଧ୍ୟସ୍ଥତା ଦ୍ୱାରା ମାମଲାର ସମାଧାନ ଓ ଏସିଡ୍ ଆଟାକ୍ ସମ୍ବନ୍ଧରେ ସଚେତନତା

Sun Sep 6 , 2026
ପଟ୍ଟାମୁଣ୍ଡାଇରେ ତାଲୁକ ଆଇନ୍ ସେବା ସମିତିର ସଚେତନତା ସଭା ପଟ୍ଟାମୁଣ୍ଡାଇ ୬ା୯-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତି ତରଫରୁ ସ୍ଥାନୀୟ ବରିଷ୍ଠ ନାଗରିକ ମଂଚ ଚିତବିନୋଦନ ଗୃହ ପରିସରରେ ଏସିଡ ଆଟାକ ଓ ମେଡିଏସନ୍ (ମଧ୍ୟସ୍ଥତା) ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଆଇନ ସଚେତନତା ସଭାରେ ପଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତିର ଅଧ୍ୟକ୍ଷ ତଥା ଏଡିଜେ କୋର୍ଟ ବିଚାରପତି […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading